ବଲାଙ୍ଗୀର:ପ୍ରେମ ସପ୍ତାହରେ ବଲାଙ୍ଗୀରରୁ ଆସିଲା ଚାଞ୍ଚଲ୍ୟକର ଖବର । ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ । ଗତକାଲି(ରବିବାର) ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା କେଓମାଳ ଗ୍ରାମର ଜଙ୍ଗଲରୁ ମିଳିଛି ପ୍ରେମୀ ଯୁଗଳଙ୍କ ମୃତଦେହ । ଉଭୟେ ଚରମ ନିଷ୍ପତ୍ତି ନେଇଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ତାହାର ତଦନ୍ତ କରୁଛି ସଇଁତଳା ପୋଲିସ ।
ଘର ଛାଡି ବାହାରେ ରହୁଥିଲେ ପ୍ରେମୀଯୁଗଳ:
ମୃତ ଯୁବକ ଓ ଯୁବତୀଙ୍କ ବୟସ ଯଥାକ୍ରମେ 23 ଓ 21 ବର୍ଷ । ଉଭୟେ ପରସ୍ପରକୁ ପ୍ରେମ କରି ଗତ ଦୁଇ ମାସ ତଳେ ଘର ଛାଡି ପଳାଇଥିଲେ । ପରିବାର ଲୋକେ ଉଭୟଙ୍କୁ ଖୋଜାଖୋଜି କରିଥିଲେ । ଜଣାପଡିଥିଲା ଉଭୟେ କେଓମାଳ ଗାଁରେ ରହୁଛନ୍ତି । ମୃତ ଯୁବକଙ୍କ ବାପା ଓ ମାଆ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । ଉଭୟେ ରହିଆସୁଥିଲେ ।
ଜଙ୍ଗଲରୁ ମିଳିଲା ସନ୍ଦେହଜନକ ମୃତଦେହ:
ଗତକାଲି କେଓମାଳ ଗ୍ରାମର ଜଙ୍ଗଲରୁ ଉଭୟଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଥିଲା । ଯୁବତୀଙ୍କ ମୃତଦେହ ତଳେ ପଡିଥିବା ବେଳେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏନେଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ପଠାଇଛି ।
ପରିବାରଲୋକେ ବିବାହ କରିବାକୁ ଥିଲେ ରାଜି:
ଉଭୟେ ଘର ଛାଡି ବାହାରେ ଏକତ୍ର ରହୁଥିବାରୁ ଦୁଇ ପରିବାର ଉଭୟଙ୍କ ବିବାହ କରିବାକୁ ରାଜି ହୋଇଥିଲେ । ଏଥିପାଇଁ ଉଭୟ ପରିବାର ଆଲୋଚନା କରି ରାଜି ହୋଇଥିଲେ । ହେଲେ ଉଭୟଙ୍କ ମୃତଦେହ ମିଳିବା ପରେ ପରିବାରଲୋକେ ଭାଙ୍ଗି ପଡିଛନ୍ତି । କେଉଁ ଅବସ୍ଥାର ଉଭୟଙ୍କ ମୃତ୍ୟୁ ହେଲା ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକେ ।
କେମିତି ହେଲା ମୃତ୍ୟୁ ସନ୍ଦେହରେ ପରିବାର: