ଓଡିଶା

odisha

ETV Bharat / state

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ, ଜଷ୍ଚିସ ଦାଶ କମିଶନ ନେଲେ ପ୍ରଥମ ବୈଠକ - JUDICIAL INVESTIGATION - JUDICIAL INVESTIGATION

Judicial Investigation: ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି ଜଷ୍ଟିସ ଦାଶ କମିଶନ । ସର୍କିଟ ହାଉସରେ ପ୍ରଥମ ବୈଠକରେ ପୋଲିସ ଡିଜିଙ୍କ ସମେତ ତମାମ ବଡ ଅଧିକାରୀ ଉପସ୍ଥିତ ।

ଭରତପୁର ଥାନା କାଣ୍ଡ: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ, ଏହିମାନେ ଅଛନ୍ତି ଉପସ୍ଥିତ
ଭରତପୁର ଥାନା କାଣ୍ଡ: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ, ଏହିମାନେ ଅଛନ୍ତି ଉପସ୍ଥିତ (ETV Bharat Odisha)

By ETV Bharat Odisha Team

Published : Sep 30, 2024, 2:24 PM IST

ଭୁବନେଶ୍ବର:ଭରତପୁର ଥାନା ନିର୍ଯାତନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ ଆଜିଠାରୁ ବିଧିବଦ୍ଧ ଭାବେ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ଆରମ୍ଭ ପୂର୍ବରୁ ଭୁବନେଶ୍ୱର ସ୍ୱତନ୍ତ୍ର ସର୍କିଟ ହାଉସରେ ପ୍ରଥମ ବୈଠକ ବସିଛି । 24 ତାରିଖରେ ସରକାର ଜଷ୍ଟିସ ଦାଶଙ୍କୁ ମାମଲାର ‘ଟର୍ମ ଅଫ ରେଫରେନ୍ସ’ ପ୍ରଦାନ କରିସାରିଛନ୍ତି ।

କମିଶନ ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ପୋଲିସ ଡିଜି ଓ୍ବାବି ଖୁରାନିଆ, ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ସହ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ, ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋ ତଥା ‘ଏସଏଫ୍ଏସଏଲ’ ନିର୍ଦେଶିକା ସନ୍ତୋଷ ବାଲା, କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର, ଆଇଜି ସଫିନ ଅହମ୍ମଦ କେ. ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ସେପଟେ ଆଜି ଗୁଜୁରାଟର ଗାନ୍ଧୀନଗରରେ ଭରତପୁର ୫ ନିଲମ୍ବିତ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ ମଧ୍ୟ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ୍‌ ।

ବିଚାର ବିଭାଗୀୟ ତଦନ୍ତ ଆରମ୍ଭ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- IPS ସ୍ତରରେ ବଡ଼ ଅଦଳବଦଳ: ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ, ପ୍ରତୀକଙ୍କ ସ୍ଥାନ ନେଲେ ପିନାକ - Odisha IPS Reshuffle

ଏହା ମଧ୍ୟ ପଢନ୍ତୁ:- ଭରତପୁର ଥାନା କାଣ୍ଡ: ୩୦ରୁ ତଦନ୍ତ ଆରମ୍ଭ କରିବ ଚିତ୍ତରଞ୍ଜନ ଦାଶ କମିଶନ, ସରକାର ଦେଲେ ‘ଟର୍ମ ଅଫ ରେଫରେନ୍ସ’ - BHARATPUR PS CASE

  • ‘ଟର୍ମ ଅଫ ରେଫରେନ୍ସ’ କଣ ଦେଇଛନ୍ତି ସରକାର:-

ଗତ ୨୪ ତାରିଖରେ ସରକାର ଜଷ୍ଟିସ ଦାଶଙ୍କୁ ମାମଲାର "ଟର୍ମ ଅଫ ରେଫରେନ୍ସ’ ପ୍ରଦାନ କରିଥିଲେ । ଏଥିରେ ତିନିଟି ବିଷୟ ସ୍ଥାନିତ ହୋଇଥିଲା ।

ଭରତପୁର ଥାନା କାଣ୍ଡ: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ, ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ (ETV Bharat Odisha)
  • ରେଫରେନ୍ସ ନମ୍ବର ୧
    . ଯୁବକଙ୍କ ସହ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ସହ ଝଗଡା
    . ଅଭିଯୋଗ ଦାଖଲ ପାଇଁ ଥାନାକୁ ଆସିଥିବା ପୀଡ଼ିତାଙ୍କ ନାଁରେ ‘ଏଫଆଇଆର’ (FIR)
    .ଭରତପୁର ଥାନାରେ ଦାୟର ହୋଇଥିବା ମାମଲା
  • ରେଫରେନ୍ସ ନମ୍ବର ୨

