ଓଡିଶା

odisha

ETV Bharat / state

କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ସରକାରଙ୍କୁ BJDର ଟାର୍ଗେଟ୍, କାଉଣ୍ଟର କଲା BJP - DIARRHOEA OUTBREAK IN KANASA

କଣାସରେ ଡାଇରିଆ ବ୍ୟାପୁଛି, ରାଜନୀତି ବଢୁଛି । ପ୍ରେସମିଟ କରି ବର୍ଷିଲା ବିଜେଡି । ବିଜେପି କହିଲା ପୂର୍ବ ସରକାରରେ ପାନୀୟ ଜଳ ଯୋଗାଣ ହୋଇଥିଲା ବ୍ୟାପକ ବାଟମାରଣା ।

Diarrhoea Outbreak In Kanasa
Diarrhoea Outbreak In Kanasa (ETV Bharat Odisha)

By ETV Bharat Odisha Team

Published : Jan 21, 2025, 9:51 PM IST

ଭୁବନେଶ୍ବର:ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ବ୍ୟାପିବାରେ ଲାଗିଛି । ଝାଡାବାନ୍ତିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ‘ବିଜେଡି’ । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର କୌଣସି ପ୍ରକାରର ତତ୍ପରତା ଦେଖାଇନାହାନ୍ତି ବୋଲି ଅଭିଯୋଗ କରିଛି ବିରୋଧୀ ଦଳ । ସେପଟେ ବିଜେଡିର ଅଭିଯୋଗ ଉପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ କଡ଼ା ଜବାବ ରଖିଛନ୍ତି । ସେପଟେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ କଣାସ ଅଞ୍ଚଳକୁ ପଠାଯାଇଛି ଓ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଥିବା ସହ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

  • ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ୍:

ବିଜେଡିର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, "ପୁରୀ ଜିଲ୍ଲା କଣାସ ବ୍ଲକରେ ଦୟା, ଲୁଣା, ମକରା ନଦୀ ପ୍ରବାହିତ ହେଉଛି । ଏହି ନଦୀ ଚିଲିକା ସହ ସଂଲଗ୍ନ । ଭୁବନେଶ୍ୱରରୁ ସ୍ୱରେଜ ଲିଙ୍କ ଗଙ୍ଗୁଆ ନଦୀକୁ ଅଛି । ଗାଙ୍ଗୁଆ ପାଣି ଦୟାରେ ମିଶିଛୁ । ଫଳରେ ଦୟା ନଦୀ ପ୍ରଦୂଷଣ ହେଉଛି । ଏହା ପାନୀୟ ଉପଯୋଗୀ ନୁହେଁ । ତେଣୁ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଦୂଷିତ ସ୍ୱିଏଜ ଜଳକୁ ପ୍ରଦୂଷଣରୁ ରୋକିବା ପାଇଁ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପୂର୍ବ ସରକାର 900 କୋଟି ଟଙ୍କା ମଞ୍ଜୁରୀ ଦେଇଥିଲେ । ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନଗର ଉନ୍ନୟନ, ଜଙ୍ଗଲ ପରିବେଶ ବିଭାଗ ସଚିବଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ପ୍ରାୟ 80 ପ୍ରତିଶତ ଶେଷ ହୋଇଯାଇଥିଲା । ଯାହା ନୂତନ ସରକାର ଆସିବା ପରେ ବନ୍ଦ ହୋଇଯାଇଛି । ସେହିପରି ଗଙ୍ଗୁଆ ଓ ଦୟା ନଦୀରେ ପ୍ରଦୂଷିତ ଜଳ ନମିଶିବା ଲାଗି ଆଉ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ଲାଗିବ ବୋଲି ଟେଣ୍ଡର ଡକାଯାଇଥିଲା । ନୂଆ ସରକାର ଆସିବା ପରେ ଏହି କାର୍ଯ୍ୟ ଆଗକୁ ବଢ଼ୁନାହିଁ । କଣାସ ‘ପିଏଚସି’ରେ ଏବେ ତାଲା ଝୁଲୁଛି ।"

