ଭୁବନେଶ୍ବର: ରାଜ୍ୟରେ ଶାସକ ଦଳ ଆଦର୍ଶ ଆଚରଣବିଧି ଉଲଙ୍ଘନ କରୁଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ବିଜେଡି ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ଭାରତୀୟ ଜନତା ପାର୍ଟୀ । ଯଦି ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ସିଇଓ (CEO) ଅଫିସ ଆଗରେ ଧାରଣା ଦେବ ବୋଲି ଚେତାବନୀ ଦେଇଛି ବିଜେପି ।
ବିଜେଡି ପାଇଁ ପ୍ରଚାର କରୁଛନ୍ତି ଆଶା ଓ ଅଙ୍ଗନାୱାଡି କର୍ମୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ବିଜେପି - BJP MEETs CEO - BJP MEETS CEO
BJP Alleges Model Code Of Conduct Violated By BJD: ବିଜେଡି ନିର୍ବାଚନ ଆଚରଣବିଧି ଉଲଙ୍ଘନ କରୁଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଅଧିକ ପଢ଼ନ୍ତୁ
Published : Apr 9, 2024, 9:58 PM IST
ନିର୍ବାଚନକୁ ନେଇ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବା ବେଳେ ବିଜେଡି ଏହାର ଅବମାନନା କରିଥିବା ଅଭିଯୋଗ କରିଛି ବିଜେପି । ଏନେଇ ଦଳର ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ସିଇଓଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ । ଏନେଇ ଗୋଲକ ମହାପାତ୍ର କହିଛନ୍ତି, "ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀଙ୍କ ପାଇଁ ଆଶା ଓ ଅଙ୍ଗନୱାଡ଼ି କର୍ମୀ ପ୍ରଚାର କରୁଛନ୍ତି । ଆଶା ଓ ଅଙ୍ଗନୱାଡ଼ି କର୍ମୀ ପ୍ରଚାର କରୁଥିବା ସମୟର ଫଟୋ ଓ ଭିଡିଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛୁ । ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ବିଏଲଏଫ୍ ସିଧାସଳଖ ବାବରେ ଶଙ୍ଖ ଚିହ୍ନ ଧରି ବିଜେଡି ପାଇଁ ପ୍ରଚାର କରୁଛନ୍ତି । ଏହାର ଫଟୋ ଓ ଭିଡିଓ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛୁ । ସବୁଠାରୁ ବଡକଥା ହେଲା ଆଦର୍ଶ ଆଚରଣ ବିଧି ଲାଗୁ ସମୟରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ 528 କୋଟି ଟଙ୍କା ଗୋଟିଏ ଏନଜିଓକୁ ମଞ୍ଜୁର କରିଛନ୍ତି । ଏହା ବିଜେଡିକୁ ସହାୟତା ପାଇଁ କରାଯାଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ବେଳେ ଟିଡିସିସି କେମିତି ଏନଜିଓକୁ ଅର୍ଥ ମଞ୍ଜୁର କଲା । ଅର୍ଥ ବିଭାଗ ଏହାକୁ କେମିତି ମଞ୍ଜୁର କଲେ ।"
ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ଆଚରଣବିଧି ଉଲଙ୍ଘନ କରୁଛି ବିଜେଡି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ବିଜେପି - BJP Complaint Against BJD
ଗୋଲକ ମହାପାତ୍ର ଏହା ମଧ୍ୟ କହିଛନ୍ତି, "ଆମେ ଆଶା କରୁଛି ଯେ, ନିର୍ବାଚନ ଅଧିକାରୀ ଯାହା କହିଥିଲେ କି, ଆଶା ଓ ଅଙ୍ଗନୱାଡି କର୍ମୀ ଯିଏ ନିର୍ବାଚନ କାର୍ଯ୍ୟରେ ନିଯୁକ୍ତ ହେବ ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ଆମେ ଭାବୁଛୁ ଆମ ଅଭିଯୋଗ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏହା ସପ୍ତମ ଥର, ଯେଉଁଥିରେ ସରକାରୀ କର୍ମୀ ନିର୍ବାଚନ ପ୍ରଚାରରେ ସାମିଲ ହେବା ନେଇ ପ୍ରମାଣ ସହ ନିର୍ବାଚନ ଅଧିକାରୀଙ୍କୁ ଦେଇଛୁ । ଯଦି ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ଏହାର ପରବର୍ତ୍ତି ପଦକ୍ଷପ ହେଉଛି ସିଇଓ ଅଫିସ ଆଗରେ ଧାରଣା ଦେବୁ ।"
ଇଟିଭି ଭାରତ, ଭୁବନେଶ୍ବର