ଓଡିଶା

odisha

ETV Bharat / state

ବଢ଼ୁଛି ପ୍ରଫୁଲ୍ଲ ସାମଲଙ୍କ ଅଡ଼ୁଆ, EDରେ ହାଜର ହେଲେ ବିଧାୟକଙ୍କ ପୁଅ ପ୍ରୟାସକାନ୍ତି - EDରେ ହାଜର ହେଲେ ପ୍ରୟାସକାନ୍ତି ସାମଲ

Prayaskanti Samal appeared in ED: ଇଡିରେ ହାଜର ହେଲେ ଭଣ୍ଡାରିପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ । ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଅଧିକ ପଢ଼ନ୍ତୁ

Prayaskanti Samal appeared in ED
Prayaskanti Samal appeared in ED

By ETV Bharat Odisha Team

Published : Mar 5, 2024, 11:22 AM IST

Updated : Mar 5, 2024, 11:43 AM IST

ଭୁବନେଶ୍ବର:ବାପାଙ୍କ ପରେ ଏବେ ପୁଅଙ୍କ ପାଳି । ଇଡିରେ ହାଜର ହେଲେ ଭଣ୍ଡାରିପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ । ଇଡି ଅଫିସରେ ତଥ୍ୟ ଆଧାରରେ ହାଜର ହୋଇଛନ୍ତି ପ୍ରୟାସକାନ୍ତି । ଇଡି ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଉଛି । ଏଥିପାଇଁ ବିଭିନ୍ନ ତଥ୍ୟ ଆଧାରରେ କ୍ରସ ଭେରିଫିକେସନ କରାଯାଉଛି । ବରପଦା ଜମି ଦୁର୍ନିତିରଚେର ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ହାଜର ହେବା ପାଇଁ ଗତ 17 ତାରିଖରେ ଇଡି ପ୍ରଫୁଲ୍ଲଙ୍କୁ ନୋଟିସ କରିଥିଲା । ୧୫ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ସମନରେ ଉଲ୍ଲେଖ ରହିଥିଲା । ପରେ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ଇଡିରେ ହାଜର ହେବା ପାଇଁ ଓକିଲଙ୍କ ଜରିଆରେ ସମୟ ମାଗିଥିଲେ ପ୍ରଫୁଲ୍ଲ । ଏନେଇ ଗତ ୨୮ ତାରିଖରେ ପ୍ରଫୁଲ୍ଲ ଇଡିରେ ହାଜର ହୋଇଥିବା ବେଳେ ଆଜି ତାଙ୍କ ପୁଅ ଇଡିରେ ହାଜର ହୋଇଛନ୍ତି । ବର୍ତ୍ତମାନ ତାଙ୍କର ଜେରା ଚାଲିଥିବା ସୂଚନା ରହିଛି ।

ପ୍ରକାଶ ଥାଉକି, ବରପଦା ଇଞ୍ଜିନିୟରିଂ କଲେଜରେ ବହୁ ଦିନ ଧରି 30 କୋଟି ଟଙ୍କା ଅର୍ଥ ହଡପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଇଞ୍ଜିନିୟରିଂ କଲେଜର କମର୍ଚାରୀମାନେ ଏକାଧିକ ବାର ପ୍ରତିବାଦ କରିଥିଲେ । ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା । କଲେଜ କର୍ମଚାରୀମାନେ ଦରମା ପାଉ ନଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢ଼ୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଡନ୍ତୁ- ରେଡ୍ ପରେ ସମନ: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ପୁଅ ପ୍ରୟାସକାନ୍ତିଙ୍କୁ ED ନୋଟିସ୍

ଏହା ମଧ୍ୟ ପଢନ୍ତୁ- ବିଜେଡି ବିଧାୟକଙ୍କ ଘରୁ ଦାମି କାର ସିଜ୍, ED ସ୍କାନରରେ ପ୍ରଫୁଲ୍ଲ ସାମଲଙ୍କ ଆର୍ଥିକ ଲିଙ୍କ

ଏହାପରେ ଇଡି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ଗତ ୧୫ ତାରିଖରେ ଇଡି ପକ୍ଷରୁ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ବାସଭବନ ଏବଂ ଭୁବନେଶ୍ବର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରେ ବହୁ ଦିନ ଧରି ଅର୍ଥ ହଡପ ହୋଇଥିବାର ଅଭିଯୋଗ ହୋଇଥିଲା । ଇଡି ଅଧିକାରୀଙ୍କ ସୂଚନା ଅନୁସାରେ ଚଢାଉ ବେଳେ ୧୦ ଲକ୍ଷ ଟଙ୍କା ମଧ୍ୟ ମିଳିଥିଲା । ଏହାସହ ଅନେକ କାଗଜପତ୍ର ଓ ତଥ୍ୟ ପାଇଥିଲା ଇଡି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 5, 2024, 11:43 AM IST

ABOUT THE AUTHOR

...view details