Diarrhoea Outbreak In Kanasa (ETV Bharat Odisha)
  • ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ବିଜେଡିର ପ୍ରଶ୍ନ:

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି," କଣାସର ଅନେକ ଗାଁର ଜନସାଧାରଣ ହଇଜାରେ ଆକ୍ରାନ୍ତ ହୋଇ 4 ଜଣଙ୍କ ଜୀବନ ଗଲାଣି । ଖବର ପାଇବା ପରେ ନବୀନ ପଟ୍ଟନାୟକ ମୋତେ କଣାସ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ 10 ଦିନରୁ ସେଠାରେ ରହି ମୁଁ କାମ କରୁଛି । ପିଇବା ପାଣି ପର୍ଯ୍ୟାପ୍ତ ପହଞ୍ଚି ନାହିଁ । ବିଧାୟକ ଓ ସାଂସଦ 10 ଦିନ ପରେ ଦିଲ୍ଲୀରୁ ଫେରି ସେହି ଅଞ୍ଚଳ ଗଲେ । ସାକ୍ଷୀଗୋପାଳରୁ ଆମ୍ବୁଲାନ୍ସ ଆସୁଛି । ସେ ସ୍ଥାନକୁ ଯିବାକୁ ମୁଖ୍ୟମନ୍ତ୍ରୀ କି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମାନବିକତା ନାହିଁ । ବିଜେପି ସରକାର ଆସିବା ପରେ ଡାକ୍ତର କି ମେଡିକାଲ ଷ୍ଟାଫ ବି ନାହାନ୍ତି । ସେଠାରେ କାର୍ଯ୍ୟରତ ଥିବା ଲୋକପ୍ରିୟ ଡାକ୍ତର ରମେଶ ବେହେରାଙ୍କୁ ଲୋକେ ଝୁରୁଛନ୍ତି । ବିଧାୟକଙ୍କ ଦୁର୍ବ୍ୟବହାର ଯୋଗୁ ସେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଡାଇରିଆକୁ ନିୟନ୍ତ୍ରଣରେ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରନ୍ତୁ । ନହେଲେ ବିଜେଡି ଗଣଆନ୍ଦୋଳନ ଡାକରା ଦେବ ।"ସେହିପରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି," ସରକାର ଆସେ ଯାଏ । କିନ୍ତୁ ସରକାର ବ୍ୟବସ୍ଥା ଏକ ନିରନ୍ତର ପ୍ରକ୍ରିୟା । ନୂଆ ସରକାର ଆସିବାକୁ 7 ମାସ ହୋଇଗଲା । କେବଳ ରଙ୍ଗ ବଦଳାଉଛନ୍ତି । ସରକାର ମଣ୍ଡିପଙ୍କାରେ ଚାଉଳ ପହଞ୍ଚାଇ ପାରିଲେନାହିଁ । ଫଳରେ ଲୋକ ମୃତ୍ୟୁମୁଖରେ ପଡିଲେ । ଏବେ କଣାସରେ ପାଣି ଦୂଷିତ ।"

ଏହା ବି ପଢନ୍ତୁ

କଣାସରେ ବ୍ୟାପୁଛି ଛାଡାବାନ୍ତି, ଦୟା ନଦୀର ଦୂଷିତ ପାଣିକୁ କାରଣ ଦର୍ଶାଇଲେ ସିଡିଏମଓ

କଣାସରେ କାୟା ମେଲାଉଛି ଝାଡ଼ାବାନ୍ତି, ୪ ଜଣଙ୍କ ମୃତ୍ୟୁ ନେଇ ଜିଲ୍ଲାପାଳଙ୍କ ବିରୋଧରେ ଥାନାରେ ଅଭିଯୋଗ

  • ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା:

ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି," ସ୍ୱାସ୍ଥ୍ୟ ବିଭାଗ ଟିମ କଣାସ ଅଞ୍ଚଳକୁ ପଠାଯାଇଛି । ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଅଛି । ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଣାସ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ସରକାର ସଜାଗ ଅଛନ୍ତି । ଚିକିତ୍ସା ସେବା ଠିକରେ ଚାଲିଛି । ଝାଡାବାନ୍ତି ସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅଞ୍ଚଳରେ କିପରି ଅଧିକ ଝାଡାବାନ୍ତି ନବ୍ୟାପେ, ସେଥିପାଇଁ ଆମେ ପଦକ୍ଷେପ ନେଉଛୁ । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି । ସେହି ଅଞ୍ଚଳର ପାଣି ପାଇଁ ଏମିତି ହୋଇଛି । ଶୁଦ୍ଧ ପାନୀୟ ଜଳ କେମିତି ଦିଆଯିବ ଏବଂ ପାଣିକୁ ବିଶୋଧନ କରି ଦିଆଯିବ, ସ୍ୱାସ୍ଥ୍ୟ ବିଭାଗ ତରଫରୁ ସେଦିଗରେ ସବୁ ପ୍ରକାର ସାହାଯ୍ୟ କରାଯିବ।"

  • ବିଜେଡିର ଅଭିଯୋଗ ପରେ ବିଜେପିର ଜବାବ:

ବିଜେଡିର ଅଭିଯୋଗ ପରେ କଡ଼ା ଜବାବ ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରରେ ପାନୀୟ ଜଳ ଯୋଗାଣରେ ବ୍ୟାପକ ବାଟମାରଣା ହୋଇଥିଲା । ମଲେଇ ଖାଇ ଖୋଳ ଛାଡ଼ି ଯାଇଛନ୍ତି ପୂର୍ବ ବିଜେଡି ସରକାର । ବିଜେଡି ସରକାର ଯଦି ୯୦ ପ୍ରତିଶତ କାମ କଣାସ ଅଞ୍ଚଳରେ କରିଥିଲେ । ତେବେ ପାଣି କାହିଁକି ପହଞ୍ଚୁନି ? ଜନସାଧାରଣଙ୍କୁ ଭୁଲ ତଥ୍ୟ କାହିଁକି ଦେଉଛି ବିରୋଧୀ ? ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପିଇବା ପାଣି ସମସ୍ୟା ସମ୍ପର୍କରେ ଆଗରୁ ବହୁତ ଥର ତତ୍କାଳୀନ ବିଜେଡି ସରକାରକୁ ଜଣାଇଛନ୍ତି । କିନ୍ତୁ ବିଜେଡିର ରାଜନୈତିକ ଉଦ୍ଦେଶ୍ୟ ଯୋଗୁଁ ଆଜି ଏଭଳି ଘଟଣା ସବୁ ଘଟୁଛି । ଲୋକଙ୍କୁ କେମିତି ସ୍ୱଚ୍ଛ ପାନୀୟ ଜଳ ମିଳିବ ସେଥିପାଇଁ ବିଜେପି ସରକାର ନିରନ୍ତର କାମ କରୁଛି । ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ନିଜେ ମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଅନୁଧ୍ୟାନ କରୁଛନ୍ତି । 2016, 17 ଓ 18 ମସିହାରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଏବେ ସଠିକ୍ ଭାବେ କାର୍ଯ୍ୟକ୍ଷମ ନାହିଁ । ଡେଡଲାଇନ ଅନୁସାରେ ସରିବା ପାଇଁ ପଦକ୍ଷେପ ନିଆଯାଉଛି । ପ୍ରତି ଦୁଇ ଦିନରେ ଥରେ ଏବଂ ପ୍ରତି ସପ୍ତାହରେ ଗୋଟିଏ ରିପୋର୍ଟ ନିଆଯାଉଛି । ସେହି ରିପୋର୍ଟ ଅନୁସାରେ ବିଭାଗ କାମ କରୁଛି । ଯଦି କୌଣସି ଜାଗାରେ ପାଣି ସମସ୍ୟା ଅଛି, ତେବେ ସେହି ପଞ୍ଚାୟତରେ ଟ୍ୟାଙ୍କର ମାଧ୍ୟମରେ ପାଣି ଦେବାର ବ୍ୟବସ୍ଥା କରିଛନ୍ତି ସରକାର । ଲୁଣି ଅଞ୍ଚଳରେ ଟ୍ୟାଙ୍କରରେ ପାଣି ଦିଆଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details