ଘଟଣା ସମ୍ପର୍କିତ ଭିଡିଓ ଭାଇରାଲ ହେବା ଘଟଣା

  • ରେଫରେନ୍ସ ନମ୍ବର ୩

ସରକାରଙ୍କୁ କମିଶନଙ୍କ ସୁପାରିଶ

ଭରତପୁର ଥାନା କାଣ୍ଡ: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ, ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ (ETV Bharat Odisha)

ଏନେଇ କମିସନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି କହିଛନ୍ତି, ‘ଭରତପୁର ଥାନା ଘଟଣାରେ ଯେଉଁ ଆରୋପ ପ୍ରତ୍ୟାରୋପ ହୋଇଛି । ଏହି ଘଟଣାରେ ଆଫିଡେଭିଟ ହେଇସାରିଲା ପରେ ସାକ୍ଷୀ ଯାଞ୍ଚ ପରେ ଆମେ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବୁ । ଆଜି କେବଳ ଏକ ପ୍ରାରମ୍ଭିକ ଭାବେ ଏକ ବୈଠକ ହେଲା । ଯେଉଁଠି କିପରି କମିସନ କାର୍ଯ୍ୟ କରିବେ ସେନେଇ ଖସଡ଼ା ପ୍ରସ୍ତୁତ ହେଲା । ଏନେଇ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ଭେଟିଲୁ । ଏନେଇ ଆମେ ମଙ୍ଗଳବାରଠୁ ବିଜ୍ଞପ୍ତି ପରେ ସମନ କରିବୁ । ଯେତେଜଣ ଚାହିଁବେ ଆସି ସତ୍ୟପାଠ ଦାଖଲ କରିପାରିବେ। ଯେ କେହି ପ୍ରତ୍ୟକ୍ଷଦର୍ଶୀ ଓ ପରୋକ୍ଷରେ ଥିବା ଲୋକ ଯେ କେହି ଏହି ସମ୍ପର୍କରେ ଲିଖିତ ଭାବେ ଆଫିଡେଭିଟ ଦେଇପାରିବେ ।’

ଜୁଡିସିଆଲ କମିସନଙ୍କ ରହିବ ସ୍ବତନ୍ତ୍ର ଟିମ୍:

ଭରତପୁର ଥାନା କାଣ୍ଡ: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ, ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ (ETV Bharat Odisha)

ତେବେ ନ୍ୟାୟିକ ଆୟୁକ୍ତ ତଦନ୍ତରେ ଏକ ଟିମ୍ ଗଠନ କରାଯାଇଛି । ଯେଉଁଥିରେ କମିସନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ହୋଇଛି । ଯେଉଁ ଟିମରେ କମିଶନଙ୍କ ବ୍ୟକ୍ତିଗତ ସଚିବ ସହ ତାଙ୍କର ପିଏ ମଧ୍ୟ ରହିବେ । ଏହା ସହିତ ଜଣେ ରିଟାର୍ଡ ଜଜ ଶୁଭେନ୍ଦ୍ର ମହାନ୍ତି ଯେ କି କମିସନଙ୍କ ସଚିବ ଭାବେ କାର୍ଯ୍ୟ କରିବେ । ତାଙ୍କ ସହ ଆଉ ଜଣେ ସହ ସଚିବ ଓ ଜଣେ ସୁପରିଟେଣ୍ଡ ରହିବେ । ସେହି ଟିମରେ ଦୁଇ ଜଣ ଛାତ୍ର ଯେଉଁ ମାନେ ଇଣ୍ଟର୍ଣ୍ଣ କରୁଥିବେ ରହିବେ । ତା ସହିତ ସରକାରୀ ଓକିଲ ଦୁଇଜଣଙ୍କ ସହ କମିସନଙ୍କ ପକ୍ଷରୁ ମଧ୍ୟ ଦୁଇ ଜଣ ଓକିଲ ରହିବେ ।

କିପରି ତଦନ୍ତ ପ୍ରକ୍ରିୟା ହୁଏ ?

