ଭୁବନେଶ୍ୱର:ଅନାହାର ମୃତ୍ୟୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି । ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଯାଉ ଖାଇ ମୃତ୍ୟୁ ନେଇ ଯୋଗଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ମନ୍ତ୍ରୀ ଭାଗ୍ୟବାନ, ସତ୍ତ୍ୱ ପାଇଛ, 4ମାସ ଭିତରେ ପ୍ରାଣ ନେଇଗଲ-
"ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି । ଖାଦ୍ୟ କମାଇଛ । ସେଥିପାଇଁ ମୋଦିଜୀ ବାହାର କଲେ e-kyc । 4 ମାସର ଖାଦ୍ୟ ଓଡ଼ିଶାର ଦେଲେନାହିଁ । ଏହାର ପ୍ରଭାବରେ ଲୋକ ମରିଲେ । ଖାଦ୍ୟ ଅଭାବରୁ ଲୋକେ ମରିଲେ । ଆଳୁ ଦର ବୃଦ୍ଧି ପାଇଲା । e-kyc ନାଁରେ ଯୋଗାଣରେ ବ୍ୟାହତ ହେଲା । ମନ୍ତ୍ରୀଙ୍କୁ କହିଲେ ଯେଉଁ ଦିନ ବଜେଟ ଆଲୋଚନା ହେବ ଖାଦ୍ୟ ନଖାଇ ତୁମେ ମାଣ୍ଡିଆ ଯାଉ ଖାଇ ଦେଖାଅ । ଗୋଟିଏ ମିଛ ଘୋଡେଇବା ପାଇଁ 4ଟି ମିଛ କହିଲା । କ୍ଷୁଧାର ସୂଚକାଙ୍କ ରହିଛି।ମନ୍ତ୍ରୀ ସ୍ୱୀକାର କରନ୍ତୁ ,ତାଙ୍କର ଭୁଲ ପାଇଁ ଲୋକେ ମଲେ । ଆମ୍ବ ଟାକୁଆ ସୁଷମ ଖାଦ୍ୟ ନୁହେଁ ଏହା ଖାଦ୍ୟ ଅଭାବ ଯୋଗୁଁ ମୃତ୍ୟୁ ହୋଇଛି ସ୍ୱୀକାର କରନ୍ତୁ ସରକାର । ଆମ୍ବ ଟାକୁଆ ଯାଉ ଅଖାଦ୍ୟ ଆଉ ଏବେ କଣ ଖାଦ୍ୟ ହୋଇଗଲା," ବୋଲି ଆଜି ବିଧାନସଭାରେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସରକାରଙ୍କୁ ପ୍ରଶ୍ନ କରିଥିଲେ ।
ବିଜେଡି ବିଧାୟକ ପୁଣି କହିଛନ୍ତି, ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି ଆମ୍ବ ଟାକୁଆ ଯାଉ ଖାଇ ମୃତ୍ୟୁ ହୋଇଛି । ସ୍ୱୀକାର କରନ୍ତୁ ସରକାର ଅନାହାର ଜନିତ ମୃତ୍ୟୁ।ପାରମ୍ପରିକ ଖାଦ୍ୟ କହି ଯେଉଁମାନେ ଯୁକ୍ତି ବାଢ଼ୁଛନ୍ତି ସେମାନେ ଉପହାସ କରୁଛନ୍ତି ବୋଲି ସେ ସ୍ଥାନର ଆଦିବାସୀ ମାନେ ଗଣମାଧ୍ୟମକୁ କହିଛନ୍ତି । କ୍ଷୁଧାଙ୍କ ମାନଙ୍କ ଆଧାରରେ, 27ଟି ଦେଶରୁ 107 ସ୍ଥାନରେ ପହଞ୍ଚିଛି ଓଡିଶା । କୋଭିଡ ସମୟରେ ଆମେ ଖାଦ୍ୟ ପହଞ୍ଚାଇଥିଲୁ ହେଲେ ତୁମେ ଦେଲ ନାହିଁ । 