ଓଡିଶା

odisha

ETV Bharat / state

ପଦ ହରାଇଲେ ଭବାନୀପାଟଣା ମ୍ୟୁନିସିପାଲିଟି ଏବଂ ଜୁନାଗଡ଼ ଏନଏସି ଅଧ୍ୟକ୍ଷ, ଅନାସ୍ଥା ପ୍ରସ୍ତାବରେ ପରାଜୟ

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମ୍ୟୁନିସିପାଲିଟି (ପୌର ପରିଷଦ) ଅଧ୍ୟକ୍ଷା ଏବଂ ଜୁନାଗଡ଼ ଏନଏସି (ବିଜ୍ଞାପିତ ପରିଷଦ) ଅଧ୍ୟକ୍ଷ ।

ଅନାସ୍ଥାରେ ପଦ ହରାଇଲେ ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଓ ଜୁନାଗଡ଼ ଏନଏସି ଅଧ୍ୟକ୍ଷ
ଅନାସ୍ଥାରେ ପଦ ହରାଇଲେ ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଓ ଜୁନାଗଡ଼ ଏନଏସି ଅଧ୍ୟକ୍ଷ (ETV Bharat Odisha)

By ETV Bharat Odisha Team

Published : 4 hours ago

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ଓ ଜୁନାଗଡ଼ ‘ଏନ୍ଏସି’ ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ନିଜ ପଦ ହରାଇଛନ୍ତି । ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ଅଗଷ୍ଟ ୧୨ ତାରିଖରେ ଏକ ସ୍ଵତନ୍ତ୍ର ବୈଠକରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ୍ ହୋଇଥିଲା । ସେହିପରି ମୁକେଶ ଅଗ୍ରୱାଲ ମଧ୍ୟ ଅଗଷ୍ଟ ୨୭ ତାରିଖରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ପଡିଥିଲା ।

  • ଦୁଇଜଣଙ୍କ ବିରୋଧରେ ଆସିଥିଲା ଅନାସ୍ଥା

ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ଆଗତ ଅନାସ୍ଥାରେ ୨୦ଟି ୱାର୍ଡର ସମସ୍ତ କାଉନସିଲର ଅଧ୍ୟକ୍ଷାଙ୍କ ବିପକ୍ଷରେ ଭୋଟ୍ ଦେଇଥିଲେ । ଏନେଇ କଳାହାଣ୍ଡି ଜିଲ୍ଲାପାଳ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅବଗତ କରିଥିଲେ । ବିଭାଗ ପକ୍ଷରୁ ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପଦ ହରାଇଥିବା ନେଇ ସୂଚନା ଦିଆଯାଇଛି । ସେହିଭଳି ଜୁନାଗଡ଼ ‘ଏନ୍‌ଏସି’ ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଗତ ଅଗଷ୍ଟ ୨୭ ତାରିଖରେ ଅନାସ୍ଥା ପ୍ରସ୍ତାବ ପାଇଁ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଧ୍ୟକ୍ଷଙ୍କ ବିପକ୍ଷରେ ମତଦାନ ମଧ୍ୟ ହୋଇଥିଲା । ଏନେଇ ୧୨ ଜଣ କାଉନସିଲରଙ୍କ ମଧ୍ୟରୁ ୧୦ଜଣ କାଉନସିଲର ଅଧ୍ୟକ୍ଷଙ୍କ ବିପକ୍ଷରେ ଭୋଟ୍ କରିଥିଲେ । ଏନେଇ କଳାହାଣ୍ଡି ଜିଲ୍ଲାପାଳ ବିଭାଗକୁ ଅବଗତ କରିଥିଲେ । ଗତକାଲି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ତାଙ୍କ ପଦ ହରାଇଥିବା ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନାସ୍ଥାରେ ପଦ ହରାଇଲେ ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଓ ଜୁନାଗଡ଼ ଏନଏସି ଅଧ୍ୟକ୍ଷ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ସରିଲା ଖଣ୍ଡପଡା NAC ଅନାସ୍ଥା ଭୋଟ, ବାହାରିଲା ନାହିଁ ଫଳାଫଳ - KHANDAPADA NAC BYELECTION

ଏହା ମଧ୍ୟ ପଢନ୍ତୁ ....ବିଜେଡି ଦଖଲକୁ ଗଲା ଭାପୁର, ବାଜି ମାରିଲେ ସାବିତ୍ରୀ ପ୍ରଧାନ - Bhapur Block Chairman Election

ଏହା ମଧ୍ୟ ପଢନ୍ତୁ:- କାଟ ଖାଇଲା ନିମାପଡା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ; ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସମୀର ଦାସଙ୍କୁ ଶକ୍ତ ଝଟକା କହିଲା ବିଜେଡି - NO CONFIDENCE MOTION VOTING

ଅନାସ୍ଥାରେ ପଦ ହରାଇଲେ ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଓ ଜୁନାଗଡ଼ ଏନଏସି ଅଧ୍ୟକ୍ଷ (ETV Bharat Odisha)
  • ସରଗରମ ହେଲା କଳାହାଣ୍ଡି ରାଜନୀତି

ଉଭୟ ଜୁନାଗଡ଼ ଓ ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷ ପଦରୁ ଅନାସ୍ଥା ପ୍ରସ୍ତାବ ଭୋଟ୍‌ରେ ପଦ ହରାଇବା ପରେ କଳାହାଣ୍ଡି ରାଜନୀତି ସରଗରମ ହୋଇଛି । ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ‘ବିଜେଡି’ର ହୋଇଥିବା ବେଳେ ନିଜ ଦଳର କାଉନସିଲରମାନେ ତାଙ୍କ ବିପକ୍ଷରେ ଭୋଟ୍ ଦେବା ନେଇ ବିଜେଡିର କନ୍ଦଳ ପଦାକୁ ଆସିଛି । ସେହିଭଳି ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଭାରତୀୟ ଜନତା ପାର୍ଟି (ବିଜେପି)ର ହୋଇଥିବା ବେଳେ ତାଙ୍କ ବିପକ୍ଷରେ ବିଜେଡି କାଉନସିଲରମାନେ ଭୋଟ ଦେଇଥିଲେ ।

ଅନାସ୍ଥାରେ ପଦ ହରାଇଲେ ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଓ ଜୁନାଗଡ଼ ଏନଏସି ଅଧ୍ୟକ୍ଷ (ETV Bharat Odisha)
ଅନାସ୍ଥାରେ ପଦ ହରାଇଲେ ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଓ ଜୁନାଗଡ଼ ଏନଏସି ଅଧ୍ୟକ୍ଷ (ETV Bharat Odisha)
ଅନାସ୍ଥାରେ ପଦ ହରାଇଲେ ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଓ ଜୁନାଗଡ଼ ଏନଏସି ଅଧ୍ୟକ୍ଷ (ETV Bharat Odisha)

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details