ଓଡିଶା

odisha

ଧରାପଡ଼ିଲା କୁଖ୍ୟାତ ବ୍ୟାଙ୍କ ଡକାୟତ, ବିଭିନ୍ନ ଜିଲ୍ଲାର ଥାନାରେ ବାହାରିଲା 24ଟି ମାମଲା - Robber Arrested

By ETV Bharat Odisha Team

Published : Apr 23, 2024, 8:47 PM IST

UGB Bank rubbery accused arrested: ବରଗଡ ଜିଲ୍ଲା ପୋଲିସ କୁଖ୍ୟାତ ବ୍ୟାଙ୍କ ଡକାୟତ ଅମିତ ଦାସକୁ ଗିରଫ କରିଛନ୍ତି। ତା ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରେ 24ଟି ପୁରୁଣା କେସ ରହିଥିବା ପୋଲିସ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ,

UGB Bank rubbery accused arrested
UGB Bank rubbery accused arrested

UGB Bank rubbery accused arrested

ବରଗଡ଼:ଜିଲ୍ଲା ପୋଲିସକୁ ମିଳିଲା ବଡ଼ ସଫଳତା । ଗିରଫ ହେଲା କୁଖ୍ୟାତ ପେଶାଦାର ଡକାୟତ ଅମିତ ଦାସ । ଗତ 18 ତାରିଖରେ ବରପାଲିଠାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଦିନ ସମୟରେ ହୋଇଥିଲା ଡକାୟତି । ବନ୍ଧୁକ ଦେଖାଇ 9 ଲକ୍ଷରୁ ଅଧିକ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ ଦୁଇ ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ଆଜି (ମଙ୍ଗଳବାର) ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହାର୍ଡକୋର ଡକାୟତ ହୋଇଥିବା ବେଳେ ସେ ପୂର୍ବରୁ ବହୁବାର ଗିରଫ ହୋଇ ଜେଲ ଯାଇସାରିଛି । ଯାହାର ସୂଚନା ଏକ ସାମ୍ମାଦିକ ସମ୍ମିଳନୀ ଯୋଗେ ବରଗଡ ଏସପି ପ୍ରହଲ୍ଲାଦ ସାହାଇ ମୀନା ଦେଇଛନ୍ତି ।

ଗତ 18 ତାରିଖରେ ବରପାଲିର ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି କରି 9 ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହେବାପରେ ପୋଲିସ ବିଭାଗ ପକ୍ଷରୁ 5 ଗୋଟି ଟିମ ଗଠନ କରଯାଇଥିଲା । ବିଭିନ୍ନ ତଥ୍ୟକୁ ଆଧାର କରି ପୋଲିସ ଟେକ୍ନୋଲୋଜିକୁ ବ୍ୟବହାର କରି ଡକାୟତିରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତକୁ କାବୁ କରିଛି । ତାଙ୍କ ପାଖରୁ ବ୍ୟାଙ୍କରୁ ଲୁଟ ହୋଇଥିବା 4 ଲକ୍ଷ 24 ହଜାର 200 ଟଙ୍କା ସହିତ 7ଟି ମୋବାଇଲ ଗୋଟେ ଟାଟା ACE ଗାଡି, ଟାଟା ମିନି ଟ୍ରକ, ଡଷ୍ଟର କାର, ଇକୋ ସ୍ପୋର୍ଟ୍ସ କାର, ଗୋଟେ ହିରୋ ସ୍ପ୍ଲେଣ୍ଡର ବାଇକ, ସ୍କୁଟି ଆଦି ଜବତ କରିଛି ପୋଲିସ । ବ୍ୟାଙ୍କ ଡକାୟତି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତକୁ କାବୁ କରିବାକୁ ଏବେ ମଧ୍ୟ ପୋଲିସ ତାର ଜାଲ ବିଛାଇଛି ଏବଂ ଶୀଘ୍ର ପୋଲିସ ତାକୁ ଗିରଫ କରିବ ବୋଲି ପ୍ରହଲ୍ଲାଦ ସାହାୟି ମିନା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ.... ନିର୍ବାଚନ ପୂର୍ବରୁ ରାଇରଙ୍ଗପୁରରେ ବିପୁଳ ଅସଲି-ନକଲି ମଦ ଜବତ, ୯ ଗିରଫ - Liquor Seized In Rairangpur

ଅମିତ ଦାସ ନାମରେ ଅନ୍ୟ 24ଟି ପୁରୁଣା କେସ ରହିଥିବା ବେଳେ ବରଗଡ ଜିଲ୍ଲାର ବରଗଡ ଟାଉନ ଥାନାରେ 4ଟି କେସ, ବରଗଡ ଷୋହେଲା ଥାନାରେ 4ଟି କେସ, ଅତାବିରା ଥାନାରେ ଗୋଟେ କେସ, ଆମ୍ବାଭୋନା ଥାନାରେ ଗୋଟେ କେସ, ବରପାଲି ଥାନାରେ ଗୋଟେ କେସ ରହିଛି । ସେହିଭଳି ଜିଲ୍ଲା ବାହାରେ ମଧ୍ୟ ଅନେକ କେସ ରହିଛି । ଅମିତ ଦାସ 2005 ମସିହାରୁ ଅପରାଧର ଦୁନିଆରେ ନିଜର ଦବଦବା ରଖିଆସିଛି । ଚୋରି, ଲୁଟ, ଡକାୟତି, ହତ୍ୟା ଆଦି ଅନେକ ମାମଲାରେ ସେ ଜେଲ ଯାଇଥିବା ବେଳେ ଛତିଶଗଡ ରାଜ୍ୟର ବିଳାଶପୁର ଜେଲରେ 8 ବର୍ଷ ରହିଥିଲା ଓ ପରେ ପୁଣି ହତ୍ୟା ଅପରାଧରେ ବଲାଙ୍ଗୀର ଜେଲରେ 3 ବର୍ଷ ଜେଲ କାରାଦଣ୍ଡ ଭୋଗିଥିଲା ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details