ଓଡିଶା

odisha

ETV Bharat / state

ଆଜିଠୁ DG-IG ସମ୍ମିଳନୀ: ହାଇଆଲର୍ଟରେ ଭୁବନେଶ୍ବର, ନୋ-ଫ୍ଲାଇଂ ଜୋନ ଘୋଷଣା - DG IG CONFERENCE

ଆଜିଠାରୁ ତିନି ଦିନିଆ ପୋଲିସ୍‌ ଡିଜି-ଆଇଜି (DG-IG) କନଫରେନ୍ସ । ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲ ।

DG-IG ସମ୍ମିଳନୀକୁ ପନ୍ନର ଧମକ
DG-IG ସମ୍ମିଳନୀକୁ ପନ୍ନର ଧମକ (ETV Bharat Odisha)

By ETV Bharat Odisha Team

Published : Nov 28, 2024, 4:46 PM IST

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୫୯ତମ ସର୍ବଭାରତୀୟ ପୋଲିସ ଡିଜି-ଆଇଜି (DG-IG) ସମ୍ମିଳନୀ । ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ସମ୍ମିଳନୀ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା(NSA) ଅଜିତ ଡୋଭାଲ ଯୋଗ ଦେବେ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

  • ଖଲିସ୍ତାନୀ ଭିଡିଓ ଜାରି ନେଇ ପ୍ରତିକ୍ରିୟା ରଖିଲେ ପୋଲିସ କମିଶନର:

ଖଲିସ୍ତାନୀ ସମର୍ଥକ ପନ୍ନୁର ଭିଡିଓ ସାମ୍ନାକୁ ଆସିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ପୋଲିସ କମିଶନର କହିଛନ୍ତି,‘ନିର୍ଦ୍ଦିଷ୍ଟ ଭିଡିଓ ଉପରେ କୌଣସି ପ୍ରତିକ୍ରିୟା ଦେବିନାହିଁ । ସମସ୍ତ ଘଟଣା ଉପରେ ନଜର ରହିଛି । ଆମର ସୁରକ୍ଷା ତୟାରି ରହିଛି । ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି । ଖବର ସଂଗ୍ରହ କରାଯାଉଛି ସେନେଇ ସୁରକ୍ଷା ଦୃଷ୍ଟିରୁ ଅଧିକ କହିହେବ ନାହିଁ । ପୋଲିସ ତାର ସ୍ପେସିଫିକ ଆଣ୍ଟି ଟେରର ଫୋର୍ସ ଓ ଗୁଇନ୍ଦା ଏମାନଙ୍କୁ ପ୍ରତିହତ କରିପାରିବେ । ଏପରି ଆମର ଭାରତ ବିରୋଧି ତତ୍ତ୍ବ ଅଛନ୍ତି । ଆମ ପାଇଁ ଚ୍ୟାଲେଞ୍ଜ ରହିଛି । ସେଥିପାଇଁ ଆମର କନଫରେନ୍ସ ହେଉଛି । ଏମାନଙ୍କୁ ଲଗାତାର ନ୍ୟୁଟ୍ରିଲାଇଜ କରାଯାଉଛି । ଭାରତ ପାଇଁ କ୍ଷତି ନ ପହଞ୍ଚାଇ ପାରିବେ ସେନେଇ ସୁରକ୍ଷା ପଦକ୍ଷେପ ନିଆଯାଉଛି ।’

DG IG CONFERENCE (ETV Bharat Odisha)
  • ଆଜିଠୁ ରାଜଧାନୀରେ ଡିଜି-ଆଇଜି(DG-IG) ସମ୍ମିଳନୀ:


ଆସନ୍ତାକାଲି(29 ନଭେମ୍ବର)ଠାରୁ ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଡିଜି- ଆଇଜି କନଫରେନ୍ସ ଅନୁଷ୍ଠିତ ହେଉଛି । ଏହା ତିନି ଦିନ ଧରି ଚାଲିବ । ଯେଉଁଥିରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜି ଆଇଜିଙ୍କ ସହ ବରିଷ୍ଠ ଅଧିକାରୀ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେବେ ।

