ଓଡିଶା

odisha

ETV Bharat / state

ଶିକ୍ଷା ଗବେଷଣାରେ ଅତୁଳନୀୟ ଅବଦାନ, ଶିକ୍ଷକଙ୍କୁ ଦ୍ବିତୀୟ 'ୱାର୍ଲ୍ଡ ବୁକ ଅଫ ରେକର୍ଡ୍ସ' ପୁରସ୍କାର - ବାଲେଶ୍ବର ଶିକ୍ଷକ ପିତାମ୍ବର ଖିଲାର

Balasore Teacher Felicitated In Egypt: ବାଲେଶ୍ବର ଶିକ୍ଷକ ପୀତାମ୍ବର ଖିଲାରଙ୍କ ଡବଲ ୱାଲ୍ଡ ବୁକ ଅଫ ରେକର୍ଡ । ବିଭିନ୍ନ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ଗବେଷଣା କରି ହାତେଇଲେ ଇଜିପ୍ଟ -୨୦୨୪ ଟ୍ରଫି । ଅଧିକ ପଢନ୍ତୁ

ବାଲେଶ୍ବର ଶିକ୍ଷକ ପିତାମ୍ବର ଖିଲାର
ବାଲେଶ୍ବର ଶିକ୍ଷକ ପିତାମ୍ବର ଖିଲାର

By ETV Bharat Odisha Team

Published : Mar 2, 2024, 1:13 PM IST

Updated : Mar 2, 2024, 1:31 PM IST

ବାଲେଶ୍ବର ଶିକ୍ଷକ ପିତାମ୍ବର ଖିଲାର

ବାଲେଶ୍ବର:ବାଲେଶ୍ବର ଶିକ୍ଷକଙ୍କ ରେକର୍ଡ ପରେ ରେକର୍ଡ । ପୁଣିଥରେ ୱାର୍ଲଡ ବୁକ ଅଫ ରେକର୍ଡ ହାତେଇଲେ ଶିକ୍ଷକ ପୀତାମ୍ବର ଖିଲାର । ପୂର୍ବରୁ ଲଣ୍ଡନରୁ ରେକର୍ଡ ହାତେଇବା ପରେ ଏବେ ପୁଣି ଶିକ୍ଷା ବ୍ୟବସ୍ଥା, ସମସ୍ୟା ଉପରେ ଗବେଷଣା କରି ଇଜିପ୍ଟରୁ ୱାର୍ଲଡ଼ ବୁକ ଅଫ ରେକର୍ଡ ହାତେଇଛନ୍ତି ସେ । ତାଙ୍କର ଏଭଳି ରେକର୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । 2023 ନଭେମ୍ବର ମାସରେ ସେ ପ୍ରଥମେ ୱାଲ୍ଡ ବୁକ ଅଫ ରେକର୍ଡ ହାତେଇଥିଲେ ।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କରଞ୍ଜବିନ୍ଧା କ୍ଷେତ୍ର ମୋହନ ଉଚ୍ଚ ବିଦ୍ୟାପୀଠର ସହକାରୀ ଶିକ୍ଷକ ହେଉଛନ୍ତି ପୀତାମ୍ବର ଖିଲାର । ଗତ ୧୬ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଇଜିପ୍ଟର ମିଶର ସହରରେ ବିଶ୍ୱ ଶିକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ୭୫ଟି ଦେଶ ଭାଗ ନେଇଥିବା ବେଳେ ଭାରତରୁ ପୀତାମ୍ବର ଭାଗ ନେଇଥିଲେ । ଏହି ସମ୍ମିଳନୀରେରେ ବିଭିନ୍ନ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ଗବେଷଣା କରାଯାଇଥିଲା । ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଓ ତାହାର ସମସ୍ୟା ଏବଂ ଭବିଷ୍ୟତରେ ଶିକ୍ଷା ବ୍ୟବସ୍ଥା କଣ ହେଲେ ସାରା ବିଶ୍ୱରେ ଏକ କେନ୍ଦ୍ରିକ ଜଗତୀକରଣ ଶିକ୍ଷା ବ୍ୟବସ୍ଥା ସ୍ଥାପନ କରାଯାଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷା କେନ୍ଦ୍ରୀକ ସର୍ବାଙ୍ଗୀନ ଉନ୍ନତି ସାଧନ କରାଯାଇପାରିବ ସେ ସମ୍ପର୍କରେ ଗବେଷଣା କରାଯାଇଥିଲା । ଏହି ସମ୍ମିଳନୀରେ ଭାରତରୁ କେବଳ ପିତାମ୍ବର ଖିଲାର ଯୋଗ ଦେଇ ତାଙ୍କର ଶିକ୍ଷା ଉପରେ ଗବେଷଣା ପତ୍ର ଶିକ୍ଷାର ଉନ୍ନତି ଓ ଗଠନ ପାଇଁ ଶିକ୍ଷା ସୁରକ୍ଷା ଉପାୟ ସମ୍ପର୍କରେ ଲେଖା ସ୍ଥାନ ପାଇଥିଲା।

