ବ୍ରହ୍ମପୁର:ରାସ୍ତାରେ ଗାତ ଖୋଳି ଠିକାଦାରଙ୍କ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁଁ ଜଣଙ୍କ ମୃତ୍ୟୁ ଘଟଣାରେ ରାୟ ଶୁଣାଇଲେ ବ୍ରହ୍ମପୁର କୋର୍ଟ । ଏହି ମାମଲାରେ ସମ୍ପୃକ୍ତ ଠିକାଦାର ଓ ସୁପରଭାଇଜରଙ୍କୁ ଦଣ୍ଡିତ କରିବା ସହ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ମସିହା ଜୁନ ୬ ତାରିଖରେ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ମନ୍ତ୍ରୀଡି ଗ୍ରାମର ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ଦିନବନ୍ଧୁ ସାହୁ ଘରକୁ ଫେରୁଥିବା ବେଳେ ଏକ ନିର୍ମାଣାଧୀନ ଗାତରେ ଖସି ପଡିଥିଲେ ଓ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସୂଚନାଯୋଗ୍ୟ, ୨୦୧୮ ମସିହା ଜୁନ ୬ ତାରିଖରେ ବ୍ରହ୍ମପୁର ଉପଖଣ୍ଡ ରଙ୍ଗେଇଲୁଣ୍ଡା ବ୍ଳକର ମନ୍ତ୍ରୀଡି ଗ୍ରାମର ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ନୀଳକଣ୍ଠ ସାହୁ ନିଜର କାର୍ଯ୍ୟ ସାରି ସନ୍ଧ୍ୟା ସମୟରେ ଘରକୁ ଫେରୁଥିବାବେଳେ ଏକ ନିର୍ମାଣଧୀନ ଗାତରେ ଖସିପଡିଥିଲେ । ରାସ୍ତା କଡରେ ବାଲି, ମାଟି ଜମା ହୋଇଥିବାବେଳେ ନିର୍ମାଣଧିନ ସ୍ଥାନରେ ଲୁହା ରଡଗୁଡିକ ରହିଥିଲା । ଗାତରେ ପଡିବା ପରେ ସେହି ଲୁହା ରଡଗୁଡିକ ନୀଳକଣ୍ଠଙ୍କ ଶରୀରରେ ପଶିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହାମଧ୍ୟ ପଢନ୍ତୁ... ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, 20ହଜାର ଟଙ୍କା ଜରିମାନା - Murder Case In Kalahandi