  • ସୁରକ୍ଷା ବଳୟରେ ରାଜଧାନୀ:

ପୋଲିସ କମିଶନର ଏସ୍. ଦେବଦତ୍ତ ସିଂକହିଛନ୍ତି, ‘ଦେଶରେ ୫୯ ତମ ସର୍ବଭାରତୀୟ ଡିଜି ଆଇଜି କନଫରେନ୍ସ ପାଇଁ ଏ ବର୍ଷ ଓଡ଼ିଶା ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି । ଆମ ପାଇଁ ଗୌରବର ବିଷୟ । ସାରା ଦେଶର ପ୍ରମୁଖ ବ୍ୟକ୍ତି ଏହି ଅବସରରେ ଯୋଗଦେବେ । ସେନେଇ ସୁରକ୍ଷା ସମସ୍ତ ବ୍ୟବସ୍ଥା କରାଯାଇଛି । ଜନଗହଳି ଓ ଟ୍ରାଫିକ ପରିଚାଳନା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । ସ୍ବତନ୍ତ୍ର ସୁରକ୍ଷା ବଳୟ ତିଆରି କରାଯାଇଛି । ଓଡ଼ିଶା ପୋଲିସର ଓ ପୋଲିସ କମିସନରେଟର ଆଣ୍ଟି ଟେରର ଫୋର୍ସ ଅଛନ୍ତି, କେନ୍ଦ୍ରୀୟ ସଶକ୍ତ ବଳ ଅଛନ୍ତି ଓ ରାଜ୍ୟର ଗୁଇନ୍ଦା ସଂସ୍ଥା କୋର୍ଡିନେସନରେ ଆମେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରିଛୁ । ଦେଶର ସୁରକ୍ଷା ଓ ପୋଲିସ ଦିଗରେ କେଉଁ ବାଟକୁ ନିଆଯିବ ସେ ନେଇ ଯେଉଁ ଶୁଭ ଅବସର ଆମ ପାଇ ମିଳିଛି ଏଥିପାଇଁ ଆମେ ଉତ୍ସାହିତ ଅଛୁ । କମିସନରେଟ ପୋଲିସଠାରୁ ଆରମ୍ଭ କରି କନଷ୍ଟେବଳ ଓ ହୋମଗାର୍ଡ ପର୍ଯନ୍ତ ସମସ୍ତେ ଡ୍ୟୁଟିରେ ନିୟୋଜନ ଅଛନ୍ତି । ୭୨ ପ୍ଲାଟୁନରୁ ଊର୍ଦ୍ଧ୍ବ ଫୋର୍ସ ମୁତୟନ ହୋଇଛନ୍ତି । କେନ୍ଦ୍ର ସଶକ୍ତ ସୁରକ୍ଷା ବଳ ମଧ୍ୟ ମୁତୟନ କରାଯାଇଛି ।’

DG IG CONFERENCE (ETV Bharat Odisha)
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନୋ-ଫ୍ଲାଇଂ ଜୋନ:


ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଓ ଭିଭିଆଇପିଙ୍କ ଓଡ଼ିଶା ଗସ୍ତ ନେଇ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ବିଶେଷ କରି ଡିଜି ଆଇଜି କନଫରେନ୍ସ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଓ ଅନ୍ୟ ଭିଭିଆଇପିଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି । ଏନେଇ ଏୟାରପୋର୍ଟ ସହ ଲୋକସେବା କନଫରେନ୍ସ , ରାଜ୍ୟ ଗେଷ୍ଟ ହାଉସ, ଆଇପିଏସ ମେସ ମୈତ୍ରିବିହାର ସହ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତା ଓ ରାଜଭବନକୁ ଲୋକସେବା ଭବନ ପର୍ଯ୍ୟନ୍ତ ଓ ଲୋକସେବା ଭବନରୁ ଆଇପିଏସ ମେସ ମୈତ୍ରିବିହାର, ଗେଷ୍ଟ ହାଉସରୁ ଲୋକସେବା ଭବନ ପର୍ଯ୍ୟନ୍ତ ଅଞ୍ଚଳ ନୋ ଫ୍ଲାଇଂ ଜୋ‌ନ ଭାବେ ଘୋଷଣା ହୋଇଛି ।

