ଓଡିଶା

odisha

ETV Bharat / state

ନିଶା ଆଣିଦେଲା ସମ୍ମାନ, ଶିକ୍ଷକରୁ ସାଜିଲେ ଚାଷୀ - balasore Successful Farmer

Teacher Turns Farmer: ପ୍ରମୋଦ ପେଶାରେ ଜଣେ ଶିକ୍ଷକ ହୋଇଥିବା ବେଳେ ନିଶା ତାଙ୍କର ଚାଷ କରିବା । ନିଶା ପାଇଁ ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ପେଶାରେ ଶିକ୍ଷକ ହେଲେ ନିଶା ତାଙ୍କର କୃଷି
ପେଶାରେ ଶିକ୍ଷକ ହେଲେ ନିଶା ତାଙ୍କର କୃଷି

By ETV Bharat Odisha Team

Published : Jan 27, 2024, 11:18 AM IST

ପେଶାରେ ଶିକ୍ଷକ ହେଲେ ନିଶା ତାଙ୍କର କୃଷି

ବାଲେଶ୍ଵର: କଥାରେ ଅଛି ଚାଷ ଅଛି ଯାହାର, କି ଆନନ୍ଦ ତାହାର । ଏହି ଉକ୍ତିକୁ ମର୍ମେ ମର୍ମେ ବୁଝିଛନ୍ତି ଜଣେ ଶିକ୍ଷକ । ପେଶାରେ ଶିକ୍ଷକ ହୋଇବି ନିଶା ତାଙ୍କର ଚାଷ କରିବା । ନିଜ ନିଶାକୁ ମନରେ ନମାରି ତାକୁ ବାସ୍ତବ ଜୀବନରେ କାମରେ ଲଗାଇଛନ୍ତି । ଜମିରେ ସୁନାର ଫସଲ ଫଳାଇବା ସହ ଏଥିପାଇଁ ସେ ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଆମେ କହୁଛୁ ବାଲେଶ୍ଵରର ପ୍ରମୋଦ କୁମାର ରାଉତଙ୍କ କଥା । ଏପରିକି ନିଜ ଅଞ୍ଚଳର କେମିତି ଭଲ ଭାବରେ ଚାଷ କରିହେବ ସେ ପ୍ରଣାଳୀ ମଧ୍ୟ ଶିଖାଉଛନ୍ତି । ଅଳ୍ପ କିଛି ଟଙ୍କା ବିନିଯୋଗ କରି ପ୍ରମୋଦ ଚାଷ କାର୍ଯ୍ୟରୁ ଅନେକ ଲାଭବାନ ହେଉଛନ୍ତି ।

ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ତଳନଗର ଅଞ୍ଚଳର ପ୍ରମୋଦ କୁମାର ରାଉତ । ପ୍ରମୋଦ ପେଶାରେ ଜଣେ ଶିକ୍ଷକ ହୋଇଥିବା ବେଳେ ନିଶା ତାଙ୍କର ଚାଷ କରିବା । ପିଲାଟି ଦିନରୁ ଚାଷ ପ୍ରତି ଦୁର୍ବଳତା ଥିବା ଯୋଗୁଁ ଏ ବୟସରେ ସେ ତାହାକୁ ସଫଳ କରି ପାରିଛନ୍ତି । ନିଜର ପାଞ୍ଚ ଏକର ଜାଗାରେ ପ୍ରମୋଦ ଚାଷ କରି ନିଜେ ଆନନ୍ଦିତ ହେବା ସହ ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପାଞ୍ଚ ଏକର ଜାଗାରେ ପ୍ରମୋଦ ବିଭିନ୍ନ ପ୍ରକାର ପନିପରିବା ଚାଷ କରିବା ସହ ସୋରିଷ, ଲେମ୍ବୁ, ପିଜୁଳି, ଥାଇଲାଣ୍ଡ ବରକୋଳି, ଗେଣ୍ଡୁଫୁଲ, ମାଛ ଏବଂ କୁକୁଡ଼ା ଚାଷ କରିଛନ୍ତି । ଜଣେ ସଫଳ ଚାଷୀ ଭାବେ ନିଜକୁ ପରିଗଣିତ କରିଛନ୍ତି । ଅଳ୍ପ କିଛି ଟଙ୍କା ବିନିଯୋଗ କରି ପ୍ରମୋଦ ଚାଷ କାର୍ଯ୍ୟରୁ ଅନେକ ଲାଭବାନ ହେଉଥିବା ବେଳେ ତାଙ୍କ ଚାଷ କାର୍ଯ୍ୟ ଦେଖିବା ପାଇଁ ତାଙ୍କ ଫାର୍ମରେ ଲୋକଙ୍କ ଭିଡ଼ ଜମୁଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇ ନିଜ ଚାଷ କାର୍ଯ୍ୟରେ ନିୟୋଜିତ କରିଛନ୍ତି ପ୍ରମୋଦ । ଆଉ ଏଥିପାଇଁ ଚଳିତ ବର୍ଷ ପ୍ରମୋଦ କୃଷିମେଳାରେ ଜିଲ୍ଲାପାଳଙ୍କ ଠାରୁ ସଫଳ ଚାଷୀ ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ବଜାର ଦର ହ୍ରାସ ଛଡାଇ ନେଲା ଚାଷୀ ମୁହଁର ହସ, ଦୁଇ ସପ୍ତାହ ତଳେ ୩୦ ଏବେ ୫ ଟଙ୍କା

ସକାଳୁ ଉଠି ଘଡ଼ିଏ ନିଜ ବାଡ଼ିରେ ବୁଲି ନଆସିଲେ ପ୍ରମୋଦଙ୍କୁ ଦିନ ତମାମ ଭଲ ଲାଗେନାହିଁ । ସକାଳ ଓ ସନ୍ଧ୍ୟାରେ ନିଜ ବାଡ଼ିରେ ପ୍ରମୋଦ ଗଛପତ୍ରର ଯତ୍ନ ନେଇଥାନ୍ତି । ସବୁଦିନ ବାଡ଼ିରେ କିଛି ନା କିଛି ନୂଆ ପ୍ରକାର ଚାଷ କରିବା ପାଇଁ ସେ ପ୍ରଚେଷ୍ଟା କରିଥାନ୍ତି । ଚାହିଦାରେ ଥିବା ମିଠା ମକା ଏବଂ ଥାଇଲାଣ୍ଡ ବରକୋଳି ଚାଷ କରି ପ୍ରମୋଦ ଏବେ ବେଶ ଲାଭପ୍ରଦ ହୋଇଛନ୍ତି । ଚଳିତ ବର୍ଷ ଉଦ୍ୟାନ କୃଷି ବିଭାଗର ସହାୟତାରେ ପ୍ରମୋଦ ଗେଣ୍ଡୁ ଫୁଲ ଚାଷ କରି ପ୍ରାୟ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ଟଙ୍କାର ଫୁଲ ବିକ୍ରି କରିଛନ୍ତି । ଆଗାମୀ ଦିନରେ ସେ ଆହୁରି ନୂଆ କିସମର ଚାଷ କରିବା ପାଇଁ ମନସ୍ଥ କରିଛନ୍ତି । ଯେତେବେଳେ ଗାଁ ଗହଳିରେ ଆଜିକାଲି ଚାଷ କରିବାକୁ କେହି ଇଚ୍ଛା ପ୍ରକାଶ କରୁ ନାହାନ୍ତି ସେଇଠି ପ୍ରମୋଦ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ନିଜ ସହ ଅନ୍ୟକୁ ମଧ୍ୟ ରୋଜଗାର କ୍ଷମ କରାଇପାରିଛନ୍ତି ପ୍ରମୋଦ ।

ଇଟିଭି ଭାରତ, ବାଲେଶ୍ଵର

ABOUT THE AUTHOR

...view details