ଓଡିଶା

odisha

ETV Bharat / state

ଆସନ୍ତା 24ରୁ ଆବାସ ଯୋଜନା ସର୍ଭେ, କାନ୍ଥରୁ ଲିଭିବ ବିଜୁ ପକ୍କା ଘର ଲେଖା - AWAS YAJONA SURVEY

ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ମିଳିବ ଘର। ଆସନ୍ତା 22 ତାରିଖରେ କ୍ୟାବିନେଟ ବୈଠକ ପରେ 24 ରୁ ସର୍ଭେ କାମ ଚାଲିବ।

Breaking News

By ETV Bharat Odisha Team

Published : Jan 20, 2025, 5:49 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ବଡ ଖବର । ଆସନ୍ତା 24 ତାରିଖରୁ ଆବାସ ଯୋଜନା ସର୍ଭେ ଆରମ୍ଭ ହେବାକୁ ଯାଉଛି। ଆଉ ରାଜ୍ୟରେ କେହି ବାସହୀନ ହୋଇ ରହିବେନି। ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ମିଳିବ ଘର। ପୂର୍ବ ସରକାରରେ ଯୋଜନାରୁ ବଞ୍ଚିତ ହୋଇଥିବା ଲୋକଙ୍କୁ ଏ ସରକାର ନିରାଶ କରିବେନି । ଏହି ସର୍ଭେ ପରେ ଯଦି ଏହି ଯୋଜନା ପାଇବା ପାଇଁ କେହି ଅଯୋଗ୍ୟ ହୁଅନ୍ତି ତେବେ ସେମାନଙ୍କ ଆବେଦନ ପତ୍ରକୁ ଖାରଜ କରାଯିବ ।

ଆସନ୍ତା 24 ତାରିଖରୁ ଆବାସ ଯୋଜନା ସର୍ଭେ ଆରମ୍ଭ ହେବାକୁ ଯାଉଛି। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓଡ଼ିଶାରେ କିଛି ବ୍ୟତିକ୍ରମ ଦେଖା ଦେଇଥିଲା। ଯାହାଫଳରେ ବହୁତ ଗରିବ ଲୋକ ବା ଯୋଗ୍ୟ ବ୍ୟକ୍ତି ଏଥିରୁ ବଞ୍ଚିତ ହୋଇଥିଲେ। ଆଜି ପର୍ଯ୍ୟନ୍ତ ଗୋଟେ ବି ତାଲିକା ନାହିଁ। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଭାରତରେ ଯେଉଁ 2 କୋଟି ଲୋକ ସମ୍ପୃକ୍ତ ହେଲେ ଆଉ 1 କୋଟି ତାହା ବଢା ଯାଇଛି। ଓଡିଶା ପାଇଁ ନୂଆ ଗାଇଡଲାଇନ ଆସିଛି। ପ୍ରଥମେ ସର୍ଭେ ହେବ। ଆସନ୍ତା 22 ତାରିଖରେ କ୍ୟାବିନେଟ ବୈଠକ ପରେ 24 ରୁ ସର୍ଭେ କାମ ଚାଲିବ। ଏହି ସର୍ଭେ ରେ ଅଧିକ ପରିବର୍ତ୍ତନ ହୋଇଛି। ବିଗତ ଦିନରେ ଥିଲା ସରକାରୀ ଦଳକୁ ସୁହାଇଲା ଭଳି ପରିବର୍ତ୍ତନ ହୋଇଥିଲା। କିନ୍ତୁ ଏଥର ଲୋକମାନେ ନିଜର ତାଲିକା ପ୍ରସ୍ତୁତ କରିବେ’’।

24 ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଦେଢ଼ରୁ 2 ମାସ ଚାଲିବ ଆବାସ ସର୍ଭେ। ଏଥିପାଇଁ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ପଂଚାୟତିରାଜ ମନ୍ତ୍ରୀ। ଆବେଦନକାରୀ ମାନେ ପଂଚାୟତ ଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ଭା ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ଏଥି ପାଇଁ ବିଭାଗ ପଞ୍ଚାୟତ ଗୁଡିକରେ ପଲ୍ଲୀ ସଭା କରି ସଚେତନ କରି ସାରିଛି ।

  • କେମିତି କରିବେ ଆବେଦନ

ମୋବାଇଲ ଆପ୍ କିମ୍ବା ପଞ୍ଚାୟତରେ ପଞ୍ଜୀକରଣ କରିପାରିବେ।

ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ

କେନ୍ଦ୍ର ସରକାର ଆବାସ ସଂଖ୍ୟା 2 କୋଟିରୁ 3 କୋଟିକୁ ବଢ଼ାଇଛନ୍ତି

  • କେଉଁମାନେ ଯୋଗ୍ୟ

ବାଇକ, ଫ୍ରିଜ ଥିଲେ ଆବେଦନ କରିପାରିବେ

ମାସିକ 15 ହଜାର ଆୟ ଥିଲେ ବି କରିପାରିବେ ଆବେଦନ

ବାପ ଠାରୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ

ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବେ

ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆକରି ଆବେଦନ କରିବାକୁ ହେବ

  • ଏମାନେ ମଧ୍ୟ ଯୋଜନା ପାଇବାକୁ ଯୋଗ୍ୟ

ଯେଉଁମାନଙ୍କର ଗୋଟିଏ ଘର ଥିବ । ଏହା ମାଟିଘର ହୋଇଥିବା ଆବଶ୍ୟକ । ପରିବାର ମଧ୍ୟରେ ୧୬ରୁ ୫୯ ବର୍ଷ ବୟସର ବ୍ୟକ୍ତି ନଥିବେ । ଘରର ମୁଖ୍ୟ ମହିଳା ହୋଇଥିବେ, ଯେଉଁ ଘରେ ୧୬ରୁ ୫୯ ବର୍ଷ ବୟସର ବ୍ୟକ୍ତି ନଥିବେ । ଜଣେ ଦିବ୍ୟାଙ୍ଗ ଥିବେ, ପରିବାରରେ ଅନ୍ୟ କେହି ରୋଜଗାର କରୁଥିବା ବ୍ୟକ୍ତି ନଥିବେ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଯେଉଁମାନଙ୍କ ପରିବାରରେ ୨୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଶିକ୍ଷିତ ନଥିବେ । ଭୂମିହୀନ ପରିବାର, ଯେଉଁମାନେ ଶ୍ରମିକ ଶ୍ରେଣୀର ହୋଇଥିବେ ସେମାନେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ ।

ଏହା ମଧ୍ୟ ପଢନ୍ତୁ ଆବାସ ଯୋଜନାରେ ଘର ତୋଳିଲେ, କିସ୍ତି ଦେବାକୁ ଭୁଲିଗଲା ପ୍ରଶାସନ !

ଏହା ମଧ୍ୟ ପଢନ୍ତୁ ଆସନ୍ତା ଦୁଇ ମାସରେ ସରିବ ଆବାସ ସର୍ଭେ: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ

ଓଡିଶାକୁ ଅଧିକ ମିଳିବା ନେଇ ଆଶା ରଖିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର ନିୟମାବଳୀକୁ କୋହଳ କରିଛନ୍ତି। ଦୁଇ ମାସ ଭିତରେ ସର୍ଭେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ବିଗତ ଦିନର ଯେଉଁ ସବୁ କଟକଣା ଥିଲା ତାକୁ ଉଠାଇ ଦିଆଯାଇଛି। ଏହାସହିତ ବନ୍ୟା, ବାତ୍ୟା, ଘର ପୋଡ଼ି ଏବଂ ହାତୀ ଉପଦ୍ରବ ପାଇଁ ଅନେକ ଲୋକମାନଙ୍କ ଘର ଭାଙ୍ଗିବା ଦେଖାଦେଇଛି। ସେମାନଙ୍କ ପାଇଁ ସରକାର ଘର ଯୋଗାଇବେ। ସେମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ।

  • ବିଜୁ ପକ୍କା ଘର ଲେଖା ଲିଭିବ

ବିଜୁ ପକ୍କା ଘର ଆଉ ନାହିଁ। କେବଳ ବିଜୁ ପକ୍କାଘର ଛାପା ଲାଗିଛି । ବିଜୁ ପକ୍କା ଘର ପେଷ୍ଟ ଉଠିବ। ବିଜୁ ପକ୍କା ଘର ପେଷ୍ଟ ଉଠାଇବାକୁ ଲୋକେ ଚାହୁଁଥିବା କହିଛନ୍ତି ମନ୍ତ୍ରୀ। ପୂର୍ବ ସରକାର କେବଳ ବିଜୁ ପକ୍କାଘର ଯୋଜନା କରି ନାଁ ନେଉଥିଲେ। ମାତ୍ର ଏକ ଲକ୍ଷ ୧୨ ହଜାର ଲୋକଙ୍କୁ ଘର ଦେଇଥିଲେ। କିନ୍ତୁ ଲୋକଙ୍କ ପାଇଁ ଆନ୍ତରିକତା ନଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ବଡ ପାର୍ଥକ୍ୟ ଥିଲା। ଏବେ ନୂଆ ସରକାର ଆସିବା ପରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାକୁ ଯୋଜନା କରୁଥିବା ମନ୍ତ୍ରୀ କହିଛନ୍ତି।

ABOUT THE AUTHOR

...view details