ବରଗଡ:ବିଜୁଳି ସମସ୍ୟା, ଧାନ ଦର ବୃଦ୍ଧି ଏବଂ କୃଷିରୁଣ ଛାଡ ଦାବିରେ ବରଗଡରେ ଜୟ କିଷାନ ଆନ୍ଦୋଳନ ତରଫରୁ ବିକ୍ଷୋଭ ପ୍ରଦର୍ଶନ । ଗୋପାଳ ଗୋଶାଳା ଠାରୁ ହଜାର ହଜାର ଚାଷୀ ଏକ ବିରାଟ ରାଲି କରି ବରଗଡ଼ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପର୍ଯ୍ୟନ୍ତ ପହଞ୍ଚିଥିଲେ l ସେଠାରେ ଜିଲ୍ଲାପାଳ ଅଫିସ ଘେରାଉ କରି ରାଜନେତା, ସରକାର, ପ୍ରଶାସନ ଏବଂ କମ୍ପାନୀମାନଙ୍କୁ ଚେତାବନୀ ଦେଇଥିଲେ ।
ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି,'' ବିଜୁଳି କ୍ଷେତ୍ରକୁ ସରକାର ଘରୋଇ କମ୍ପାନୀ ହାତରେ ହସ୍ତାନ୍ତର କରି ଦେବାପରେ ଟାଟା ପାୱାର କମ୍ପାନୀ କୃଷକ ମାନଙ୍କ ଉପରେ ବ୍ୟାପକ ଅତ୍ୟାଚାର କରିବାରେ ଲାଗିଛି । ଅତ୍ୟଧିକ ବିଜୁଳି ବିଲ ଆସୁଥିବାବେଳେ କୃଷକ ବିଜୁଳି ବିଲ ପୈଠ କରିନପାରିଲେ ବିଜୁଳି ସଂଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଦେଉଛି । ଦେଶର 7 ଗୋଟି ରାଜ୍ୟରେ ଘରୋଇ ବିଜୁଳି ବିଲ 200 ରୁ 300 ୟୁନିଟ ପର୍ଯ୍ୟନ୍ତ ଛାଡ କରୁଥିବାବେଳେ କିନ୍ତୁ ଓଡିଶାରେ ବିଦ୍ୟୁତ ଉତ୍ପାଦନ ହେଉଥିଲେ ସୁଦ୍ଧା ବିଜୁଳି ବିଲ ଅଧିକ ଦେବାକୁ ପଡୁଛି । 2017 ମସିହାରେ ରାଜ୍ୟ ସରକାର ନିଜେ ପ୍ରସ୍ତାବ ଦେଇଥିଲେ ଯେ, ଧାନ କ୍ବିଣ୍ଟାଲ ପିଛା ଦର 2930 ଟଙ୍କା ହେବା ଆବଶ୍ୟକ, ମାତ୍ର 2024 ମସିହା ହେଲାଣି ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଧାନର ଦରକୁ ନେଇ ଚୁପ ବସିଛନ୍ତି । ''
ଏହା ମଧ୍ୟ ପଢନ୍ତୁ-ବରଗଡ଼ରେ ଜୟ କିଶାନ ଆନ୍ଦୋଳନ ତରଫରୁ ଚାଷୀଙ୍କ ବିରାଟ ଟ୍ରାକ୍ଟର ରାଲି