ଭୁବନେଶ୍ବର: ରାଜ୍ୟ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଏହି ଅଭିଯାନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଦଳୀୟ ବିଧାୟକ, ନେତା ଓ କର୍ମୀ ଆଜି ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ । "୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଉଛି । ବିଜେପି ସଦସ୍ୟତା ଅଭିଯାନରେ ଏକ କୋଟି ଲୋକଙ୍କୁ ଯୋଡିବାକୁ ଲକ୍ଷ୍ୟ ରଖିଛି । ଆମେ କେବଳ ଓଡିଶାରେ ଏହି ଲକ୍ଷ୍ୟକୁ ହାସଲ କରିବାକୁ ମୁଁ ଆହ୍ବାନ ଦେଉଛି । ସଦସ୍ୟ ସଂଗ୍ରହ ଅଭିଯାନ ବଢ଼ିଥିଲେ ବି ଆଗକୁ ଆହୁରି ବଢ଼ିବ । ଆଗାମୀ ୫ ବର୍ଷରେ ନୂଆ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଠନ କରିବା," ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
BJP Membership Drive (ETV Bharat Odisha) ଏହା ବି ପଢନ୍ତୁ- ବକ୍ସି ଜଗବନ୍ଧୁ ନେଇ ତୀବ୍ର ରାଜନୀତି; ବିଜେଡି-ବିଜେପି ମୁହାଁମୁହିଁ, ଫାଇଦା ନେଲା କଂଗ୍ରେସ ! - Buxi Jagabandhu Statue Unveiling
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନ ପୂର୍ବରୁ ବସିଛି ବଡ ବୈଠକ । ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ସାରଦା ଶତପଥୀ, ଉପସଭାପତି ଗୋଲକ ମହାପାତ୍ର, ବିଜେପି ସାଂସଦ ବିଭୁ ପ୍ରସାଦ ତରାଇ, ଅଭିମନ୍ୟୁ ସେଠୀଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
- ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
- ‘୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଉଛି’
- ‘ସଦସ୍ୟ ସଂଗ୍ରହ ଅଭିଯାନ ବଢ଼ିଥିଲେ ବି ଆଗକୁ ଆହୁରି ବଢ଼ିବ’
- ‘ଆଗାମୀ ୫ ବର୍ଷରେ ନୂଆ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଠନ କରିବା’
- ରାଜ୍ୟରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ
- ପ୍ରଥମ ଦିନରେ ରାଜ୍ୟ ସଭାପତି ମନମୋହନ ସାମଲ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ
- ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକ ସଦସ୍ୟତା ଗ୍ରହଣ
ଏହା ବି ପଢନ୍ତୁ- ମେଟ୍ରୋ ପ୍ରୋଜେକ୍ଟକୁ ନେଇ କିଏ କହୁଛି ସତ ? ବିଜେଡି ନା ବିଜେପି - Cuttack Metro Rail Project
ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲ ଅଭିଭାଷଣରେ କହିଛନ୍ତି, "ଘର ଘର ବୁଲିବା । ଯେଉଁମାନେ ଭୋଟ ଦେଇଛନ୍ତି, ତାଙ୍କୁ ଦଳରେ ସାମିଲ କରିବା । ଲୋକ ସମ୍ପର୍କ ଯୋଡି ବିଜେପିରେ ସାମିଲ କରିବା । ବିଜେଡିରେ ଥାଅନ୍ତୁ କି କଂଗ୍ରେସ ରେ ଥାଆନ୍ତୁ । ତାକୁ ବିଜେପିରେ ସାମିଲ କରିବା ପାଇଁ ଚେଷ୍ଟା କରିବା। ବିଜେପି ଜାତୀୟତାବାଦରେ ବିଶ୍ୱାସ କରୁଥିବା ଦଳ । ଏ ଦଳ ସାଧାରଣ ଲୋକଙ୍କ ଦଳ । ଆମେ ଗର୍ବିତ ଯେ ଦଳରେ ସଦସ୍ୟ ଥିଲୁ। ପୁଣି ସଦସ୍ୟ ହେବୁ। ୧୮ କୋଟି ସଦସ୍ୟ ବିଶିଷ୍ଟ ଦଳ ହେଇ ସାରିଛି। ୪୨ ଲକ୍ଷ ସଦସ୍ୟ କଲେ ସରକାର ହେଲା। ଜୟ ପରାଜୟ ଆମ ପାଇ ବଡ ନୁହେଁ। ସଂଗଠନ ଆମ ପାଇ ବଡ। ସରକାର ଆଉ ସଙ୍ଗଠନକୁ ଯୋଡ଼ି ରଖିବା ।"
ଏହା ବି ପଢନ୍ତୁ- ଏକାମ୍ର ପ୍ରକଳ୍ପ ଓ ଲିଙ୍ଗରାଜ ଆଇନକୁ ନେଇ ବାବୁ-ଅଶୋକ ମୁହାଁମୁହିଁ: ଅଭିଯୋଗ ଆଣିଲେ ବିଧାୟକ, କାଉଣ୍ଟର କଲେ ପୂର୍ବତନ ମନ୍ତ୍ରୀ - Politics On Ekamra Project
ସେହିପରି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଭାରୀଙ୍କ ଟାସ୍କ । ରେଲେୱେ ଷ୍ଟେସନ, ବସ ଷ୍ଟାଣ୍ଡ, କଲେଜ ବାହାରେ ସଦସ୍ୟତା ଅଭିଯାନ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ । ପ୍ରତି ବୁଥରେ 400 ସଦସ୍ୟ ଟାର୍ଗେଟ । ରାଜ୍ୟ ସରକାରରେ ଏକ ବର୍ଷର ଉପଲବ୍ଧି 100 ଦିନ ପୂର୍ବରୁ ହୋଇଛି । ଏହି ସବୁ କଥା ଲୋକଙ୍କ ପାଖରେ ପହଞ୍ଚାଅ। 45 ଦିନରେ ଭିତରେ ଟାର୍ଗେଟ ହାସଲ କରିବା ରେକର୍ଡ କରି ଦେଖେଇବା ।
ଏହା ବି ପଢନ୍ତୁ- Split BJD into pieces politics: ଯେମିତି କର୍ମ, ସେମିତି ଫଳ; ବିଜେଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି କି ଶାସକ ଦଳ ? ବିଜେପି କହିଲା ଆମେ ନୁହେଁ ଲୋକେ ଭାଙ୍ଗିବେ ଶଙ୍ଖ ଦଳ - Ruling BJP trying to split BJD
ସେପଟେ ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, "ବିଜେପିର ଏହି ସଦସ୍ୟତା ଅଭିଯାନ ପାଇଁ ଲୋକମାନେ କାମ କରିବା ଆରମ୍ଭ କରିସାରିଛନ୍ତି । ଗାଁ ଗାଁ ବୁଲି ଘର ଘର ବୁଲି ସଦସ୍ୟତା କରୁଛନ୍ତି । ଏହା ଆମ ପାଇଁ ବଡ଼ ପର୍ବ। ଏହା କେବଳ ନିର୍ବାଚନ ଜିତିବା ପାଇଁ ସଦସ୍ୟତା ନୁହଁ। ବିଜେପିର ବିଚାର ଧାରାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ। ସଦସ୍ୟତା ଅଭିଯାନ ଏକ କ୍ରାନ୍ତି ।