ଓଡିଶା

odisha

By ETV Bharat Odisha Team

Published : Jun 19, 2024, 9:24 PM IST

ETV Bharat / state

ଗଣତାନ୍ତ୍ରିକ ଭାବେ କାର୍ଯ୍ୟ କଲେ ସର୍ବ ଶ୍ରେଷ୍ଠ ଆସନରେ ବସେଇବେ ଜନତା: ବାସୁଦେବପୁର ବିଧାୟକ - basudevpur mla takes oath

BASUDEVPUR MLA TAKES OATH: ଆଜି ବିଧିବଦ୍ଧ ଭାବେ ବିଧାନସଭାରେ ଶପଥ ନେଇଛନ୍ତି ବାସୁଦେବପୁରର କଂଗ୍ରେସ ବିଧାୟକ ଅଶୋକ କୁମାର ଦାସ । ପ୍ରଥମେ ମୁଣ୍ଡିଆ ମାରି କଲେ ଗୃହ ପ୍ରବେଶ । ଅଧିକ ପଢନ୍ତୁ

BASUDEVPUR MLA TAKES OATH
BASUDEVPUR MLA TAKES OATH (ETV Bharat Odisha)

ଭୁବନେଶ୍ବର:ଆଜିବିଧିବଦ୍ଧ ଭାବେ ଆଜି ଶପଥ ନେଇଛନ୍ତି ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ । ମୁଣ୍ଡିଆ ମାରି ଅଶୋକ ବିଧାନସଭାକୁ ପ୍ରବେଶ କରିଛନ୍ତି । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କୁ ଶପଥ ପାଠ କରିଛନ୍ତି । ବିଜେଡିର ଗଡ଼ କୁହାଯାଉଥିବା ବାସୁଦେବପୁରରେ ସେ ଶଙ୍ଖ ଭାଙ୍ଗି ହାତ ଉଠେଇଛନ୍ତି । ଏହି ଅବସରରେ ଗଣତାନ୍ତ୍ରିକ ଭାବେ କାର୍ଯ୍ୟ କଲେ ଲୋକେ ସର୍ବଶ୍ରେଷ୍ଠ ଆସନରେ ବସେଇବେ ବୋଲି ଅଶୋକ କହିଛନ୍ତି ।

BASUDEVPUR MLA TAKES OATH (ETV Bharat Odisha)

ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ କହିଛନ୍ତି, "ଆଜି ମୋ ପାଇଁ ଏକ ସୌଭାଗ୍ୟର ଦିବସ । ଗଣତନ୍ତ୍ରର ମୁଖ୍ୟ ଗୃହକୁ ପ୍ରବେଶ କରିବାର ସୁଯୋଗ ମିଳିଛି । ଲୋକଙ୍କ ଆଶୀର୍ବାଦ ଓ ବାସୁଦେବପୁର ଜନସାଧାରଣଙ୍କ ସହଯୋଗରେ ଏହା ହୋଇଛି । ଲୋକଙ୍କ ସେବା କରିବାର ମାନସିକତା ନେଇ ଆଜି ଶପଥ ନେଇଛି । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବି । ସେ ମୋତେ ଧାର୍ଯ୍ୟ ଓ ସଦବୁଦ୍ଧି ଦିଅନ୍ତୁ । ଲୋକଙ୍କର ଥିବା ମୌଳିକ ସମସ୍ୟାକୁ ଦୂର କରିବି । ଲୋକଙ୍କ ଆସ୍ଥା ଭାଜନ ହୋଇ ନିଜର କାର୍ଯ୍ୟ ତୁଲାଇବି । ଉନ୍ନତ ବାସୁଦେବପୁର ଗଠନ ସହ ରାଜ୍ୟ ସାରା ଭାରତରେ କିପରି ନାଁ କରିପାରିବ ସେଥିପ୍ରତି ଯତ୍ନବାନ ହେବି ।"



ସେପଟେ ବାସୁଦେବପୁର ବିଜେଡିର ଗଡ଼ ହୋଇଥିବା ବେଳେ ଆପଣ କିଭଳି ଗଡ଼ ଭେଦ କରିଲେ ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ । ଏହାର ଜବାବରେ ସେ କହିଛନ୍ତି, ରାଜନୈତିକ ଗହନ କଥା ପ୍ରକାଶ କରିବା ଠିକ ହେବନାହିଁ । ବାସୁଦେବପୁର ବିଜେଡିର ଗଡ଼ କହିବା ଠିକ ନୁହେଁ । ସାରା ଓଡିଶା ବିଜେଡିର ଗଡ଼ ଥିଲା ବୋଲି କୁହାଯାଉଥିଲା । ତାହା 5 ମିନିଟରେ ଧ୍ୱଂସ ହୋଇଗଲା । କେହି କିଛି ଜାଣିପାରିଲେ ନାହିଁ । ଲୋକଙ୍କ ଅସ୍ଥା ଭାଜନ ହେଲେ ନିଶ୍ଚୟ ସେମାନେ ଭରସା କରିବେ । ଗଡ଼ କଥା କିଛି ନାହିଁ । ଗଡ଼ ଆଜି ଅଛି କାଲି ନାହିଁ ।

ଏହା ମଧ୍ୟ ପଢନ୍ତୁ .....CMOର ହେବ ନବକଳେବର, ହଟିଲେ ୨୨ ଓଏଏସ ଅଧିକାରୀ - Officers Withdrawn From CMO

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ରକୁ ଯେଉଁମାନେ ବିଶ୍ୱାସ ରଖିଛନ୍ତି । ସମ୍ବିଧାନକୁ ଯେଉଁମାନେ ଭଲ ପାଆନ୍ତି ସେମାନେ ନିଜର ମୂଲ୍ୟ ପାଇବେ । ଲୋକ ନିଶ୍ଚୟ ତାଙ୍କୁ ସର୍ବଶ୍ରେଷ୍ଠ ଆସନରେ ବସାଇବେ । ସର୍ବ ପ୍ରଥମେ ଆଞ୍ଚଳିକ ସମସ୍ୟାକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ସମସ୍ୟା ସମାଧାନ କରିବା ଦିଗରେ ସହଯୋଗ କରିବି । ତେବେ ଯାଇ ଓଡିଶାର ମୂଲ୍ୟବୋଧ ପରିପ୍ରକାଶ ହେବ ।

ଇଟିଭି ଭାରତ , ଭୁବନେଶ୍ବର

ABOUT THE AUTHOR

...view details