ଭୁବନେଶ୍ବର:ଟ୍ବିନ ସିଟିରେ ଆପାର୍ଟମେଣ୍ଟର ସୁରକ୍ଷା ନେଇ ଚିନ୍ତା । ସହରରେ ଆପାର୍ଟମେଣ୍ଟର ଚୋରି ରୋକିବା ପାଇଁ ପୋଲିସର ନୂଆ ପଦକ୍ଷେପ । ଆପାଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ IP ଏନାବଲ କ୍ୟାମେରା ଲଗାଇବା ସହ ଏହାର ତଥ୍ୟ ଦେବାକୁ ସମସ୍ତ ଆପାଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ଗୁଡିକୁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ଏହାର ସବିଶେଷ ତଥ୍ୟ ଏସିପି କେକେ ହରିପ୍ରସାଦଙ୍କ ମୋବାଇଲ ନମ୍ବର 7606066766ରେ ଯୋଗାଯୋଗ କରିବାକୁ କୁହାଯାଇଛି । ଏଥି ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି । ଏନେଇ ସୂଚନା ଓ ଅଭିଯୋଗ ପାଇଁ ହ୍ବାଟ୍ସଆପ ହେଲ୍ପ ଲାଇନ ନମ୍ବର 7077798111 ଜାରି କରାଯାଇଛି ।
IP ଏନାବଲ କ୍ୟାମେରା ଲଗାନ୍ତୁ:
ଏନେଇ ପୋଲିସ କମିଶସନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇ କହିଛନ୍ତି, ''ଟ୍ବିନ ସିଟିରେ ଚଳିତ ବର୍ଷ ଏଯାବତ ୬୫ଟି ଆପାର୍ଟମେଣ୍ଟ ଚୋରି ହେବା ନେଇ ପୋଲିସ ପାଖରେ ରିପୋର୍ଟ ହୋଇଛି । ଏହା ସହିତ ୨୯ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଆପାର୍ଟମେଣ୍ଟର ଚୋରି ରୋକିବା ପାଇଁ IP ଏନାବଲ କ୍ୟାମେରା ଲଗାନ୍ତୁ । ଆପାର୍ଟମେଣ୍ଟରେ ଓ୍ବେଲଫେୟାର ଆସୋସିଏସନ୍ ବା ସୋସାଇଟକୁ ଏନେଇ IP ଆଡ୍ରେସ ପୋଲିସକୁ ଦିଅନ୍ତୁ । ଯାହା ଦ୍ବାରା ଦୁଇ ପ୍ରକାର ଯୋଗାଯୋଗ ହୋଇପାରିବ । ଲୋକଙ୍କ ଭଲ ସହଯୋଗ ରହିଲେ ଏ ଦିଗରେ ପୋଲିସ ନଜର ରଖିପାରିବ । IP ଆଡ୍ରେସ ତଥ୍ୟ ପୋଲିସକୁ ଦେଲେ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନର ଲାଗିଥିବା ସିସିଟିଭି ଫୁଟେଜ ପୋଲିସ ଦେଖିପାରିବ । ଏପରିକି ଆପାର୍ଟମେଣ୍ଟର ହେଉଥିବା ଚୋରି ବା ଚୋରଙ୍କ ଉପରେ ନଜର ରଖିପାରିବ । ଏନେଇ ଜଣେ ଡିଏସପି କେକେ ହରି ପ୍ରସାଦଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ତାଙ୍କର ମୋବାଇଲ ନମ୍ବର ମଧ୍ୟ ଜାରି ହୋଇଛି । ଏଥିସହ ପୋଲିସ ପକ୍ଷରୁ ଏକ ହେଲ୍ପଲାଇନ 7077798111 ନମ୍ବର ଜାରି କରାଯାଇଛି । ଯାହା ଦ୍ବାରା ହ୍ବାଟ୍ସଆପରେ କିଛି ସୂଚନା ଓ ଅଭିଯୋଗ ପୋଲିସ ସିଧାସଳଖ ଜଣାଇ ପାରିବେ ଲୋକେ । ''
IPଏନାବଲ କ୍ୟାମେରା କଣ ?
