ଓଡିଶା

odisha

ETV Bharat / state

ହଜାରେ ଟଙ୍କା ସହାୟତା ରାଶି ପାଇଁ ହିତାଧିକାରୀ ହନ୍ତସନ୍ତ - ଭଦ୍ରକ ତିହିଡି

Beneficiaries facing problem in Bhadrak: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ଏକ ହଜାର ଟଙ୍କା ସହାୟତା ରାଶି ପାଇଁ ଖାଉଟି ହନ୍ତସନ୍ତ । ଅଧିକ ପଢନ୍ତୁ,

Beneficiaries facing problem
Beneficiaries facing problem

By ETV Bharat Odisha Team

Published : Feb 27, 2024, 12:51 PM IST

Updated : Feb 27, 2024, 12:59 PM IST

Beneficiaries facing problem

ଭଦ୍ରକ: ମାତ୍ର ହଜାରେ ଟଙ୍କା ପାଇଁ ବାରମ୍ବାର ଯାଇ ନିରାଶ ହୋଇ ଫେରୁଥିବା ଖାଉଟିଙ୍କ ଅସନ୍ତୋଷ । କୌଣସି କମିଶନ ମିଳୁ ନ ଥିବାରୁ ରିଟେଲର ସଠିକ ସମୟ ଅନୁସାରେ ଖାଉଟି ମାନଙ୍କୁ ସୂଚନା ଦେଉନାହିଁ ବୋଲି ମଧ୍ୟ ସଙ୍ଗୀନ ଅଭିଯୋଗ ହୋଇଛି। ଏଭଳି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ମଙ୍ଗଳପୁର ଗାଁର 3 ନମ୍ବର ୱାର୍ଡରେ । ଏହି ଘଟଣାକୁ ନେଇ ଉଭୟ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନ ତଦନ୍ତ କରି ଅବହେଳା କରିଥିବା ରିଟେଲର ଏବଂ ସୁପରଭାଇଜରଙ୍କ ବିରୋଧରେ ବିହୀତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ବାରା ୧ ହଜାର ଟଙ୍କା ମିଳିବା ନେଇ ହିତାଧିକାରୀମାନଙ୍କୁ ରିଟେଲର ପକ୍ଷରୁ ସୂଚନା ଦିଆ ଯାଇଥିଲା । ଯାହାକୁ ନେଇ ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ମଙ୍ଗଳପୁର ଗାଁର ସମସ୍ତ ହିତାଧିକାରୀ ଏକତ୍ରିତ ହୋଇଥିଲେ । ତେବେ ମଧ୍ୟାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ହୋଇଥିଲେ । ପରେ ଅପରାହ୍ନରେ ଆସିବା ବେଳକୁ ସଂପୃକ୍ତ ସୁପରଭାଇଜର ଛୁଟିରେ ଥିବା ନେଇ ଆଜି ଟଙ୍କା ବଣ୍ଟନ କରାଯିବ ନାହିଁ ବୋଲି ସୂଚନା ମିଳିଥିଲା । ପୂନଶ୍ଚ ତା ପରଦିନ ସକାଳୁ ମିଳିବ ବୋଲି ହିତାଧିକାରୀମାନଙ୍କୁ କୁହାଯାଇଥିଲା । ତେଣୁ ଗତକାଲି( ସୋମବାର) ସକାଳୁ ହିତାଧିକାରୀ ମାନେ ଏକତ୍ରିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ - ସତ୍ୟବାଦୀରେ ଫନି ହିତାଧିକାରୀଙ୍କ ବିକ୍ଷୋଭ

ଏହା ମଧ୍ୟ ପଢନ୍ତୁ - କଳାକାର ସହାୟତା ରାଶିରେ ବୃଦ୍ଧି: ମାସକୁ ୨୦୦୦, ୮୦ ବର୍ଷରୁ ଊର୍ଦ୍ଧ୍ବଙ୍କୁ ୨୫୦୦

ଶେଷରେ ଅପରାହ୍ନ 4.30 ମିନିଟରେ ସୁପରଭାଇଜରଙ୍କ ସମେତ ସଂପୃକ୍ତ ରିଟେଲର ଗାଁରେ ପହଞ୍ଚିଥିଲେ । ଏଥିସହ ଦିନ ତମାମ ଲିଙ୍କ୍ ଫେଲ୍ ଥିବାନେଇ ଖାଉଟି ୱେବ୍ ପୋର୍ଟାଲ ଖୋଲୁ ନ ଥିବା କହିଥିଲେ । ତେବେ ଏଭଳି ସମସ୍ୟା ଯଦି ଲାଗି ରହିଥିଲା ତେବେ ଗାଁ ଲୋକଙ୍କୁ ପୂର୍ବରୁ ଖବର ଦେଇଥିଲେ କ’ଣ ଅସୁବିଧା ହୋଇଥାନ୍ତା ବୋଲି ପାଲଟା ପ୍ରଶ୍ନ କରିଥିଲେ ହିତାଧିକାରୀ । ଯାହାକୁ ନେଇ ସାମୟିକ ଭାବେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଶେଷରେ ଅପରାହ୍ନ ପ୍ରାୟ 5 ଘଟିକାରେ ୱେବ୍ ପୋର୍ଟାଲ୍ ଖୋଲା ଯାଇଥିଲା ଏବଂ ରାତି 10 ଘଟିକା ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ଟଙ୍କା ବଣ୍ଟନ କରାଯାଇବା ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Feb 27, 2024, 12:59 PM IST

ABOUT THE AUTHOR

...view details