ଭୁବନେଶ୍ବର: ବିଜେଡି କପି ପେଷ୍ଟ ସରକାର । କେନ୍ଦ୍ର ଅର୍ଥରୁ କେନ୍ଦ୍ରୀୟ ଯୋଜନାରୁ ଲୋକପ୍ରିୟତା ଏବଂ ଶ୍ରେୟ ନେବା ପାଇଁ ଲମ୍ବା ସମୟ ହେଲା ଚେଷ୍ଟା ଚଳେଇଛି । ଆଗରୁ କଂଗ୍ରେସ ଓ ବିଜେଡି ଏ ଆଉ ବି ଟିମ ଭାବେ କାମ କରୁଥିଲେ । ଏହି ପ୍ରସଙ୍ଗକୁ ଉଠାଉ ନଥିଲେ । ବିଜେପି ମୁଖ୍ୟ ବିରୋଧୀ ଦଳ ହେବା ପରେ ବାରମ୍ବାର ଅଭିଯୋଗ କରିଛୁ ବିଜେଡି କେନ୍ଦ୍ରୀୟ ଯୋଜନା ହଡପ କରୁଛି । ମୋଦି ଚାଉଳ ବିଜେଡି ବ୍ୟାଗରେ ବାଣ୍ଟିବାକୁ ଦେବନି ବିଜେପି । ପ୍ରତ୍ୟେକ ରାସନ କେନ୍ଦ୍ରରେ ପହଞ୍ଚିବ ଦଳ । ମାଗଣା ରାସନ ବେଳେ ରାଜ୍ୟ ସରକାରଙ୍କ ଲୋଗୋ ଥିବା ବ୍ୟାଗ ବାଣ୍ଟୁଥିବା ବିଜେଡି ସରକାର ବିରୋଧରେ ଆଜି ଏଭଳି ଲଢେଇର ଚେତାବନୀ ଦେଇଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ।
ଲେଖାଶ୍ରୀ କହିଛନ୍ତି ‘‘ବିଜେଡି କପି ପେଷ୍ଟ ସରକାର । କେନ୍ଦ୍ର ଅର୍ଥରୁ କେନ୍ଦ୍ରୀୟ ଯୋଜନାରୁ ଲୋକପ୍ରିୟତା ଏବଂ ଶ୍ରେୟ ନେବା ପାଇଁ ଲମ୍ବା ସମୟ ହେଲା ଚେଷ୍ଟା ଚଳେଇଛି । ଆଗରୁ କଂଗ୍ରେସ ଓ ବିଜେଡି ଏ ଆଉ ବି ଟିମ ଭାବେ କାମ କରୁଥିଲେ । ଏହି ପ୍ରସଙ୍ଗକୁ ଉଠାଉ ନଥିଲେ । ବିଜେପି ମୁଖ୍ୟ ବିରୋଧୀ ଦଳ ହେବା ପରେ ବାରମ୍ବାର ଅଭିଯୋଗ କରିଛୁ ବିଜେଡି କେନ୍ଦ୍ରୀୟ ଯୋଜନା ହଡପ କରୁଛି । ମୋଦି ଚାଉଳ ବିଜେଡି ବ୍ୟାଗରେ ବାଣ୍ଟିବାକୁ ଦେବନି ବିଜେପି । ପ୍ରତ୍ୟେକ ରାସନ କେନ୍ଦ୍ରରେ ପହଞ୍ଚିବ ଦଳ।’’
ସେହିପରି ଲେଖାଶ୍ରୀ କହିଛନ୍ତି ମାଗଣା ଚାଉଳ ମୋଦି ଦେଉଛନ୍ତି । ହେଲେ ରାଜ୍ୟ ସରକାର ହାତଗଣତି କିଛି ଲୋକଙ୍କୁ ଦେଇ ଶ୍ରେୟ ନେବାକୁ ଚେଷ୍ଟା କରୁଛି । ୩ କୋଟି ୨୭ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି ମୋଦି । ମାତ୍ର ୫ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛି ବିଜେଡି ସରକାର। ହେଲେ ସବୁ ହିତାଧିକାରୀଙ୍କୁ ଶଙ୍ଖ, ସରକାରଙ୍କ ଲଗୋ, ଫାଇଭ ଟି ଚିହ୍ନ ଲଗାଇ ବ୍ୟାଗ ବାଣ୍ଟୁଛି ବିଜେଡି । ପର ଘର ତିଅଣରେ ଅତିଥୀ ଚର୍ଚ୍ଚାକୁ ଓଡ଼ିଶା ଲୋକ ଆଉ ଗ୍ରହଣ କରିବେନି । ମୋଦି ଚାଉଳ ବିଜେଡି ବ୍ୟାଗରେ ବାଣ୍ଟିବାକୁ ଦେବନି ବିଜେପି । ପ୍ରତ୍ୟେକ ରାସନ କେନ୍ଦ୍ରରେ ପହଞ୍ଚିବ ଦଳ । ସବୁ ଘରକୁ ପହଞ୍ଚିବା ବିଜେପି ।