ଓଡିଶା

odisha

ETV Bharat / state

ଯୁକ୍ତ ଦୁଇ ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗ: ୧୯ ମାର୍କ ଗ୍ରେସ ଦାବି କଲେ ବିଜେପି ବିଧାୟକ - BJP MLA Mukesh Mahalinga

BJP MLA on CHSE physics paper Lapses: ଯୁକ୍ତ ଦୁଇ ଫିଜିକ୍ସ ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗରେ ରାଜ୍ୟ ସରକାର ଓ ସିଏଚଏସଇକୁ ବିଜେପି ବିଧାୟକଙ୍କ ସମାଲୋଚନା । ସବୁ ପିଲାଙ୍କୁ ୧୯ ମାର୍କ ଗ୍ରେସ ଦାବି କଲେ ମୁକେଶ ମହାଲିଙ୍ଗ । ଅଧିକ ପଢନ୍ତୁ

BJP MLA on CHSE physics paper Lapses
BJP MLA on CHSE physics paper Lapses

By ETV Bharat Odisha Team

Published : Feb 29, 2024, 10:35 AM IST

ଯୁକ୍ତ ଦୁଇ ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗ: ୧୯ ମାର୍କ ଗ୍ରେସ ଦାବି କଲେ ବିଜେପି ବିଧାୟକ

ଭୁବନେଶ୍ୱର:ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା +୨ ବିଜ୍ଞାନ ପରୀକ୍ଷା ଚାଲିଛି ଏବଂ ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ର ତ୍ରୁଟି ଏବଂ ସିଲାବସ ବାହାରୁ ପ୍ରଶ୍ନ ଆସିଥିବା ପ୍ରସଙ୍ଗରେ ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କ ଅଭିଯୋଗ କରିଥିବା ବେଳେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତ୍ରୁଟି ସ୍ୱୀକାର କରିବା ସହ ପ୍ରଶ୍ନ ଆଉଟଅଫ ସିଲାବସ ନୁହେଁ ଚଏସ ଡେଫିସିଟ ବୋଲି ସଫେଇ ଦେଇଛି । ସିଏଚଏସଇ ନିଜର ଦୋଷ, ଦୁର୍ବଳତା ଲୁଚାଇବା ପାଇଁ ଯେଉଁ ଛାତ୍ରଛାତ୍ରୀ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି କେବଳ ସେମାନଙ୍କୁ ୧୯ ଗ୍ରେସ ମାର୍କ ଦେବାକୁ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିରୋଧ କରି କେବଳ ଉତ୍ତର ଦେଇଥିବା ଛାତ୍ରଛାତ୍ରୀ ନୁହେଁ ବରଂ ସବୁ ପିଲାଙ୍କୁ ୧୯ ମାର୍କ ଗ୍ରେସ ଦେବାକୁ ଦାବି କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

ବିଜେପି ବିଧାୟକ କହିଛନ୍ତି ଯେ, ଭୁଲ ପ୍ରଶ୍ନ ଥିବାରୁ ତାହାର ଉତ୍ତର ଦେଇ ଅଯଥା ସମୟ ନଷ୍ଟ ନକରି ଉକ୍ତ ପ୍ରଶ୍ନକୁ ଏଡାଇ ଦେଇ ଯାଇଥିବା ଏକ ବୃହତର ପରୀକ୍ଷାର୍ଥୀ ବର୍ଗ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଏହି ଅନ୍ୟାୟ ଏବଂ ଏକଚାଟିଆ ନିଷ୍ପତ୍ତି ଦ୍ୱାରା ଯନ୍ତ୍ରଣାଗ୍ରସ୍ତ ହେଉଛନ୍ତି । ବିଜେଡି ସରକାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିବା ଅତ୍ୟନ୍ତ ଲଜ୍ଜାଜନକ । ପୂର୍ବରୁ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଅଧିନରେ ଅନେକ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ଯୋଗୁଁ ବା ସଠିକ୍ ଉତ୍ତର ଦେଇ ପରୀକ୍ଷକଙ୍କ ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ପାଇଁ ଅନେକ ମେଧାବୀ ଛାତ୍ରଛାତ୍ରୀ ଓ ନିଯୁକ୍ତି ପରୀକ୍ଷାର ପରୀକ୍ଷାର୍ଥୀ ତାଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ରହିଛନ୍ତି । ଅନେକ ନ୍ୟାୟ ପାଇବା ପାଇଁ କୋର୍ଟରେ ଦ୍ୱାରସ୍ତ ହୋଇ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ମଧ୍ୟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ମାର୍ଚ୍ଚ ୨୨ ତାରିଖରୁ +2 ମୂଲ୍ୟାୟନ, ମେ ୧୫ ସୁଦ୍ଧା ରେଜଲ୍ଟ

ପ୍ରଶ୍ନପତ୍ର ପ୍ରସ୍ତୁତି ବେଳେ ପରିଷଦ ପକ୍ଷରୁ ବ୍ୟାପକ ତ୍ରୁଟି ହୋଇଛି । ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ସହ ସିଲାବସ୍ ବାହାରୁ ପ୍ରଶ୍ନ ପକାଇ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ସରକାର ଖେଳ ଖେଳିଛନ୍ତି । ଯେତେବେଳେ କୌଣସି ପ୍ରଶ୍ନପତ୍ର ତ୍ରୁଟି କିମ୍ବା ସିଲାବସ ବାହାର ପ୍ରଶ୍ନ ଆସିଥାଏ, ସେଥିପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସମାନ ଗ୍ରେସ ମାର୍କ ଦେବାର ପୂର୍ବରୁ ଅନେକ ଉଦାହରଣ ରହିଛି । ବର୍ତ୍ତମାନର ନବୀନ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ବାରମ୍ବାର ଏହାର ଉଲ୍ଲଂଘନ କରୁଛି । ନିଜ ଭୁଲକୁ ଲୁଚାଇବା ପାଇଁ ନିରୀହ ଛାତ୍ରଛାତ୍ରୀ ତଥା ପରୀକ୍ଷାର୍ଥୀଙ୍କ ମୁଣ୍ଡରେ ଦୋଷ ଦେଉଛନ୍ତି ।

ଯେଉଁ ଛାତ୍ରଛାତ୍ରୀ ଭୁଲ୍ ପ୍ରଶ୍ନର ଉତ୍ତର ଦେଇନାହାନ୍ତି ତାହାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କିଭଳି ଅଣଦେଖା କରିପାରୁଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ପରିଷଦର ତ୍ରୁଟି ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସମାନ ନ୍ୟାୟରେ ଗ୍ରେସ ମାର୍କ ମିଳୁ ଏବଂ ସରକାର ବା ପରିଷଦର ଏ ଅକ୍ଷମଣୀୟ ତ୍ରୁଟି ପାଇଁ କେହି ବି ଜଣେ ପରୀକ୍ଷାର୍ଥୀ ନିଜ ଅଧିକାରରୁ ବଞ୍ଚିତ ନହୁଅନ୍ତୁ ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ ।



ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details