ଆଇଟି ଏକ୍ସପର୍ଟଙ୍କ ସୂଚନା ମୁତାବକ, ଚୋରି ରୋକିବା ପାଇଁ ପୋଲିସର ଏପରି ପଦକ୍ଷେପ ପ୍ରଶଂସନୀୟ । କିନ୍ତୁ ଏହା ଦ୍ବାରା ଆପାର୍ଟମେଣ୍ଟର ସୋସାଇଟ ଟିକେ ଖର୍ଚ୍ଚାନ୍ତ ହେବେ । IP ଏନାବଲ କ୍ୟାମେରା ଏକ ଏପରି କ୍ୟାମେରା ଯେଉଁଥିରେ ଆଇପି ନମ୍ବର ଥାଏ । ଅର୍ଥାତ୍ ଏହା ଇଣ୍ଟରନେଟ କନେକ୍ସନ ସହ ସର୍ଭରରେ ରହିଥାଏ । ଯେଉଁଠି ଥିଲେବି କ୍ୟାମେରା ଫୁଟେଜ ପୋଲିସ ବା ଆପାର୍ଟମେଣ୍ଟର ଲୋକେ ଦେଖିପାରିବେ । ଏଥିପାଇଁ ଷ୍ଟାଟିକ ସର୍ଭିଲାନସ କ୍ୟାମେରା ଲଗାଇବାକୁ ପଡିବ । ଯାହାଦ୍ବାରା ଏପରି ସିସିଟିଭିର ଫୁଟେଜ ପୋଲିସ ବ୍ୟବହାର କରିପାରିବ । ନଚେତ ଏଥିପାଇଁ ସୋସାଇଟ ମାନଙ୍କରେ ଇଣ୍ଟରନେଟ କନେକ୍ସନ ନେବାକୁ ପଡିବ । ୨୪ଘଣ୍ଟିଆ ୩୬୫ଦିନ ଇଣ୍ଟରନେଟ ସୁବିଧା କରିବାକୁ ପଡିବ । ନେଟୱର୍କ ଭିଡିଓ ରେକର୍ଡ଼ର NVR ମଧ୍ୟ ଲଗାଇବାକୁ ପଡିବ । ଯାହାଦ୍ବାରା ଆପଣଙ୍କର ସିସିଟିଭି ଫୁଟେଜର ଚିତ୍ର ପୋଲିସ ନଜର ରଖିପାରିବ । କେତେକ ସ୍ଥାନରେ କେବଳ ପ୍ରବେଶ ଓ ପ୍ରସ୍ଥାନର ଫୁଟେଜ ଦେବାକୁ ପଡ଼ିବ । ନଚେତ ସବୁ ଫୁଟେଜ କମନ କରିଡ଼ରର ଫୁଟେଜ ଛାଡିଦେଲେ ଯେଉଁ ଗୁଡିକ ଇନଡୋର ରହିବ ସେସବୁର ଗୋପନୀୟତା ରହିବ ନାହିଁ ଏଭଳି ଆକ୍ସେସ ଦେଲେ ।
ଏହା ମଧ୍ୟ ପଢନ୍ତୁ-ଚୋରଙ୍କ ଆଖିରୁ ବର୍ତ୍ତିପାରିଲେନି ଗ୍ରହରାଜ ଶନିଦେବ: ତାଡିନେଲେ ଆଖି-ମୁକୁଟ, CCTVରେ କଏଦ
ଏହା ମଧ୍ୟ ପଢନ୍ତୁ-ଶାଢୀ ଚୋରି ସନ୍ଦେହରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ - Youth Beaten to death
ବିକ୍ଷୋଭ କରିଥିଲେ ଆପାର୍ଟମେଣ୍ଟବାସୀ: