ପୁରୀ: ଆଜି ସରିବ ଦାରୁଦିଅଁଙ୍କ ନବଦିନାତ୍ମକ ଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀନଅରକୁ ଫେରିବେ ଶ୍ରୀବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଭାଇଭଉଣୀଙ୍କୁ ସାଥୀରେ ଧରି ବଡଦେଉଳକୁ ବାହୁଡିବେ କାଳିଆ ଠାକୁର । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରରେ ଦାରୁବ୍ରହ୍ମଙ୍କ ଅପେକ୍ଷାରେ ରହିଛନ୍ତି ତିନିଥର । ଆଜି ପୁଣି ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ । ରଥାରୂଢ ଠାକୁରଙ୍କୁ ଦେଖି ଭାବବିହ୍ବଳ ହୋଇପଡିବେ ଭକ୍ତ । ବାହୁଡା ଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲାଣି ଭକ୍ତଙ୍କ ଗହଳି । ଦିନ ଯେତିକି ବଢିବ ଭକ୍ତ ସମାଗମ ସେତିକି ବଢିବ । ଜୟ ଜଗନ୍ନାଥ ଧ୍ବନିରେ କମ୍ପିଉଠୁଛି ଚତୁର୍ଦ୍ଦିଗ ।
ଆଜି ବାହୁଡା ଯାତ୍ରା; ଶ୍ରୀନଅରକୁ ଫେରିବେ ଶ୍ରୀବିଗ୍ରହ, ଅପରାହ୍ନ ୪ଟାରୁ ରଥଟଣା - Bahuda Yatra 2024 - BAHUDA YATRA 2024
Bahuda Yatra 2024: ଆଜି ବାହୁଡା ଯାତ୍ରା । ଜନ୍ମବେଦୀରୁ ଶ୍ରୀନଅରକୁ ଫେରିବେ ଶ୍ରୀବିଗ୍ରହ । ଦାରୁବ୍ରହ୍ମଙ୍କ ଅପେକ୍ଷାରେ ରହିଛନ୍ତି ତିନିଥର । ଅଧିକ ପଢନ୍ତୁ
Published : Jul 15, 2024, 7:28 AM IST
|Updated : Jul 15, 2024, 7:36 AM IST
ଅପରାହ୍ନ ୪ଟାରୁ ରଥଟଣା: ଆଜି ଭୋର ୪ଟାରୁ ମଙ୍ଗଳ ଆଳତି ଶେଷ ହେବା ପରେ ୫ଟାରେ ଅବକାଶ ନୀତି ଶେଷ ହୋଇଛି । ୬.୪୫ ମିନିଟରେ ସକାଳ ଧୂପ ସରିଛି । ସେହିପରି ୧୧ଟା ୩୦ରେ ଶ୍ରୀବିଗ୍ରହଙ୍କ ସେନାପଟା ଲାଗି, ୧୧.୪୫ରେ ଠାକୁରଙ୍କ ତିନି ବାଡରେ ମଙ୍ଗଳାର୍ପଣ ନୀତି, ୧୨ଟାରୁ ୨.୩୦ ମଧ୍ୟରେ ପହଣ୍ଡି, ୨.୩୦ରୁ ୩ଟା ମଧ୍ୟରେ ଛେରାପହଁରା ନୀତି ସରିବା ପରେ ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ । ଖେଚେଡି ଭୋଗ ଖାଇ ବାହୁଡା ଯାତ୍ରାରେ ବାହାରିବେ ତିନିଠାକୁର । ଧାଡି ପହଣ୍ଡିରେ ରଥକୁ ବିଜେ କରିବେ ମହାବାହୁ । ଶ୍ରୀନଅରକୁ ଫେରିବା ବେଳେ ବାଟରେ ମାଉସୀ'ମାଙ୍କ ହାତରୁ ପୋଡପିଠା ଖାଇବେ ମହାପ୍ରଭୁ । ନନ୍ଦିଘୋଷ ରଥ ଶ୍ରୀନଅରରେ ପହଞ୍ଚିଲେ ଲକ୍ଷ୍ମୀ- ନାରାୟଣ ଭେଟ ଅନୁଷ୍ଠିତ ହେବ ।
ପୋଡପିଠା ଖାଇବେ ଜଗନ୍ନାଥ:ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ବେଳେ ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ ବିଶ୍ବ ନିୟନ୍ତା । ଏହି ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି । ଏଥିପାଇଁ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ପିଠା ତିଆରି ଶେଷ ହୋଇଛି । ମାଉସୀ ମା’ଙ୍କ ପୂଜକ ବିଶ୍ଵନାଥ ମିଶ୍ର ଏହି ପୋଡ଼ପିଠା ପ୍ରସ୍ତୁତ କରିଛନ୍ତି । ପୋଡ଼ପିଠା ପ୍ରସ୍ତୁତି ବି ନିଆରା । ବାହୁଡା ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଇଟିଭି ଭାରତ, ପୁରୀ