ଓଡିଶା

odisha

ETV Bharat / state

କଣ ହେବ ନିମାପଡା ରାଜନୀତି ସମୀକରଣ; ଶକ୍ତି ପ୍ରଦର୍ଶନ କରୁଛନ୍ତି ଦିଲ୍ଲୀପ, ଜିଦ୍‌ରେ ଅଟଳ ସମୀରଙ୍କ ସମର୍ଥକ - Nimapada Assembly Constituency

Nimapada Assembly Constituency: ନିମାପଡା ଟିକେଟକୁ ନେଇ ଜୋର ଧରିଛି ରାଜନୀତି । ଗୋଟିଏ ପଟେ ଦିଲ୍ଲୀପ ପାଓ୍ବାର ସୋ କରୁଥିବା ବେଳେ ଅନ୍ୟପଟେ ସମୀର ମେଳି ବାନ୍ଧୁଛନ୍ତି । ତେବେ ଟିକେଟ ପରିବର୍ତ୍ତନ ପାଇଁ ଜିଦି ଭିତରେ ସରଗରମ ରାଜନୀତି । ପଢନ୍ତୁ ପୁରା ଖବର

Nimapada Assembly Constituency
Nimapada Assembly Constituency

By ETV Bharat Odisha Team

Published : Apr 27, 2024, 8:28 PM IST

Nimapada Assembly Constituency

ନିମାପଡ଼ା:ରୋଚକ ମୋଡରେ ନିମାପଡା ରାଜନୀତି । ଗୋଟିଏ ପଟେ ସମୀର ରଞ୍ଜନ ଦାସଙ୍କୁ ଟିକେଟ ନମିଳିବାରୁ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିବା ବେଳେ ଏପଟେ ମିଶ୍ରଣ ପର୍ବ କରି ନିମାପଡ଼ା ବିଧାନସଭା ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ ଶକ୍ତି ପ୍ରଦର୍ଶନ କରୁଛନ୍ତି । ନିମାପଡ଼ାରେ ମେଳି ବାନ୍ଧି ସମୀର ରଞ୍ଜନ ଦାସଙ୍କ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ନିମାପଡ଼ା ଟିକେଟ ନେଇ ପୁନଃ ବିଚାର ପାଇଁ ଦାବି କରିଛନ୍ତି । ଏବେ ମଧ୍ୟ ନିଜ ଜିଦରେ ଅଟଳ ସମୀର ସମର୍ଥକ । ସେପଟେ ଗୋଟିଏ ମଞ୍ଚରେ ସମୀର, ରମୁ ପାତ୍ର ଓ ବିଜେଡି ଜନ ପ୍ରତିନିଧିଙ୍କ ବୈଠକ ନିମାପଡ଼ାରେ ନୂଆ ରାଜନୈତିକ ସମ୍ମିକରଣ ସୃଷ୍ଟି କରିବ କି ?ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଜିଲ୍ଲା ବିଜେଡ଼ି ଉପ ସଭାପତି କହିଛନ୍ତି, ଅଭିମାନ ଅଛି ସମାଧାନ ହେବ ଏକଜୁଟ ହୋଇ ବିଜେଡି ନିର୍ବାଚନ ମଇଦାନକୁ ଓହ୍ଲାଇବ ।

ବିଜେଡ଼ି ଟିକଟ ପାଇବା ପରେ ବଳ ଗୋଟାଉଛନ୍ତି ଦିଲ୍ଲୀପ ନାୟକ । ମିଶ୍ରଣ ପର୍ବ କରି ବିଜେପି ଓ କଂଗ୍ରେସରୁ କର୍ମୀଙ୍କୁ ନେଇ ବିଜେଡିର ଶକ୍ତିକୁ ଦ୍ବିଗୁଣିତ କରୁଥିବା କହୁଛନ୍ତି । ନିମାପଡ଼ାରେ ଯୋଡ଼ି ଶଙ୍ଖ ଆସିବ ଓ ପଦ୍ମ ପୋଖରୀ ଶୁଖିଲା ପଡ଼ିବ ବୋଲି କହି ଆସୁଥିବା ଦିଲ୍ଲୀପ ବିଭିନ୍ନ ସ୍ଥାନରେ ସଭା ସମିତି କରି ନିଜର ଶକ୍ତି ବୃଦ୍ଧି କରୁଛନ୍ତି । କିନ୍ତୁ ଦିଲ୍ଲୀପଙ୍କ ସଭାରେ ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ ନଜର ଆସୁନାହାନ୍ତି ।

