ଓଡିଶା

odisha

ETV Bharat / state

ଭୁବନେଶ୍ବରରେ ୧୦ ଦିନିଆ ବାଲିଯାତ୍ରା, କଳା ସଂସ୍କୃତିର ଝଲକ ଦେଖିବେ ଦେଖଣାହାରୀ - BHUBANESWAR BALI JATRA

କଟକ ଭଳି ଭୁବନେଶ୍ବରରେ ଜମିବ ବାଲିଯାତ୍ରା । ମୁଖ୍ୟ ଆକର୍ଷଣ ଓଡ଼ିଶା କଳା ସଂସ୍କୃତିର ଝଲକ । ସୁରକ୍ଷା ଓ ଶୃଙ୍ଖଳା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବ୍ୟାପକ ବ୍ୟବସ୍ଥା ।

BHUBANESWAR BALI YATRA
BHUBANESWAR BALI YATRA (ETV BHARAT ODISHA)

By ETV Bharat Odisha Team

Published : Nov 5, 2024, 10:44 AM IST

ଭୁବନେଶ୍ବର: ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ୨୦୨୪ର ପ୍ରସ୍ତୁତି ନେଇ ପ୍ରାଥମିକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଫଳ, ଶୃଙ୍ଖଳିତ ଓ ସୁରକ୍ଷିତ ବାଲିଯାତ୍ରା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ନଭେମ୍ବର 15 ରୁ 24 ତାରିଖ ପର୍ଯ୍ୟନ୍ତ 10 ଦିନ ଧରି ଅନୁଷ୍ଠିତ ହେବ ବାଲିଯାତ୍ରା । ଏହି ଯାତ୍ରାକୁ ସଠିକ ଢଙ୍ଗରେ ପରିଚାଳିତ କରିବା ପାଇଁ ବୈଠକରେ ସମସ୍ତ ପ୍ରକାର ଆଲୋଚନା ହୋଇଛି । ଷ୍ଟଲଗୁଡିକ ସଠିକ ଢଙ୍ଗରେ କିଭଳି ସିଙ୍ଗଲ ୱିଣ୍ଡୋରେ ଅନୁମତି ପାଇବେ, ଖାଦ୍ୟର ଗୁଣବତା କିଭଳି ବଜାୟ ରହିବ ସେନେଇ ଆଲୋଚନା ହୋଇଥିବା କହିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରଣା । ଏହାସହ ବିଭିନ୍ନ ବିଭାଗର ସମନ୍ୱୟ ସହ ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପ୍ରସ୍ତୁତ ହୋଇ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ।

ଭୁବନେଶ୍ୱର ବାଲିଯାତ୍ରାରେ ୧୦୦୦ରୁ ଅଧିକ ଷ୍ଟଲ:

କୁଆଖାଇ ନଦୀ ପଠାରେ ହେବାକୁ ଥିବା ବାଲିଯାତ୍ରାରେ ଚଳିତ ବର୍ଷ 1000 ରୁ ଊର୍ଦ୍ଧ୍ବ ଷ୍ଟଲ ପଡିବାର ବ୍ୟବସ୍ଥା ରହିଥିବା ବେଳେ ଓଡିଶା କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ରାତିରେ ହେବାକୁ ଥିବା ରଙ୍ଗା ରଙ୍ଗା ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଲିଉଡ ଓ ବଲିଉଡର ତାରକା ସାମିଲ ହେବେ । ବିଭିନ୍ନ ପ୍ରକାର ଆଞ୍ଚଳିକ ନୃତ୍ୟ ସଂଗୀତ ସହ ଲୋକକଳାର ଝଲକ ଏଥର ବାଲିଯାତ୍ରାରେ ଝଲସିବ ବୋଲି କହିଛନ୍ତି ଭୁବନେଶ୍ୱର ବାଲିଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝା ।

BHUBANESWAR BALI YATRA (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବାଲିଯାତ୍ରାରେ ପୁରୁଣା ସିନେମା ଥିମ୍, ଓଡ଼ିଆ ଅସ୍ମିତାର ଝଲକ ଦେଖିବେ ଦର୍ଶକ

ଏହା ମଧ୍ୟ ପଢନ୍ତୁ-ବାଲିଯାତ୍ରା ଦ୍ୱନ୍ଦ୍ୱ, ଉପର ପଡ଼ିଆରେ ବ୍ୟବସାୟ ହେବ କି ନାହିଁ ୪ରେ ନିଷ୍ପତ୍ତି

ଭିଡ ଉପରେ ନଜର ରଖିବ ସିସିଟିଭି:

ଏଥର ବିଶେଷ ଭାବେ ଓଡି଼ଶା ସମେତ ରାଜ୍ୟ ବାହାରର ବିଭିନ୍ନ ପ୍ରକାର ଜିଆଇ ଟ୍ୟାଗର ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀର ପସରା ମେଲିବ ବାଲିଯାତ୍ରାରେ। ବାଲିଯାତ୍ରାକୁ ଭୁବନେଶ୍ୱର ସମେତ ରାଜ୍ୟର କୋଣ ଅନୁକୋଣରୁ ଲୋକମାନେ ବୁଲିବାକୁ ଆସିବେ । ତେଣୁ ଭିଡ ଉପରେ ସିସିଟିଭି ନଜର ରଖିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଗତକାଲି ସଂସ୍କୃତି ବିଭାଗର ତତ୍ୱାବଧାନରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବୈଠକ ହୋଇଥିବା ବେଳେ ସଫଳ, ଶୃଙ୍ଖଳିତ ଓ ସୁରକ୍ଷିତ ବାଲିଯାତ୍ରା ପାଇଁ ଆଲୋଚନା ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details