ଭୁବନେଶ୍ବର:ଭରତପୁର ଆର୍ମି ମେଜର ଓ ବାନ୍ଧବୀ ନିର୍ଯାତନା ମାମଲା । ତଦନ୍ତ କମିଶନ ଶୁଣାଣି କରିଛନ୍ତି । ହେଲେ ଶୁଣାଣି ବେଳେ ତଥ୍ୟ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ । ତେବେ 8 ପରିବର୍ତ୍ତେ 18କୁ ଘୁଞ୍ଚିଛି ପରବର୍ତ୍ତୀ ଶୁଣାଣି ।
ପରବର୍ତ୍ତୀ ଶୁଣାଣି କେବେ?
Bharatpur Assault Case (ETV Bharat Odisha) କମିଶନଙ୍କ ପାଖରେ କ୍ରାଇମବ୍ରାଞ୍ଚ ଦାଖଲ କରିପାରିଲାନି ତଥ୍ୟ । ପରବର୍ତ୍ତୀ ଶୁଣାଣି ତାରିଖ ଆସନ୍ତା 8 ତାରିଖ ପରିବର୍ତ୍ତେ 18କୁ ଘୁଞ୍ଚାଇ ଦିଆଯାଇଛି । କ୍ରାଇମବ୍ରାଞ୍ଚକୁ ଆସନ୍ତା 11 ତାରିଖ ସୁଧା ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ତଥ୍ୟରେ ବିଶେଷ କରି ଥାନା ଭିତରେ ହୋଇଥିବା ଘଟଣା କ୍ରମର ରେକର୍ଡ ହୋଇଥିବା ଭିଡିଓ ଫୁଟେଜର ସତ୍ୟାସତ୍ୟ ଦାଖଲ ପାଇଁ କୁହାଯାଇଛି । ଘଟଣାକ୍ରମର ଫୁଟେଜ ଅସଲି କି ନକଲି ତାହା ଷ୍ଟେଟ ଫରେନସିକ ଦ୍ବାରା ଯାଞ୍ଚ କରି ସତ୍ୟାସତ୍ୟ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି । ଏଥି ସହ ତଦନ୍ତରେ ବର୍ତ୍ତମାନ ଅପଡେଟ ତଥ୍ୟ ମଧ୍ୟ କମିଶନଙ୍କ ପାଖରେ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି।
'ପକ୍ଷ ଧାର୍ଯ୍ୟ କରିବେ କାହାକୁ କରିବେ ଜେରା'
Bharatpur Assault Case (ETV Bharat Odisha) ଆସନ୍ତା 18ରେ ଶୁଣାଣି ବେଳେ ଉଭୟ ପକ୍ଷ କାହାକୁ ଜେରା କରିବେ ସେନେଇ କମିଶନଙ୍କୁ ଜଣାଇବେ। ସେହି ଆଧାରରେ ପରବର୍ତ୍ତୀ ସମନ କାହାକୁ କରିବେ କମିସନ ତାହାର ନିଷ୍ପତ୍ତି ହେବ । ସେହି ଆଧାରରେ ଉଭୟ ପକ୍ଷଙ୍କୁ ଆଫିଡେଭିଟ୍ ଦିଆଯାଇଛି । ସେମାନେ ଆଫିଡେଭିଟ ପଢିବା ପରେ ଜେରା ପାଇଁ ସେହି ଅନୁସାରେ ପ୍ରସ୍ତୁତ ହେବେ । ଗୋଟିଏ ପକ୍ଷରେ ପୋଲିସ ପକ୍ଷ ଓକିଲ ଥିବାବେଳେ ଅନ୍ୟ ପକ୍ଷରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଓକିଲ ମଧ୍ୟ ରହିବେ । ଉଭୟ ପକ୍ଷ ଉଭୟ ପକ୍ଷଙ୍କୁ ଜେରା ପାଇଁ ପ୍ରସ୍ତୁତ କରିବେ ଲିଷ୍ଟ । କେତେ ଜଣଙ୍କୁ ଜେରା କରିବେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।
ମୋଟ 525ଟି ଆଫିଡେଭିଟ କମିସନରଙ୍କ ନିକଟରେ ଦାଖଲ ହୋଇଥିଲା । ଯେଉଁଥିରେ 45ଟି ଆଫିଡେଭିଟକୁ କମିଶନ ତଦନ୍ତ ପାଇଁ ବିବେଚନା ପାଇଁ ନେଇଥିଲେ। ଯାହାକୁ ଆଧାର କରି ତଦନ୍ତ କମିଶନ ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ପକ୍ଷ ଓକିଲଙ୍କ କହିଛନ୍ତି, "ପ୍ରତିପକ୍ଷ ଦେଇଥିବା ଆଫିଡେଭିଟ ପଢ଼ିବା ପରେ ଆମେ ସେମାନଙ୍କୁ କାଉଣ୍ଟର ଆଫିଡେଭିଟ ମାଗିଥିଲୁ । ଅର୍ଥାତ୍ ଆମେ ଯେଉଁ ଆଧାରରେ ଆଫିଡେଭିଟ ଦେଇଥିଲୁ ତାର ଉତ୍ତର ପାଇଁ କାଉଣ୍ଟର ଆଫିଡେଭିଟ ଦେବା ପାଇଁ କହିଥିଲୁ ।"
ଏହା ବି ପଢନ୍ତୁ...ଆର୍ମି ମେଜର ନିର୍ଯାତନା ଘଟଣା: ଭରତପୁର ଥାନାରେ ତଦନ୍ତ କମିଶନଙ୍କ ସ୍ପଟ୍ ଭିଜିଟ
ପୂର୍ବରୁ ସ୍ପଟ୍ ଭିଜିଟ କରିଥିଲେ କମିଶନ:
Bharatpur Assault Case (ETV Bharat Odisha) ନଭେମ୍ବର 19 ତାରିଖରେ ନିଜେ ସ୍ପଟ ଭିଜିଟ କରିଥିଲେ ତଦନ୍ତ କମିଶନ । ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ ଥାନାରେ ଘଟିଥିବା ଘଟଣାକ୍ରମ ବିଷୟରେ ପଚାରି ବୁଝିଥିଲେ । ଏହି ଘଟଣାରେ ଉଭୟ ଅଭିଯୋଗ ଆଣିଥିବା ପକ୍ଷ ଓ ଅଭିଯୋଗ ରହିଥିବା ପକ୍ଷଙ୍କର ଉପସ୍ଥିତିରେ ସେମାନଙ୍କ ସହ ଘଟିଥିବା ଘଟଣାକ୍ରମ ଅନୁଭୂତିକୁ ସ୍ପଟରେ ଦେଖିଥିଲେ ତଦନ୍ତ କମିଶନ ।