ETV Bharat / bharat

ଝାଡ଼ଖଣ୍ଡରେ ଉଠିଲା ଓଡ଼ିଆ ଅସ୍ମିତା, ଏମିତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM Mohan Majhi In Jharkhand - CM MOHAN MAJHI IN JHARKHAND

Odisha CM Mohan Majhi In Jharkhand: ଆଜି ଝାଡ଼ଖଣ୍ଡ ବିଜେପି ପକ୍ଷରୁ ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଭାରେ ଉଦବୋଧନ ବେଳେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ କ'ଣ କହିଛନ୍ତି ମୋହନ, ଜାଣନ୍ତୁ ।

CM Mohan Majhi In Jharkhand
CM Mohan Majhi In Jharkhand (BJP Jharkhand)
author img

By ETV Bharat Odisha Team

Published : Sep 30, 2024, 10:54 PM IST

ରାଞ୍ଚି: ନିର୍ବାଚନ ପୂର୍ବରୁ ଝାଡଖଣ୍ଡରେ ଜମିଲାଣି ମାହୋଲ । ଆଜି ବିଜେପି ପକ୍ଷରୁ ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଗନ୍ନାଥପୁରରେ ଆୟୋଜିତ ଶୋଭାରେ ବର୍ତ୍ତମାନର ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୋହନ । ଆସନ୍ତା ନିର୍ବାଚନରେ ବିଜେପିକୁ ଭୋଟ ଦେଇ ସରକାରକୁ ଆଣିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଓଡ଼ିଆ ଭାଷାକୁ ନେଇ ଏମିତି କହିଲେ ମୋହନ:

ପଶ୍ଚିମ ସିଂହଭୂମ ଜିଲ୍ଲା ଜଗନ୍ନାଥପୁରରେ ଉଦବୋଧନ ସମୟରେ ଓଡ଼ିଆ ଭାଷା ପ୍ରସଙ୍ଗ ଉଠାଇଛନ୍ତି ମୋହନ । ସେ କହିଛନ୍ତି, "ଏଠାରେ ଓଡ଼ିଆ ଭାଷାଭାଷୀ ଲୋକ ଅବହେଳିତ ଅବସ୍ଥାରେ ଅଛନ୍ତି । ହେମନ୍ତ ସୋରେନ ସରକାର ଓଡ଼ିଆ ଭାଷାକୁ ବିଲୁପ୍ତ କରିବାକୁ ଚକ୍ରାନ୍ତ କରିଛନ୍ତି ।"

ବିଜେପି ସରକାର ଆଣିବାକୁ ଆହ୍ବାନ:

CM Mohan Majhi In Jharkhand
CM Mohan Majhi In Jharkhand (BJP Jharkhand)

ମୋହନ ଚରଣ ମାଝୀ ଆହୁରି କହିଛନ୍ତି, "ଝାଡ଼ଖଣ୍ଡରେ ଡବଲ ଇଞ୍ଜିନ ସରକାର ଆଣିବା ନିହାତି ଆବଶ୍ୟକ । ଭାଜପା ସରକାର ଆସିଲେ ଝାଡଖଣ୍ଡରେ ଥିବା 136 ସ୍କୁଲର ଓଡ଼ିଆ ଶିକ୍ଷକଙ୍କୁ ଦାବି ପୂରଣ ହେବ । ସେମାନଙ୍କ ବକେୟା ରାଶି ମଧ୍ୟ ପ୍ରଦାନ କରାଯିବ । ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ପୁସ୍ତକ ପ୍ରଦାନ କରାଯିବ । 'ଦିଦି ଯୋଜନା' ଅଧୀନରେ ଡବଲ ଇଞ୍ଜିନ ସରକାର ହେଲେ ଆକାଉଣ୍ଟକୁ 21ଶହ ଟଙ୍କା ଯିବ ।"

ଭାଇଚାରା କଥା କହିଲେ ମୋହନ:

ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉଦାହରଣ ଦେଇ ମୋହନ କହିଛନ୍ତି, "ପୂର୍ବରୁ ଏଠାରେ ରାଜ୍ୟପାଳ ଥିଲେ ବର୍ତ୍ତମାନର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ । ସେହିପରି ଝାଡ଼ଖଣ୍ଡର ରଘୁବର ଦାସ ଏବେ ଓଡ଼ିଶାର ରାଜ୍ୟପାଳ ଅଛନ୍ତି । ଦେଖିବାକୁ ଗଲେ ଦୁଇ ରାଜ୍ୟ ଅଲଗା ହୋଇଛି ସତ । ହେଲେ ଆମେ ଅଲଗା ହେଲେ ବି ଗୋଟିଏ ମା'ର ପୁଅ।"

ଏହା ବି ପଢନ୍ତୁ...୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ପରିବର୍ତ୍ତନ ରାଲିକୁ କରିବେ ସମ୍ବୋଧନ - CM Mohan Majhi In Jharkhand

ଏହା ବି ପଢନ୍ତୁ...ପଦ୍ମ ଧରିଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଦଳକୁ ସ୍ବାଗତ କଲେ ହିମନ୍ତ-ଶିବରାଜ - Champai Soren Joins BJP

ଆସୁଛି ଝାଡ଼ଖଣ୍ଡ ନିର୍ବାଚନ:

ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ଝାଡ଼ଖଣ୍ଡ ନିର୍ବାଚନ 2024 । ଯଦିଓ ଏନେଇ ବିଧିବଦ୍ଧ ତାରିଖ ଘୋଷଣା ହୋଇନି, ତେବେ ଏହା ଖୁବଶୀଘ୍ର ଅର୍ଥାତ୍ ଦଶହରା ସମୟରେ ଘୋଷଣା ହୋଇପାରେ ବୋଲି କୁହାଯାଉଛି । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଇଦାନରେ ବଳ କଷୁଛନ୍ତି । ଏହି ସମୟରେ ଓଡ଼ିଶ ମୁଖ୍ୟମନ୍ତ୍ରୀଙ୍କ ଝାଡ଼ଖଣ୍ଡ ଗସ୍ତ ଅନେକ ଗୁରୁତ୍ବ ବହନ କରୁଛି।

ଏହା ବି ପଢନ୍ତୁ...24 ବର୍ଷରେ ଝାଡ଼ଖଣ୍ଡରେ 13 ମୁଖ୍ୟମନ୍ତ୍ରୀ; କେବଳ ରଘୁବର ଦାସ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ - Jharkhand see 13 CM in 24 yrs

ଏହା ବି ପଢନ୍ତୁ...ମୋଦିଙ୍କ ଜନ୍ମଦିନରେ କେଜ୍ରିୱାଲଙ୍କ ଇସ୍ତଫା, କାଲି ବାଜିବ ନୂଆ ମୁଖ୍ୟମନ୍ତ୍ରୀ ନାଁରେ ମୋହର ! - Arvind Kejriwal To Resign

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.