ଓଡିଶା

odisha

By ETV Bharat Odisha Team

Published : Jun 11, 2024, 1:51 PM IST

Updated : Jun 11, 2024, 3:29 PM IST

ETV Bharat / state

ବିଜେପି ସରକାର ଶପଥ ସମାରୋହରେ ସାମିଲ ହେବେ ନବୀନ ! ନିମନ୍ତ୍ରଣ କଲା ବିଜେପି - BJP invite Naveen Patnaik

BJP invite Naveen Patnaik to oath ceremony: ଗୋଟିଏ ମଞ୍ଚରେ ପୁଣି ନଜର ଆସିବେକି ମୋଦି-ନବୀନ । ଶପଥ ସମାରୋହକୁ ନିମନ୍ତ୍ରଣ କଲା ବିଜେପି । ଆଜି ବିଧାୟକ ଦଳ ବୈଠକ, କାଲି ଶପଥ । ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ବିଜେପି ସରକାର ଶପଥ ସମାରୋହରେ ସାମିଲ ହେବେ ନବୀନ ! ନିମନ୍ତ୍ରଣ କଲା ବିଜେପି
ବିଜେପି ସରକାର ଶପଥ ସମାରୋହରେ ସାମିଲ ହେବେ ନବୀନ ! ନିମନ୍ତ୍ରଣ କଲା ବିଜେପି (ETV Bharat Odisha)

ହାଇଦ୍ରାବାଦ:ରାଜ୍ୟ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ରାଜ୍ୟ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇବ । ଦୁଇ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପେନ୍ଦ୍ର ଯାଦବ ଦିଲ୍ଲୀରୁ ଭୁବନେଶ୍ବର ପହଞ୍ଚି ସାରିଛନ୍ତି । ଆଜି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେବା ପରେ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଏକାଧିକ ବରିଷ୍ଠ ନେତା ଓ ଏକାଧିକ ବିଜେପିଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏହିକ୍ରମରେ ରାଜନୈତିକ ସୌଜନ୍ୟତା ଦୃଷ୍ଟିରୁ ବିଜେପି ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଛି । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ରାଜ୍ୟ ବିଜେପିର ଏକ ବରିଷ୍ଠ ନେତାଙ୍କ ଟିମ୍‌ ଆଜି ମଧ୍ୟାହ୍ନରେ ନବୀନଙ୍କୁ ନିମନ୍ତ୍ରଣ କରିବା ପାଇଁ ତାଙ୍କ ବାସଭବନ ନବୀନ ନିବାସରେ ପହଞ୍ଚିଛନ୍ତି ।

ବିଜେପି ସରକାର ଶପଥ ସମାରୋହରେ ସାମିଲ ହେବେ ନବୀନ ! (ETV Bharat Odisha)

ନବୀନ ଯଦି ସୌଜନ୍ୟତା ଦୃଷ୍ଟିରୁ ଏହି ସମାରୋହରେ ସାମିଲ ହୁଅନ୍ତି, ତେବେ ନର୍ବାଚନ ପରେ ପ୍ରଥମ ଥର ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ । ଶେଷଥର ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଚଣ୍ଡିଖୋଲରେ ହୋଇଥିବା କାର୍ଯ୍ୟକ୍ରମରେ ନବୀନ ଓ ମୋଦିଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ବିଜୁ ବାବୁଙ୍କ ଜନ୍ମଜୟନ୍ତୀରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବିଜୁବାବୁଙ୍କର ଓଡିଶା ପ୍ରତି ଥିବା ଅବଦାନକୁ ପ୍ରଶଂସା କରିଥିଲେ । ହେଲେ ନିର୍ବାଚନୀ ପ୍ରଚାରରେ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦି ନବୀନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ପ୍ରଶ୍ନ ଉଠାଇଥିଲେ । ନବୀନ ଏହାକୁ ପ୍ରେସମିଟ୍‌ କରି ସମାଲୋଚନା କରିଥିଲେ । ସେ କେବେ କାହାକୁ କଟୁ କଥା କହନ୍ତି ନାହିଁ, ରାଜନୀତି ପାେଇଁ କେନ୍ଦ୍ରରୁ ନେତାମାନେ ଓଡିଶା ଆସି ତାଙ୍କ ବିରୋଧରେ ବ୍ୟକ୍ତିଗତ ଓ କଟୁ ମନ୍ତବ୍ୟ ଦେଉଥିବା ନବୀନ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଆଜି ହଟିବ ମୁଖ୍ୟମନ୍ତ୍ରୀ ସସପେନ୍ସ : ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ, କାଲି ଶପଥ - Odisha to get new CM today

କାଲି ବିଜେପିର ଶପଥ ଗ୍ରହଣ ସମାରୋହ ପାଇଁ ସମସ୍ତ କାର୍ଯ୍ୟକ୍ରମ ପ୍ରାୟତଃ ଶେଷ ହୋଇଛି । ଜନତା ମୈଦାନରେ ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ପାଇଁ ରାଜ୍ୟ ବିଜେପି ସମସ୍ତ ପ୍ରୟାସ କରୁଛି । ପୋଲିସ ଓ ପ୍ରଶାସନ ମଧ୍ୟ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବାହାର ନେତାଙ୍କ ଗସ୍ତ ପାଇଁ ସୁରକ୍ଷା ଓ ଅନ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି । ଆଜି ଅପରାହ୍ନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଓ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ପହଞ୍ଚିବା ପରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ନେଇ ସପ୍ତାହେ ଧରି ଜାରି ରହିଥିବା ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡିବ । ତାହା ଉପରେ ରାଜ୍ୟ ସମେତ ପୁରା ଦେଶର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 11, 2024, 3:29 PM IST

ABOUT THE AUTHOR

...view details