ସୁବର୍ଣ୍ଣପୁର:ଆଗକୁ ଲୋକସଭା ଏବଂ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ହେବେ । ତେବେ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ରାଜନୈତିକ ଦଳ ସହିତ ବ୍ୟକ୍ତି ବିଶେଷ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରଚାର ଆରମ୍ଭ କଲେଣି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ ଉଷ୍ଣ ହୋଇଛି । ଗତ 15 ବର୍ଷ ଧରି ବିଧାୟକ ତଥା ବିଭିନ୍ନ ସମୟରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପଦ୍ମନାଭ ବେହେରା ସଭା ସମିତି ମାଧ୍ୟମରେ ଭୋଟରକୁ ଆକର୍ଷିତ କରିବା ପାଇଁ ଲାଗି ପଡିଛନ୍ତି ।
15 ବର୍ଷର ଅଭିଜ୍ଞ ନେତାଙ୍କୁ ଟକ୍କର: 15 ବର୍ଷ ଧରି ରାଜନୀତିରେ ଦବଦବା ରଖିଥିବା ପଦ୍ମନାଭଙ୍କୁ ଟକ୍କର ଦେବା ପାଇଁ ବିଜେଡି ଟିକେଟ ଆଶାୟୀ ବୀରମହାରାଜପୁର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ମଧ୍ୟ ପ୍ରଚାର ମୈଦାକୁ ଓହ୍ଲାଇଛନ୍ତି । ବିଜୁ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପଦ୍ମନାଭ ବେହେରା ଗତ ତିନୋଟି ନିର୍ବାଚନରେ ବିଜୟୀ ହୋଇ ଆସୁଛନ୍ତି । ବିଧାନସଭା ଆସନ ପୁନଃଗଠନ ହେବା ପରେ ଫୁଲବାଣୀ ଲୋକସଭା ସାଂସଦ ଥିବା ପଦ୍ମନାଭ ବେହେରା ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । 2009ରେ କଂଗ୍ରେସ ନେତା ବିନୋଦ ପାତ୍ରଙ୍କୁ ପରାଜିତ କରିଥିବା ବେଳେ 2014 ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କାର୍ତ୍ତିକ ତରିଆଙ୍କୁ ପରାଜିତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ସୋନପୁରରେ ବିଜେପି ଆଶାୟୀଙ୍କ ଲମ୍ବା ତାଲିକା, ବିଜୟ ନିଶ୍ଚିତ କହିଲେ ବଳଦେବ