ଓଡିଶା

odisha

By ETV Bharat Odisha Team

Published : Jan 30, 2024, 10:57 PM IST

ETV Bharat / state

ଖରିଫ ଧାନ କିଣାରେ ଦୁର୍ନୀତି: ସିବିଆଇ ତଦନ୍ତ ଦାବି, ବିକ୍ଷୋଭ ପ୍ରଦର୍ଶନ କଲେ କୃଷକ ମୋର୍ଚ୍ଚା

BJP Protest over kharif paddy procurement : ସିବିଆଇ ତଦନ୍ତ ଦାବି କଲା କୃଷକ ମୋର୍ଚ୍ଚା । ଖରିଫ ଧାନ କିଣାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ । ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୃଷକ ମୋର୍ଚ୍ଚା । ଅଧିକ ପଢ଼ନ୍ତୁ,

ବିକ୍ଷୋଭ ପ୍ରଦର୍ଶନ କଲେ କୃଷକ ମୋର୍ଚ୍ଚା
ବିକ୍ଷୋଭ ପ୍ରଦର୍ଶନ କଲେ କୃଷକ ମୋର୍ଚ୍ଚା

ବିକ୍ଷୋଭ ପ୍ରଦର୍ଶନ କଲେ କୃଷକ ମୋର୍ଚ୍ଚା

କେନ୍ଦୁଝର: ସିବିଆଇ ତଦନ୍ତ ଦାବି କଲା କୃଷକ ମୋର୍ଚ୍ଚା । ଖରିଫ ଧାନ କିଣାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ । ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୃଷକ ମୋର୍ଚ୍ଚା । ସାଙ୍ଗକୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । କଟନି ଛଟନି ସାଙ୍ଗକୁ ଅନ୍ୟାନ ସମସ୍ୟା ମଧ୍ୟ ଉପୁଜୁଛି । ଅନେକ ସ୍ଥାନରେ ସାଧାରଣ ସୁବିଧା ଦୁରର କଥା ମଣ୍ଡି ଖୋଲା ମଇଦାନରେ ଚାଲିଛି । ଏସବୁ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇଛି ରାଜ୍ୟ କୃଷକ ମୋର୍ଚ୍ଚା ।

ଓଡିଶା ରାଜ୍ୟରେ ଚଳିତ ବର୍ଷ ଖରିଫ ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର ହୋଇଥିବା ଅଭିଯୋଗ ଆଣିଛି କୃଷକ ମୋର୍ଚ୍ଚା । ସେନେଇ ସିବିଆଇ ତଦନ୍ତ ଦାବି ଦାବି କରି କେନ୍ଦୁଝର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡିଶାର ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ହେଉଛି ଯେମିତିକି, ଧାନମଣ୍ଡୀ ମାନଙ୍କରେ ଧାନ କୁଇଣ୍ଟାଲ ପ୍ରତି ୫ କିଲୋରୁ ୧୦ କିଲୋ କଟନି ଛଟନି, ଚାଷୀ ମାନଙ୍କୁ ବସ୍ତା ଦିଆଯାଉନଥିବା, ଧାନ ରଖିବା ଓ ଓଜନ କରିବା ବାବଦରେ ୫ ଟଙ୍କାରୁ ୧୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି । ଅନ୍ୟପଟେ ମଣ୍ଡିର ବିକାଶ ଏବଂ ରକ୍ଷଣା ବେକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଦାନ ମିଳୁଥିଲେ ମଧ୍ୟ ୯୮ ପ୍ରତିଶତ ଧାନମଣ୍ଡୀ ଖୋଲା ମଇଦାନରେ ଚାଲିଛି । ଅନେକ ସ୍ଥାନରେ ଗୋଦାମ ଗୃହ, ଚାଷୀ ମାନଙ୍କ ପାଇଁ ବିଶ୍ରାମଗାର, ଶୈଚାଳୟ, ପିଇବା ପାଣି ପରି ସାଧାରଣ ସୁବିଧା ମଧ୍ୟ ନାହିଁ । ଅନେକ ସ୍ଥାନରେ ଧାନ ଚୋରୀ ସାଙ୍ଗକୁ ଗାଈଗୋରୁ ଓ ଛେଳିଙ୍କ କବଳରୁ ରକ୍ଷା କରିବା ପାଇଁ ପାଚେରୀର ମଧ୍ୟ ସୁବିଧା କରାଯାଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ... ପୁରୀରେ ଅଟୋ ଚାଳକଙ୍କ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଅନୁଦାନ ଯାଉଛି କେଉଁ ଆଡ଼େ । ତାସହିତ ଧାନମଣ୍ଡି ମାନଙ୍କରେ ବର୍ଷକୁ ଧାନ କିଣା ଯାଉଥିବା ସମୁଦାୟ ମୂଲ୍ୟର ୨% ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଧାନମଣ୍ଡୀର ଭିତ୍ତିଭୂମିର ବିକାଶ ପାଇଁ ଦେଉଛନ୍ତି । ସେସବୁ ଟଙ୍କାକୁ ସଠିକ ରୂପରେ ବିନିଯୋଗ କରାଯାଉ ନଥିବାରୁ ଏହି ଭଳି ସମସ୍ୟା ହେଉଥିବା କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ଵରେ କେନ୍ଦୁଝରଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details