ଏହା ମଧ୍ୟ ପଢନ୍ତୁ: ୱାଲ୍ଡ ବୁକ ଅଫ ରେକର୍ଡରେ ଓଡିଆ ଶିକ୍ଷକ ପିତାମ୍ବର ଖିଲାର, ଲଣ୍ଡନରେ ହେଲେ ସମ୍ବର୍ଦ୍ଧିତ

ତାଙ୍କର ଏହି ଲେଖା ପାଇଁ ପୂର୍ବରୁ ସେ ଲଣ୍ଡନ ୱାର୍ଲ୍ଡ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଥିଲା । ପରେ ତାଙ୍କୁ ଲଣ୍ଡନ ପକ୍ଷରୁ ଇଜିପ୍ଟର ରାଜଧାନୀ କାଇରୋକୁ ନିମନ୍ତ୍ରଣ କରାଯାଇଥିଲା। ସେଠାରେ ତାଙ୍କୁ ୨୦୨୪ ପାଇଁ ପୁଣିଥରେ ୱାର୍ଲଡ ବୁକ ଅଫ ରେକର୍ଡସ୍, ଇଜିପ୍ଟ -୨୦୨୪ ଟ୍ରଫି, ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ସମ୍ମିଳନୀରେ ୱାର୍ଲଡ ବୁକ ଅଫ ରେକର୍ଡସର ଚେୟାରମ୍ୟାନ ସନ୍ତୋଷ ଶୁକ୍ଳା, ଇଜିପ୍ଟର ଶିକ୍ଷାମନ୍ତ୍ରୀ ଇଜ୍ଜତ ହୁସନ, ଶିକ୍ଷା ସଚିବ ଡ୍ର ଆଲିଆ ଆଳିଗମଲ୍ଲୀ, ଦୁବାଇର ଶିକ୍ଷାମନ୍ତ୍ରୀ ଅହମ୍ମଦ ବେଲହୁଲ ଅଲ ଫସାଇ ପ୍ରମୁଖ ଉପସ୍ଥିତ ରହି ଶିକ୍ଷକ ପିତାମ୍ବର ଖିଲାରଙ୍କୁ ସମ୍ମାନିତ କରିଥିଲେ ।

ଇଜିପ୍ଟର କଳା ସଂସ୍କୃତି ଓ ଐତିହ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇ ତାଙ୍କୁ ଇଜିପ୍ଟ ଭ୍ରମଣ କରାଇଥିଲେ । ଉକ୍ତ ସମ୍ମିଳନୀରେ ଶିକ୍ଷକ ଖିଲାରଙ୍କୁ ୨୦୨୪ ମସିହା ନଭେମ୍ବର ମାସରେ ହେବାକୁ ଥିବା ଜାତିସଂଘର ବିଶ୍ୱ ସମ୍ମିଳନୀରେ ଅଂଶ ଗ୍ରହଣ ପାଇଁ ନିମନ୍ତ୍ରଣ କରାଯାଇଛି । ସେହିପରି ପୂର୍ବରୁ ୨୦୨୩ ମସିହାରେ ୱାର୍ଲଡ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଥିବା ବେଳେ ପୁନଶ୍ଚ ୨୦୨୪ ରେ ଏହି ସ୍ଥାନକୁ ମଧ୍ୟ ବଜାଇ ରଖିଛନ୍ତି । ଦୁଇ ଦୁଇ ଥର ୱାର୍ଲଡ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Mar 2, 2024, 1:31 PM IST

ABOUT THE AUTHOR

...view details