ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ (BeMC)ର କର୍ପୋରେଟର ଗୋଷ୍ଠୀଙ୍କ କନ୍ଦଳ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ମହାନଗର ନିଗମର ସାଧାରଣ ପରିଷଦ ବୈଠକରେ ୨୬ ନମ୍ବର ଓ୍ବାର୍ଡ଼ର କର୍ପୋରେଟର, କମିଶନରଙ୍କୁ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ । କର୍ପୋରେଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କମିଶନର, ମେୟରଙ୍କୁ ଚିଠି ଲେଖିଛନ୍ତି । ସେପଟେ ମେୟରଙ୍କ ସହ ତାଙ୍କ ସମର୍ଥକ କର୍ପୋରେଟର ଓ ଏକାଧିକ ବିଜେପି କର୍ପୋରେଟର ପ୍ରଥମେ ଗଞ୍ଜାମ ଜିଲ୍ଲାପାଳ ଏବଂ ପରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ମହାନଗର ନିଗମର ବୈଠକରେ ହୋଇଥିବା ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ।
ଏହାସହ ଗତ ୨ ମାସ ଧରି କିଛି କର୍ପୋରେଟର ନିଗମରେ ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ମହାନଗର ନିଗମର କମିଶନରଙ୍କୁ ଅଶାଳୀନ ବ୍ୟବହାର ନୁହେଁ ବରଂ ବିଭିନ୍ନ ପ୍ରଶ୍ନ ପଚାରିବାରୁ ଉତ୍ତର ଦେଇ ନଥିଲେ । କମିଶନର ବୈଠକ ଛାଡ଼ି ଚାଲିଯାଇଥିଲେ । ମୋ ବିରୁଦ୍ଧରେ ହେଉଥିବା ଅଭିଯୋଗ ମିଥ୍ୟା ଏବଂ ଦୁଃଖଦାୟକ ବୋଲି କହିଛନ୍ତି ୨୬ ନମ୍ବର ଓ୍ବାର୍ଡ଼ର କର୍ପୋରେଟର ।
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କଲେ ମେୟର ଓ କର୍ପୋରେଟର:
ବ୍ରହ୍ମପୁର ମହାନଗର ନିଗମର ସାଧାରଣ ବୈଠକରେ ବିଜେଡିର ଗୋଟିଏ ଗୋଷ୍ଠୀର ନିର୍ଦ୍ଦିଷ୍ଟ କେତେକ କର୍ପୋରେଟର ହଟ୍ଟଗୋଳ କରିଥିବା ଅଭିଯୋଗ ହୋଇଥିଲା । ବୈଠକରେ ନିଗମର କମିଶନରଙ୍କୁ ଇଙ୍ଗିତ କରି ଦୁବ୍ୟବହାର ପ୍ରଦର୍ଶନ କରି ଗୋ-ବ୍ୟାକ୍ ନାରା ଦେଇଥିଲେ । ଏନେଇ ଘଟଣା ସଂପର୍କରେ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଅବଗତ କରାଇଛନ୍ତି ନିଗମର ମେୟର, ଡେପୁଟି ମେୟରଙ୍କ ସମେତ ବହୁ କର୍ପୋରେଟର । ବ୍ରହ୍ମପୁର ମେୟରଙ୍କ ସହିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ ସମୟରେ ବିଜେଡି ସହିତ ବିଜେପି ଦଳର କର୍ପୋରେଟର ମଧ୍ୟ ଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ମେୟର ସଂଙ୍ଘମିତ୍ରା ଦଳେଇ ଜିଲ୍ଲାପାଳଙ୍କୁ ଘଟଣା ନେଇ ଅବଗତ କରାଇଛନ୍ତି । ସମସ୍ତ ଅଭିଯୋଗକୁ ଗ୍ରହଣ କରି ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ନିଗମର ବୈଠକରେ ପ୍ରଶ୍ନ ପଚାରିବା କିମ୍ୱା ଆଲୋଚନା କରିବାରେ କାହାରିକୁ ବାରଣ କରାଯାଉନଥିବା ବେଳେ ତାହାକୁ ଶାଳୀନତା ଢଙ୍ଗରେ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି ।
ମେୟରଙ୍କ ପ୍ରତିକ୍ରିୟା:
ଏନେଇ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ କହିଛନ୍ତି, "ମହାନଗର ନିଗମର ସାଧାରଣ ପରିଷଦ ବୈଠକରେ ହୋଇଥିବା ଘଟଣା ବିଷୟରେ ଆମେ ଜିଲ୍ଲାପାଳଙ୍କୁ ଅବଗତ କରିଛୁ । ଜିଲ୍ଲାପାଳ ଅଭିଯୋଗକୁ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ, ଯାହା ଆଇନ କାନୁନରେ ଆସିବ ଆମେ ତାକୁ ପାଳନ କରିବୁ । ରାଜ୍ୟ ସରକାର ଜଣଙ୍କୁ ନିଗମର କମିଶନର ଭାବରେ ଦାୟିତ୍ୱ ଦେଇଥିବା ବେଳେ ତାଙ୍କୁ ଭଦ୍ର ରୂପରେ ବ୍ୟବହାର କରାଯିବାର ଆବଶ୍ୟକତା ରହିଛି ।"
କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି: