ଭୁବନେଶ୍ବର:ନିର୍ବାଚନରେ ପରାଜୟ ପରେ ଏହାର କାରଣ ଖୋଜୁଛି ବିଜେଡି । ଏଥିସହ ବରିଷ୍ଠଙ୍କୁ ଦାୟିତ୍ବ ବାଣ୍ଟିଛି ଦଳ । ଆଜି ସମନ୍ୱୟ କମିଟିକୁ ସହଯୋଗ କରିବା ଲାଗି ବିଜେଡି ପକ୍ଷରୁ ଆଉ 3ଟି କମିଟି ଗଠନ କରାଯାଇଛି । 3 କମିଟି ହେଉଛି ଉପଦେଷ୍ଟା କମିଟି, ସଭ୍ୟ ସଂଗ୍ରହ କମିଟି ଓ କାର୍ଯ୍ୟକ୍ରମ କାର୍ଯ୍ୟନ୍ଵୟନ କମିଟି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କମିଟି ଗଠନ ହୋଇଛି । ଉପଦେଷ୍ଟା କମିଟିର ଆବାହକ ପ୍ରସନ୍ନ ଆଚାର୍ଯ୍ୟ ହୋଇଥିବାବେଳେ ସହଯୋଗ ଲାଗି ରହିଛନ୍ତି 17 ସଦସ୍ୟ । ସଭ୍ୟ ସଂଗ୍ରହ କମିଟିରେ 22 ଜଣ ସଦସ୍ୟ ଥିବାବେଳେ ଆବାହକ ଅତନୁ ସବ୍ୟସାଚୀ ନାୟକ ହୋଇଛନ୍ତି । ସେହିପରି କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା ହୋଇଥିବାବେଳେ ରହିଛନ୍ତି 22 ସଦସ୍ୟ ।
ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ଉପଦେଷ୍ଟା କମିଟିର ଆବାହକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ 17 ସଦସ୍ୟ ହେଉଛନ୍ତି:
- ଉଷା ଦେବୀ
- ପ୍ରଫୁଲ୍ଲ କୁମାର ମଲ୍ଲିକ
- ଚନ୍ଦ୍ରଶେଖର ସାହୁ
- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
- ପ୍ରଫୁଲ୍ଲ ସାମଲ
- ଅଶୋକ ଚନ୍ଦ୍ର ପଣ୍ଡା
- ପଦ୍ମନାଭ ବେହେରା
- ବଦ୍ରୀ ନାରାୟଣ ପାତ୍ର
- ମଙ୍ଗଳା କିଷାନ
- ଭୂପିନ୍ଦର ସିଂ
- ରବି ନାରାୟଣ ନନ୍ଦ
- ଆୟୁବ ଖାଁ
- ସରୋଜିନୀ ହେମ୍ବ୍ରମ
- ଶଶୀଭୂଷଣ ବେହେରା
- ରଜନୀକାନ୍ତ ସିଂ
- ଗଣେଶ୍ୱର ବେହେରା
ସଭ୍ୟ ସଂଗ୍ରହ କମିଟିରେ 22 ଜଣ ସଦସ୍ୟ ରହିଛନ୍ତି । ଆବାହକ ଭାବେ ଅତନୁ ସବ୍ୟସାଚୀ ନାୟକ ନିଯୁକ୍ତ ହୋଇଛନ୍ତି । ଅନ୍ୟ ସଦସ୍ୟ ହେଲେ:
- ରାଜେନ୍ଦ୍ର ଢୋଲକିଆ
- କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର
- ରବୀନ୍ଦ୍ର କୁମାର ଜେନା
- ଚନ୍ଦ୍ର ସାରଥୀ ବେହେରା
- ମୁନ୍ନା ଖାଁ
- ଅନନ୍ତ ନାରାୟଣ ଜେନା
- ଅମର ପଟ୍ଟନାୟକ
- ରାଜଶ୍ରୀ ମଲ୍ଲିକ, ଜଗନ୍ନାଥ ସାରକା
- ବିଜୟ ନାୟକ
- ଶର୍ମିଷ୍ଠା ସେଠୀ
- ଉମାକାନ୍ତ ସାମନ୍ତରାୟ
- ସଞ୍ଜୀବ କୁମାର ମଲ୍ଲିକ
- ମୁକେଶ କୁମାର ପାଲ
- ନିରଞ୍ଜନ ବିଶି
- ଶୁଭାଶିଷ ଖୁଣ୍ଟିଆ
- ରୋମାଞ୍ଚ ରଞ୍ଜନ ବିଶ୍ବାଳ
- ଗୌତମବୁଦ୍ଧ ଦାସ
- ଯୋଗେଶ କୁମାର ସିଂ
- ଅରବିନ୍ଦ ମହାପାତ୍ର