ସବୁଠାରୁ ବଡ଼ କଥା ହେଉଛି ବିଜେଡ଼ି ଆଭ୍ୟନ୍ତରୀଣ କନ୍ଦଳ ଜଳଜଳ ଦେଖା ଯାଉଥିଲା ବେଳେ ବିଧାୟକ ସମୀରଙ୍କ ଗୋଷ୍ଠୀ ସମାନ ଢ଼ଙ୍ଗରେ ନିଜର ବୈଠକ କରି ତାଙ୍କ ସମର୍ଥକଙ୍କୁ ଏକତ୍ର କରି ରଖିଛନ୍ତି । ନିମାପଡ଼ାରେ ଟିକେଟ ପରିବର୍ତ୍ତନର ଆଶା ରଖି ନିଜର ସଙ୍ଗଠନ ଜାରି ରଖିଛନ୍ତି ସମୀର ସମର୍ଥକ । ସେପଟେ ଦିଲ୍ଲୀପଙ୍କୁ ବିଜେଡି ଟିକେଟ ପ୍ରଦାନ କରିଥିଲେ ମଧ୍ୟ ସମୀର ସମର୍ଥକ ତାଙ୍କୁ ନେତା ଭାବେ ଗ୍ରହଣ କରି ପାରୁନାହାନ୍ତି । ଯାହାର ସିଧାସଳଖ ପ୍ରଭାବ ସାଧାରଣ ନିର୍ବାଚନରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ନିମାପଡ଼ାରେ ସମୀରଙ୍କ ପାୱାର ସୋ, ଟିକଟ ଦେବାକୁ ହାତ ଯୋଡିଲେ ସମର୍ଥକ - Dissatisfaction In Nimapara BJD

ଏନେଇ ଦିଲ୍ଲୀପ ନାୟକ କହିଛନ୍ତି, "ବିଜେଡିରେ କୌଣସି କନ୍ଦଳ ନାହିଁ । ଟିକେଟ ନ ପାଇ ବଡ଼ ଭାଇ ସମୀରଙ୍କ ମନ ଦୁଃଖ ଅଛି, ମଇଁଷି ଶିଙ୍ଗ ଫଟା କିନ୍ତୁ ଦେଖିଲା ବେଳକୁ ଗୋଟା କହି ବିଜେଡି ଏକଜୁଟ ଅଛି ବୋଲି କହିଛନ୍ତି ଦିଲ୍ଲୀପ ନାୟକ ।" ସେପଟେ ବିଜେଡିକୁ ଅଗ୍ରଗାମୀ କରିବା ପାଇଁ ସମସ୍ତେ ଆଗକୁ ବାହାରିବେ, ସମୀର ଦାଶଙ୍କ କଥାରେ କିଏ ମଧ୍ୟ ଅଟକିବେ ନାହିଁ, ଆଠ ଦିନର ନୀରବତା ପରେ ସମସ୍ତେ ପଦାକୁ ବାହାରିଲେଣି ବୋଲି କହି ପୋଡ଼ା ଘାଆରେ ଲୁଣ ଛିଞ୍ଚିଛନ୍ତି ଦିଲ୍ଲୀପ ସମର୍ଥକ ତଥା ଗୋପ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର ।

ଏହା ମଧ୍ୟ ପଢନ୍ତୁ: ନିମାପଡାରେ ତେଜିଲା ଟିକେଟ ବିବାଦ, ସମୀରଙ୍କୁ ପୁଣି ଟିକେଟ ଦେବାକୁ ସମର୍ଥକଙ୍କ ଦାବି - Nimapara Assembly Constituency

ଅନ୍ୟପଟେ ପୁରୀ ଜିଲ୍ଲା ବିଜେଡି ଉପସଭାପତି କହିଛନ୍ତି, "ବିଜେଡି ନେତୃତ୍ବଙ୍କ ଦିଗଦର୍ଶନରେ ନିମାପଡ଼ାରେ ସବୁ କିଛି ଠିକ ଠାକ ଚାଲିବ, ନିମାପଡ଼ା ବିଜେଡିରେ ବିଶୃଙ୍ଖଳା କିଛି ନାହିଁ ପରିବାର ଥିଲେ ଦୁଃଖ ରହିବ, ସମୟ କ୍ରମେ ସମସ୍ତ କଥା ସମାଧାନ ହେବ, ନିର୍ବାଚନରେ ସମସ୍ତଙ୍କୁ ନେଇ ଆଗକୁ ଯିବୁ । ଏଠାରେ ବିଜେଡି ସୁପ୍ରିମୋ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି, ଦଳର ନିଷ୍ପତ୍ତିକୁ ଆମକୁମାନିବାକୁ ପଡିବ,ସମୀରଙ୍କର ଅଭିମାନକୁ ଉପରସ୍ଥ ନେତୁତ୍ବ ସମାଧାନ କରିବେ ଆମେ ଏକଜୁଟ ହୋଇ ନିର୍ବାଚନ ମଇଦାନକୁ ଯିବୁ ଓ ନିମାପଡାରେ ବିଜେଡି ସରକାର ଆଣିବୁ ।" ବିଜେଡ଼ିର ଗଡ଼ କୁହାଯାଉ ଥିବା ନିମାପଡାରେ ବିଜେଡିର କନ୍ଦଳ ଦିନକୁ ଦିନ ବଢି ଚାଲିଥିଲା ବେଳେ ବିଜେଡ଼ି କନ୍ଦଳର ଫାଇଦା ବିରୋଧୀକୁ ଯାଉଛି ନା ଏକଜୁଟ ହୋଇ ବିଜେଡି ନିର୍ବାଚନ ମଇଦାନକୁ ଓହ୍ଲାଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details