ଓଡିଶା

odisha

ETV Bharat / state

70 ଲକ୍ଷ ମିଶନଶକ୍ତି ମହିଳାଙ୍କ ଦରମା ବନ୍ଦ ଷଡଯନ୍ତ୍ର କରିଛି ବିଜେପି ସରକାର: ନବୀନ - NAVEEN ON MISSIONSHAKTI MISSION

ମିଶନଶକ୍ତି ମହିଳାଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ନାରାବାଜୀ, ଗୃହ ମୁଲତବୀ । ନବୀନ କହିଲେ, ଦରମା ବନ୍ଦ ସରକାରୀ ଷଡଯନ୍ତ୍ର । ଆମେ ନିନ୍ଦା କରୁଛୁ ।

70 ଲକ୍ଷ ମିଶନଶକ୍ତି ମହିଳାଙ୍କ ଦରମା ବନ୍ଦ ଷଡଯନ୍ତ୍ର କରିଛି ବିଜେପି ସରକାର: ନବୀନ
70 ଲକ୍ଷ ମିଶନଶକ୍ତି ମହିଳାଙ୍କ ଦରମା ବନ୍ଦ ଷଡଯନ୍ତ୍ର କରିଛି ବିଜେପି ସରକାର: ନବୀନ (ETV Bharat odisha)

By ETV Bharat Odisha Team

Published : Dec 10, 2024, 12:43 PM IST

ଭୁବନେଶ୍ବର: ‘ମିଶନଶକ୍ତି’ର ମହିଳାମାନଙ୍କ ବିରୋଧରେ ରାଜ୍ୟରେ ବିଜେପି ସରକାର ଷଡଯନ୍ତ୍ର କରୁଛି । ମିଶନଶକ୍ତିର କର୍ମୀମାନଙ୍କୁ ରାଜ୍ୟ ସରକାର ପ୍ରତାରଣା କରୁଥିବା ଅଭିଯୋଗରେ ବିରୋଧୀ ବିଜେଡି ଆଜି ଗୃହରେ ହଙ୍ଗାମା କରିଛି । ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ସରକାରଙ୍କ ଉପରେ ବର୍ଷିଛନ୍ତି । ଗୃହରେ ‘ଏମବିକେ’, ‘ସିଆରପି’, ବ୍ୟାଙ୍କ ମିତ୍ରଙ୍କ ଦରମା ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ବିଜେଡି ପ୍ରତିବାଦ ସହ ହୋହାଲ୍ଲା କରି ଗୃହକାର୍ଯ୍ୟ ଅଚଳ କରିଦେଇଛି । ବିଜେଡିର ପ୍ରତିବାଦକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି । ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ସଦସ୍ୟମାନେ ପ୍ରତିବାଦ ପ୍ରଦର୍ଶନ କରିବା ସହ ହୋହଲ୍ଲା କରିଥିଲେ । ସ୍ଥିତି ସ୍ୱାଭାବିକ ନହେବାରୁ ଗୃହକୁ 11.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି।

  • ମିଶନଶକ୍ତିର ମହିଳାମାନଙ୍କ ଦରମା ବନ୍ଦ ପାଇଁ ସରକାରୀ ଷଡଯନ୍ତ୍ର: ନବୀନ

ସେପଟେ ଗୃହ ବାହାରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପ୍ରତିକ୍ରିୟା ଦେଇ କହିଛନ୍ତି,‘‘ରାଜ୍ୟ ବିଜେପି ସରକାର ମିଶନଶକ୍ତିର ମହିଳାମାନଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରିଛି । ଏହା ଦୁର୍ଭାଗ୍ୟଜନକ ,ଏହାକୁ ମୁଁ ନିନ୍ଦା କରୁଛି । ଆମେ ସର୍ବଦା ମିଶନଶକ୍ତି ମହିଳାଙ୍କ ସଶକ୍ତୀକରଣ ପାଇଁ ସମର୍ଥନ କରିଆସିଛୁ । ଆଗକୁ ମଧ୍ୟ ମିଶନଶକ୍ତି ଅଭିଯାନ ପାଇଁ ଆମ ସମର୍ଥନ ଜାରି ରହିବ ।’’ ସୂଚନା ଥାଉକି ରାଜ୍ୟରେ ପ୍ରାୟ 60 ହଜାର ମିଶନଶକ୍ତିର ସଦସ୍ୟା ମହିଳା ଭୁବନେଶ୍ୱର ଲୋୟର ପିଏମଜିରେ ଆହୋରାତ୍ର ଧାରଣାରେ ବସିଛନ୍ତି । ଏହି ପ୍ରସଙ୍ଗକୁ ଗୃହରେ ଉଠାଇ ହୋହାଲ୍ଲା କରିଛି ବିଜେଡି । ନିଜେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଗୃହରେ ଏହି ପ୍ରତିବାଦର ନେତୃତ୍ବ ନେଇଥିଲେ ।

70 ଲକ୍ଷ ମିଶନଶକ୍ତି ମହିଳାଙ୍କ ଦରମା ବନ୍ଦ ଷଡଯନ୍ତ୍ର କରିଛି ବିଜେପି ସରକାର : ନବୀନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ସରକାରୀ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ୧୪ ପୂର୍ବତନ ବିଧାୟକ

ଏହା ମଧ୍ୟ ପଢନ୍ତୁ :-ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ପାରିତ, ହେରଫେର କଲେ ଗଣିବେ କୋଟିଏ

ଏହା ମଧ୍ୟ ପଢନ୍ତୁ:ନିଯୁକ୍ତି ଚଞ୍ଚକତା ନେଇ ବର୍ଷିଲେ ମୋହନ ମାଝୀ, 'ପୂର୍ବ ସରକାରରେ ହୋଇଥିଲା ASO ସିଟ୍ ବିକ୍ରି'

  • ନବୀନଙ୍କୁ ଶାସକ ଦଳର ପାଲଟା ଟାର୍ଗେଟ

ସୂଚନା ଅନୁସାରେ 2019 ମସିହା ଏପ୍ରିଲରୁ ମିଶନଶକ୍ତିର ମହିଳାମାନଙ୍କ ସହ ତତ୍କାଳୀନ ସରକାରଙ୍କ ଏଗ୍ରିମେଣ୍ଟ ହୋଇଥିଲା । ଚଳିତ ବର୍ଷ ଏପ୍ରିଲ 24ରେ ଏହି ଏଗ୍ରିମେଣ୍ଟ ଅବଧି ଶେଷ ହୋଇଛି । ତେବେ ନବୀନଙ୍କୁ ଶାସକ ଦଳ ମଧ୍ୟ ପାଲଟା ଟାର୍ଗେଟ କରିବାକୁ ପଛାଇନାହିଁ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ‘‘ବିଜେଡି ନେତା ନବୀନ ପଟ୍ଟନାୟକ ଜଣେ ଛଦ୍ମବେଶୀ । ସେ ଅସତ୍ୟ କହୁଛନ୍ତି । ମମିତା, ବେବିନାଙ୍କ ସହ ବିଜେଡି ଥିଲା । ମିଶନଶକ୍ତିର ମହିଳାମାନଙ୍କ ସହ ହୋଇଥିବା ଏଗ୍ରିମେଣ୍ଟ ଏପ୍ରିଲରେ ଶେଷ ହୋଇଛି, ନବୀନ କାହିଁକି ତାଙ୍କ ଏଗ୍ରିମେଣ୍ଟ କଲେନାହିଁ । ପଛପଟୁ ଛୁରା ମାରିଲେ । ଆଜି ରାଜରାସ୍ତାରେ ବସାଇ ଆପଣ ଏଭଳି କାର୍ଯ୍ୟ କରୁଛନ୍ତି ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details