ଓଡିଶା

odisha

ETV Bharat / state

ବାତ୍ୟା ପାଇଁ ବିମାନ ଚଳାଚଳ ବାତିଲ, ଆଜି ସନ୍ଧ୍ୟା ୫ରୁ କାଲି ସକାଳ ୯ ଯାଏଁ ବିମାନ ସେବା ବନ୍ଦ, 40 ବିମାନ ଉଡାଣ ବାତିଲ

ଆଜି ସନ୍ଧ୍ୟା ୫ରୁ ସକାଳ ୯ ଯାଏଁ ବନ୍ଦ ରହିବ ବିମାନ ସେବା । ଭୁବନେଶ୍ୱର ବିମାନ ବନ୍ଦରରୁ ବନ୍ଦ ରହିବ ବିମାନ ଚଳାଚଳ ।

Bhubaneswar Biju Patnaik Airport
Bhubaneswar Biju Patnaik Airport (ETV Bharat Odisha)

By ETV Bharat Odisha Team

Published : 6 hours ago

ଭୁବନେଶ୍ବର: ବାତ୍ୟା 'ଦାନା' ପାଇଁ ବନ୍ଦ ରହିବ ବିମାନ ସେବା । ଭୁବନେଶ୍ବର ଏୟାରପୋର୍ଟରେ ଆଜି ଅପରାହ୍ନ ୫ଟାରୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ ବିମାନ ସେବା । ଏହି ସମୟ ଅବଧି ମଧ୍ୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କୌଣସି ବିମାନ ଉଡାଣ ଭରିପାରିବ ନାହିଁ କିମ୍ବା କୌଣସି ଅବତରଣ କରିପାରିବ ନାହିଁ । ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଆଜି ଅପରାହ୍ନ୫ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ବିମାନ ସେବା ବନ୍ଦ:

ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି,"ଭୁବନେଶ୍ୱରରେ ପବନ ବେଗ ୩୫-୪୦ MPHରୁ ଅଧିକ ରହିବା ନେଇ ପାଣିପାଗ ସୂଚନା ରହିଛି । ଯାହା ବିମାନ ଉଡିବା ପାଇଁ ସୁରକ୍ଷିତ ନୁହେଁ । ଗତକାଲି ରାତିରେ ଏନେଇ ଜରୁରୀକାଳୀନ ବୈଠକ ବସିଥିଲା । ନିଷ୍ପତ୍ତି ନିଆଯାଇଛି ଯେ, ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ସକାଳ ୯ ଯାଏଁ ବିମାନ ସେବା ବନ୍ଦ ରହିବ । ପାଣିପାଗର ପରିବର୍ତ୍ତନ ନେଇ ଆସନ୍ତାକାଲି ସକାଳେ ପୁଣିଥରେ ସମୀକ୍ଷା ହେବ । ବିମାନ ଉଡିବ କି ବନ୍ଦ ରହିବ ସେନେଇ ନେଇ ନିଷ୍ପତ୍ତି ନିଆଯିବ ।"

Bhubaneswar Biju Patnaik Airport (ETV Bharat Odisha)



ବାତ୍ୟା ପାଇଁ ୪୦ ବିମାନ ପ୍ରଭାବିତ:

ପ୍ରସନ୍ନ ପ୍ରଧାନ ଏହା ମଧ୍ୟ କହିଛନ୍ତି, "ବାତ୍ୟା ପାଇଁ ବିଶେଷ ଭାବରେ ୪୦ ବିମାନର ସେବା ପ୍ରଭାବିତ ହେବ । ଯେଉଁଥିରେ କିଛି ବନ୍ଦ ରହିବ, କିଛି ବିଳମ୍ବ ହେବ, କିଛି ବାମାନ ଉଡ଼ାଣ ସମୟରେ ପରିବର୍ତ୍ତନ ହେବ । ଆମ ପାଇଁ ଯାତ୍ରୀଙ୍କ ସୁରକ୍ଷା ବଡ଼ । ଏବେ ଦିଲ୍ଲୀ ମୁଖ୍ୟାଳୟ ଓ ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ମନିଟରିଂ କରୁଛନ୍ତି । ସେମାନେ ଆମକୁ ବୈଷୟିକ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପର ଗାଇଡ଼ଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଲାଇଭ CYCLONE 'DANA' UPDATES: ଲ୍ୟାଣ୍ଡଫଲ ପରେ ରିକର୍ଭ କରିପାରେ ବାତ୍ୟା ‘ଦାନା’, 3 ଲକ୍ଷଙ୍କୁ ସ୍ଥାନାନ୍ତର

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ କାହିଁକି ବାରମ୍ବାର ମାଡ଼ ହେଉଛି ବାତ୍ୟା ? ବଙ୍ଗୋପସାଗର ଆଶୀର୍ବାଦ ନା ଅଭିଶାପ, କଣ କହିଲେ IIT ପ୍ରଫେସର...

ଏହା ମଧ୍ୟ ପଢ଼ନ୍ତୁ...CYCLONE DANAକୁ ନେଇ ବଡ଼ ଅପଡେଟ, ଲ୍ୟାଣ୍ଡଫଲ ପରେ ବଦଳିପାରେ ବାତ୍ୟା ଗତିପଥ: IMD

ଆଜି ବନ୍ଦ ରହିବ ଆନ୍ତର୍ଜାତୀୟ ବିମାନ:

"ଅନ୍ତର୍ଜାତୀୟ ବିମାନ ଭାବେ ଆଜି କୁଆଲାମପୁର ବିମାନ ସେବା ବି ବନ୍ଦ ରହିବ । ଯେଉଁମାନେ ଟିକେଟ କରିଛନ୍ତି, ବିମାନ କମ୍ପାନୀ ସମ୍ପୂର୍ଣ୍ଣ ରିଫଣ୍ଡ ଦେବେ କିମ୍ବା ଫ୍ଲାଇଟ ରିସ୍ୟୁଡୁଲ କରିବେ । ଯାହା DGCA ନିୟମ ଅନୁସାରେ ଟଙ୍କା ଫେରସ୍ତ କିମ୍ବା ରିସିଡ୍ୟୁଲ ହେବ ।"



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details