ଭରତପୁର ଥାନା କାଣ୍ଡ: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ, ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ (ETV Bharat Odisha)

ପ୍ରଥମ ପର୍ଯ୍ୟାୟରେ ଏନେଇ କମିସନଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଖବର କାଗଜରେ ପ୍ରକାଶିତ ହେବ।ସେହି ବିଜ୍ଞପ୍ତିରେ ଯେଉଁ ମାନେ ଏହି ଘଟଣାକ୍ରମ ସମ୍ପର୍କରେ ଜାଣିଛନ୍ତି ବା ସିଧାସଳଖ ଅବଗତ ଅଛନ୍ତି । ସେନେଇ କମିସନଙ୍କ ପାଖରେ ଆସି ସତ୍ୟପାଠ ବା ଆଫିଡେଭିଟ ଦାଖଲ କରିପାରିବେ । ସେ ପୋଲିସ କର୍ମଚାରୀ ହୋଇପାରିବେ ବା ଅଭିଯୋଗକାରିଣୀ ବା ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ହୋଇପାରନ୍ତି ବା ସେହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଯେ କେହି ଆସି ସେ ତାଙ୍କର ତଥ୍ୟ ଲିଖିତ ଭାବେ ସତ୍ୟପାଠ ଦାଖଲ କରିପାରିବେ ।

ପରେ ସେହି ସବୁ ତଥ୍ୟକୁ ନିରିଖି ପରଖି ଏହି ଘଟଣାରେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ନେଇ କମିସନ ଏହି ଘଟଣାରେ ଯାହାକୁ ଚାହିଁବେ ସମନ କରିବେ ଏନେଇ ୨୧ଦିନ ମଧ୍ୟରେ ସେମାନେ ଆସି ପକ୍ଷ ରଖିବେ । ଯଦି ସେ ୨୧ଦିନରେ‌ ହାଜର ନ ହେବେ ପରେ ସେ ୧୪ଦିନ ଧରି ରିସମନ କରାଯିବ । ପରେ ସେମାନେ ପକ୍ଷ ରଖିବା ପରେ ତାକୁ ତର୍ଜମା କରାଯିବ । ଏନେଇ କମିସନ ପରେ ସେମାନଙ୍କ ସାକ୍ଷୀ ଆଉ ସମସ୍ତ ମୋୖଖିକ ଓ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାରେ ଏନେଇ କମିସନ ଅନ୍ତିମ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କ ପାଖରେ ଦାଖଲ କରିବେ ।

କ୍ରାଇମବ୍ରାଞ୍ଚ ତଦନ୍ତ ସହ କୌଣସି ସମ୍ପର୍କ ନାହିଁ:

ଏହି ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ସମ୍ପୂର୍ଣ୍ଣ ଭିନ୍ନ । ଏହାକୁ ନେଇ କମିସନଙ୍କ ତଦନ୍ତ ସହ କୌଣସି ସମ୍ପର୍କ ନାହିଁ । ଏନେଇ କମିସନଙ୍କ ତଦନ୍ତରେ ଯଦି ଅନୁଭବ କରନ୍ତି ତେବେ ସେ ମଧ୍ୟ ଅନ୍ୟ ଦିଗରେ ତଦନ୍ତ କରିପାରନ୍ତି । କିନ୍ତୁ ଟ୍ରାଉଜର ତଦନ୍ତ ସମ୍ପୂର୍ଣ୍ଣ ଭାବେ ନିଜସ୍ଵ ଓ ସେ ସବୁ ତଦନ୍ତ ସେମାନେ କୋର୍ଟରେ ଉପସ୍ଥାପନା କରିବେ । ଯାହାକି କମିସନଙ୍କ ତଦନ୍ତ ସହିତ କୌଣସି ସମ୍ପର୍କ ନାହିଁ କି ଏନେଇ କୌଣସି ପ୍ରକାର ତଦନ୍ତରେ ପ୍ରଭାବିତ ବା ମୁଣ୍ଡ ପୁରାଇବେ ନାହିଁ । ଚାହିଁଲେ କ୍ରାଇମବ୍ରାଞ୍ଚର ତଥ୍ୟର ସାହାରା ନେଇପାରିବେ ।

ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ସାରା ରାଜ୍ୟରେ ଆଲୋଡନ ଖେଳିଥିଲା । ପୋଲିସର ଏପରି ନିର୍ଯାତନାକୁ ନେଇ ସାରା ଦେଶରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ଠାରୁ ବିଧିବଦ୍ଧ ଭାବେ ମାମଲାର ତଦନ୍ତ ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details