ଓଡିଶା

odisha

ETV Bharat / state

ଏକତରଫା କାର୍ଯ୍ୟ କରୁଛନ୍ତି BeMC କମିଶନ; ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି - BJD Meets CEO

BJD Meets CEO: ବିଜେଡିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : May 6, 2024, 6:32 PM IST

ଏକତରଫା କାର୍ଯ୍ୟ କରୁଛନ୍ତି BeMC କମିଶନ; ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି
ଏକତରଫା କାର୍ଯ୍ୟ କରୁଛନ୍ତି BeMC କମିଶନ; ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି (Etv Bharat Odisha)

ଏକତରଫା କାର୍ଯ୍ୟ କରୁଛନ୍ତି BeMC କମିଶନ; ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି (Etv Bharat Odisha)

ଭୁବନେଶ୍ବର: ବ୍ରହ୍ମପୁର ମହାନଗର ନିଗମ କମିଶନର ଭବାନୀ ପ୍ରସାଦ ମିଶ୍ରଙ୍କ ବିରୋଧରେ ଆଜି (ସାମବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି ବିଜେଡି । ବ୍ରହ୍ମପୁର ମହାନଗର ଅଞ୍ଚଳରେ ବିଜେଡିର ସମସ୍ତ ଫ୍ଲେକ୍ସ ଓ ବ୍ୟାନର ବାହାର କରି ଦେଉଛି ପ୍ରଶାସନ । କିନ୍ତୁ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରହୀ ଓ ବିଜେପିର ଅନ୍ୟ ବିଧାୟକ ପ୍ରାର୍ଥୀଙ୍କ ବ୍ୟାନରରେ ହାତ ମରା ଯାଉନାହିଁ । କମିଶନଙ୍କ ନିର୍ଦ୍ଦେଶରେ ମହାନଗର କର୍ମଚାରୀ ଅଗଣତନ୍ତ୍ରିକ କାର୍ଯ୍ୟ କରୁଛନ୍ତି । ତୁରନ୍ତ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ପ୍ରତିନିଧି ଦଳ ଦାବି କରି ସିଇଓଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏନେଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ବ୍ରହ୍ମପୁର ମହାନଗର ନିଗମର କମିଶନର ଭବାନୀ ପ୍ରସାଦ ମିଶ୍ରଙ୍କ ବିରୋଧରେ ଆମେ ଅଭିଯୋଗ କରିଛୁ । ବିଗତ 4ରୁ 5 ଦିନ ହେଲାଣି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ମଧ୍ୟରେ ଲାଗିଥିବା ଫ୍ଲେକ୍ସ, ବ୍ୟାନର ଓ ହୋଡିଂକୁ ବ୍ରହ୍ମପୁର ମହାନଗର ନିଗମ ଅଧିକାରୀ କାଢି ଦେଉଛନ୍ତି । କମିଶନଙ୍କ ପାଖକୁ ସିଧାସଳଖ ନିର୍ଦ୍ଦେଶ ଆସୁଛି ବୋଲି ସେମାନେ କହୁଛନ୍ତି । ବିଜେଡିର ସମସ୍ତ ଫ୍ଲେକ୍ସ, ବ୍ୟାନର ଓ ହୋଡିଂକୁ କଢାଯାଉଛି । ଅପରପକ୍ଷରେ ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବିଧାନସଭା ପ୍ରାର୍ଥୀଙ୍କ ଫ୍ଲେକ୍ସ, ବ୍ୟାନର ଓ ହୋଡିଂକୁ ଉଠା ଯାଉନାହିଁ । ଯଦି ଆଇନ ସମସ୍ତଙ୍କ ପାଇଁ ସମାନ, କୌଣସି ବେଆଇନ ଜିନିଷ ହେଉଛି ତାହାଲେ କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କ ପାଇଁ ସମାନ ହେବା କଥା । ଯଦି ଏ ସବୁ ଅବୈଧ ଅଛି ତେବେ କମିଶନର ସ୍ପଷ୍ଟ କରିବା ଦରକାର ।"

ଏହା ମଧ୍ୟ ପଢ଼ାନ୍ତୁ...ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର; ସିଇଓଙ୍କ ଦ୍ୱାରସ୍ଥ ବିଜେଡି - VIOLATION OF MCC

ସସ୍ମିତ ପାତ୍ର ଏହା ମଧ୍ୟ କହିଛନ୍ତି, "ବିଜେଡିର ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କ ଫ୍ଲେକ୍ସ, ବ୍ୟାନର ଓ ହୋଡିଂ ସଙ୍ଗେ ସଙ୍ଗେ କାଢି ଦିଆଯାଉଛି । 4 ଦିନ ହେଲା ଏପରି ହେଉଛି । ବିଜେଡିର ଫ୍ଲେକ୍ସ, ବ୍ୟାନର ଓ ହୋଡିଂ ସେଠାରେ କିଛି ନାହିଁ । ଯାହା ଫ୍ଲେକ୍ସ, ବ୍ୟାନର ଓ ହୋଡିଂ ଅଛି, ତାହା କେବଳ ବିଜେପିର ଦିଶୁଛି । ଆସନ୍ତାକାଲି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ବଡ଼ ରାଲି ଅଛି । କମିଶନରଙ୍କ ନିର୍ଦ୍ଦେଶରେ ଏକତରଫା ଭାବେ କାଢି ଦିଆଯାଇଥିବା ଫ୍ଲେକ୍ସ, ବ୍ୟାନର ଓ ହୋଡିଂ ବିରୋଧରେ ଆମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛୁ । ବ୍ରହ୍ମପୁର ମହାନଗର ନିଗମ, କମିଶନଙ୍କ ନିର୍ଦ୍ଦେଶରେ ଦୋମୁହାଁ ନୀତି ପୋଷଣ କରୁଛି । ଆମର ଆଶା ନିର୍ବାଚନ ଆୟୋଗ ଘଟଣାର ତୁରନ୍ତ ତଦନ୍ତ କରିବାକୁ ଅନୁରୋଧ କରିଛୁ ।" ବିଜେଡି ପ୍ରତିନିଧି ଦଳରେ ରାଜ୍ୟସଭା ସୁଲତା ଦେଓ, ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ ଓ ଓମ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details