DG IG CONFERENCE (ETV Bharat Odisha)

ଏସବୁ ଅଞ୍ଚଳ ନୋ ଫ୍ଲାଇଂ ଜୋନ:

  • ଏୟାରପୋର୍ଟ-ଲୋକସେବା କନଫରେନ୍ସ
  • ରାଜ୍ୟ ଗେଷ୍ଟ ହାଉସ
  • ଆଇପିଏସ ମେସ ମୈତ୍ରିବିହାର
  • ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତା
  • ରାଜଭବନ ଲୋକସେବା ଭବନ
  • ଲୋକସେବା ଭବନରୁ ଆଇପିଏସ ମେସ ମୈତ୍ରିବିହାର
  • ଗେଷ୍ଟ ହାଉସରୁ ଲୋକସେବା ଭବନ

ସୁରକ୍ଷାରେ 108 ପ୍ଲାଟୁନ ଫୋର୍ସ :

ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାଖାପାଖି ୭୨ ପ୍ଲାଟୁନ ରାଜ୍ୟ ପୋଲିସ ସହ ୧୨ କମ୍ପାନି କେନ୍ଦ୍ରୀୟ‌ ଫୋର୍ସ ଅର୍ଥାତ୍ ୩୬ ପ୍ଲାଟୁନ କେନ୍ଦ୍ରୀୟ‌ ଫୋର୍ସ ମୁତୟନ ହେବେ । ମୋଟ ୧୦୮ ପ୍ଲାଟୁନ ଫୋର୍ସ ସୁରକ୍ଷା ମୁତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ଫେରିଲା ବାଂଲାଦେଶୀ ଟେନସନ: ଆଗକୁ DG ସମ୍ମିଳନୀ, ପୋଲିସ ପାଇଁ ହେବ କି ଚ୍ୟାଲେଞ୍ଜ ?

DG ସମ୍ମିଳନୀ, ଓଡ଼ିଶାରେ 3 ଦିନ ରହିବେ ପ୍ରଧାନମନ୍ତ୍ରୀ ମୋଦି

ଆଲର୍ଟରେ ଏୟାରପୋର୍ଟରୁ ବସଷ୍ଟାଣ୍ଡ:

ସେପଟେ ସହରରେ ହାଇଆଲର୍ଟ ଜାରି ସହ ଏୟାରପୋର୍ଟ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ୍ ସମେତ ବିଭିନ୍ନ ହୋଟେଲ ଓ ଗେଷ୍ଟ ହାଉସ ଆଦି ଉପରେ ନଜର ରଖିଛି ପୋଲିସ । ଏନେଇ ଦେଶ ବିରୋଧି କାର୍ଯ୍ୟକଳାପ ଓ ଆତଙ୍କୀ କାର୍ଯ୍ୟକଳାପ ବିରୋଧି ପାଇଁ ସ୍ବତନ୍ତ୍ର ଫୋର୍ସ ଓ ଗୁଇନ୍ଦା ଆଧାରରେ ସୁରକ୍ଷା ପ୍ରସ୍ତୁତି ଜାରି ରହିଛି । ଏଥି ସହ ଡି-ସ୍କ୍ୱାଡ, ବମ ସ୍କ୍ୱାଡ ଏବଂ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ ମଧ୍ୟ ଆଲର୍ଟ ରହି ସତର୍କତା ମୂଳକ ପଦକ୍ଷେପ ନେଉଛି ପୋଲିସ ।

ଏସବୁ ଅଞ୍ଚଳରେ ସୁରକ୍ଷା କଡାକଡ଼ି:

  • ଏୟାରପୋର୍ଟ
  • ବସଷ୍ଟାଣ୍ଡ
  • ରେଳ ଷ୍ଟେସନ
  • ହୋଟେଲ ଓ ଗେଷ୍ଟ ହାଉସ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details