ଭୁବନେଶ୍ବର/ରାୟଗଡା: ରାଜ୍ୟର ପ୍ରତ୍ୟେକ ଜିଲ୍ଲା ବୁଲିବେ ମନ୍ତ୍ରୀ । ଏଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ୧୫ ମନ୍ତ୍ରୀ ବୁଲିବେ ୩୦ ଜିଲ୍ଲା । ବଜେଟରେ ମୋହନ ସରକାର ଆଣିଥିବା ଲୋକାଭିମୁଖୀ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରିବେ । ପ୍ରତି ମନ୍ତ୍ରୀ ୨ଟି ଜିଲ୍ଲା ଗସ୍ତ କରିବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେପଟେ କୋରାପୁଟ ଓ ରାୟଗଡା ଜିଲ୍ଲା ଗସ୍ତ କରି ସମୀକ୍ଷା କରିଛନ୍ତି ମନମୋହନ ସାମଲ ।
୩୦ ଜିଲ୍ଲା ଗସ୍ତ କରିବେ ୧୫ ମନ୍ତ୍ରୀ:
ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି," ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ । ବଜେଟର ବିଭିନ୍ନ ଦିଗ ବାବଦରେ ସାଧାରଣ ଲୋକଙ୍କ ଆଲୋଚନା ଚର୍ଚ୍ଚା କରିବେ । ଏହାକୁ ନେଇ ଯୋଜନା ହୋଇଛି । ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ସହ ଯୋଡିବା ପାଇଁ ସଙ୍ଗଠନ ଭୂମିକା । ସଙ୍ଗଠନ ସେଇ ଭୂମିକା ନିର୍ବାହ କରିବ । ଜନହିତକାରୀ ନିଷ୍ପତ୍ତି ସରକାରୀ ସ୍ତରରେ ହେବ । ଏଭଳି ନିଷ୍ପତ୍ତି ହୋଇ ସାରିଛି । ମନ୍ତ୍ରୀମାନେ ଦୁଇଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ । ସରକାର ଯେଉଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ସେଇ ନିଷ୍ପତ୍ତିଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଙ୍ଗଠନ ଯେଉଁ ଯୋଜନା କରିଛି ମନ୍ତ୍ରୀମାନେ ସେଥିରେ ସାମିଲ ହେବେ ।"
ସମସ୍ତ ସ୍ତରକୁ ସକ୍ରିୟ କରିବା ପାଇଁ କାର୍ଯ୍ୟ କରୁଛି ବିଜେପି:
ସେହିପରି ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, "ଓଡ଼ିଶାବାସୀ ବିଶ୍ବାସ ରଖି ଭାରତୀୟ ଜନତା ପାର୍ଟିକୁ ଶାସନ ଭାର ଦେଇଛନ୍ତି । ବିଜେପି ତାର ସଂକଳ୍ପ ପତ୍ରରେ ଯାହା କହିଥିଲା ତାହା ଅକ୍ଷର ଅକ୍ଷରେ ତାହା ପୂରଣ କରିବ । ସେ ଦୃଷ୍ଟିରୁ ସରକାର ତାଙ୍କ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ସଂଗଠନ ଦୃଷ୍ଟିରୁ ବିଜେପି ନିର୍ବାଚନ ପରେ ସମସ୍ତ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ଆମେ ସମୀକ୍ଷା କରିସାରିଛି । ଏବେ ଜିଲ୍ଲାମାନଙ୍କରେ ବୌଠକ ସରିଛି । ଜିଲ୍ଲା ଅନୁସାରେ ବିଧାନସଭା ଅନୁସାରେ ମଣ୍ଡଳ ସ୍ତରରେ ସମସ୍ତ ସ୍ତରକୁ ସକ୍ରିୟ କରିବା ପାଇଁ ବିଜେପି ତାର କାର୍ଯ୍ୟକ୍ରମ କରୁଛି । କାର୍ଯ୍ୟକାରିଣୀରୁ ମଧ୍ୟ ସମସ୍ତ ବିଧାନସଭା ଓ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଛନ୍ତି । ତେଣୁ କ'ଣ କରିବାରକୁ ପଡ଼ିବ, କେମିତି କରିବାକୁ ପଡ଼ିବ ଓ କାହାଦ୍ବାରା କ'ଣ କରିବାକୁ ପଡ଼ବ ସେ ସମସ୍ତ କଥା ସେ ବିସୟରେ ଆଲୋଚନା ହୋଇଛି ।"
ଏହା ମଧ୍ୟ ପଢ଼ନ୍ତୁ...ଓଡିଶାରେ ବିଜେପି ଆରମ୍ଭ କଲା କି ଅପରେସନ ଲୋଟସ ? ସୁସ୍ଥ ଗଣତନ୍ତ୍ର ପାଇଁ ଏହା ସମୀଚିନ ନୁହେଁ କହିଲା କଂଗ୍ରେସ - shrikant jena targets bjp