100 ଦିନର କାମ ଦେଲନାହିଁ, 49 ଦିନର କାମ ଦେଇଛ । ଅଦା ହଳଦୀ କିଣିବା ପାଇଁ କଣ କରିଛ । ମନରେଗା ଯୋଜନାରେ କଣ କରିଛ । ଦୀର୍ଘମିଆଦି ଯୋଜନା କରନ୍ତୁ ସରକାର।
40 ଲକ୍ଷ ଲୋକଙ୍କୁ ଖାଦ୍ୟ ମିଳିବ କି ନାହିଁ ସରକାର କୁହନ୍ତୁ ।
"ମମତା ଦିଦିଙ୍କୁ କହିଲ ,ତା ପରେ ଆଳୁ ଦର ବୃଦ୍ଧି ହେଲା । କାରଣ ଏ ସୁସ୍ଥ ଅର୍ଥନୈତିକ ସ୍ଥିତି ,ଏକ ସଶକ୍ତ ଶାସନ ବ୍ୟବସ୍ଥା ଆମ ପୂର୍ବ ସରକାର ଠାରୁ ତୁମେ ନେଇଛି । ପୂର୍ବରୁ ଅନାହାର ଦୃଶ୍ୟ ଥିଲା । ଯେତେବେଳେ 2000 ମସିହାରେ ନବୀନ ମୁଖ୍ୟମନ୍ତ୍ରୀ ହେଲେ ଦାରିଦ୍ର୍ୟ 63 ପ୍ରତିଶତ ଥିଲା, ଏବେ ଓଡିଶା ଖାଦ୍ୟ ଉତ୍ପାଦନରେ ବଳକା ରାଜ୍ୟ । ତୁମେ ଏକ ସୁଦୃଢ଼ ବ୍ୟବସ୍ଥା ପାଇଛ । ବର୍ତ୍ତମାନ ସରକାର ନବୀନଙ୍କ ଧନ୍ୟବାଦ ଦେବା ଦରକାର । ନିଆଣ୍ଟିଆରୁ ବଳକା ରାଜ୍ୟରେ ପରିଣତ କରିବା । ବର୍ତମାନ ସରକାରକୁ ଭଲ ଲାଗି ନପାରେ କେନ୍ଦ୍ର ସରକାର ଓଡିଶା ମଡେଲକୁ ପ୍ରଶଂସା କରିଥିଲେ । ରିପୋର୍ଟକୁ ପଢନ୍ତୁ ସଦସ୍ୟମାନେ । ୨୦୨୨ରେ ଜାତୀୟ ଖାଦ୍ୟ ସୁରକ୍ଷା ରାଙ୍କିଙ୍ଗରେ ଓଡିଶା ପ୍ରଥମ ସ୍ଥାନ ପାଇଥିଲା।ସାରା ବିଶ୍ୱରେ ଏକ ଉଦାହରଣ । ଓଡ଼ିଶା ଏବେ ଦେଶରେ ତୃତୀୟ ଧାନ ଉତ୍ପାଦନ ରାଜ୍ୟ । world hunger index ରେ 97 ଥିଲା ଏବେ 107 ରେ ପହଞ୍ଚିଛି ଓଡିଶା । ଜାତିସଂଘ ମଧ୍ୟ ଖାଦ୍ୟ ସୁରକ୍ଷା ନେଇ ଓଡିଶାକୁ ପ୍ରଶଂସା କରିଛି।୨୦୧୫ ରୁ ଓଡିଶା tpds ଅପେରସନ କରୁଛି । ସବୁଠୁ ଅଧିକ ପୁଷ୍ଟିହୀନତା ସେହି ଜିଲ୍ଲାରେ ବାହାରିଛି । ଆଦିବାସୀ ମାନଙ୍କ ଖାଦ୍ୟ ଯଦି ଆମ୍ବ ଟାକୁଆ ତାହେଲେ ଆମେ ରାଜନୀତି ଛାଡି ଦେବୁ," ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।
ବିଧାନସଭାରେ ଆମ୍ବ ଟାକୁଆ ଯାଉ ଖାଇ ତିନିଜଣଙ୍କ ମୃତ୍ୟୁ ହେବା ଘଟଣା-