ଓଡିଶା

odisha

ETV Bharat / state

ଉଦଯାପିତ ହେଲା ‘ଅସ୍ମିତା ଖେଲୋ ଇଣ୍ଡିଆ’, ଭାରୋତ୍ତୋଳନରେ ଓଡ଼ିଆଙ୍କ କମାଲ - WOMEN WEIGHTLIFTING LEAGUE

ବ୍ରହ୍ମପୁରରେ ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା ଉଦଯାପିତ ହୋଇଛି । ଜାଣନ୍ତୁ ଓଡ଼ିଶାକୁ କେତୋଟି ପଦକ ମିଳିଛି ।

WOMEN WEIGHTLIFTING LEAGUE
WOMEN WEIGHTLIFTING LEAGUE (ETV Bharat Odisha)

By ETV Bharat Odisha Team

Published : Jan 15, 2025, 8:09 PM IST

ବ୍ରହ୍ମପୁର:ଉଦଯାପିତ ହେଲା ‘ଖେଲୋ ଇଣ୍ଡିଆ’ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା । ଓଡ଼ିଶାକୁ ବିଭିନ୍ନ ବର୍ଗରେ ୭ଟି ସ୍ବର୍ଣ୍ଣ ପଦକ,୮ ରୌପ୍ୟ ପଦକ ଓ ୩ଟି ବ୍ରୋଞ୍ଜ ପଦକ ମିଳିଛି । ବ୍ରହ୍ମପୁରର ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମରେ ଚାଲିଥିବା ‘ଅସ୍ମିତା ଖେଲୋ ଇଣ୍ଡିଆ’ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା ଶେଷ ହୋଇଛି । ଏଥରେ ୨୬ଟି ରାଜ୍ୟରୁ ପ୍ରାୟ ୪୦୦ରୁ ଅଧିକ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ଯୁବ,କନିଷ୍ଠ ଓ ବରିଷ୍ଠ ବିଭାଗର ମୋଟ ୧୦ଟି ଓଜନ ବର୍ଗରେ ପ୍ରତିଯୋଗିତା ହୋଇଥିବା ବେଳେ ଓଡ଼ିଶାର ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

  • ମୀନା ଏବଂ ସ୍ନେହା ବେଷ୍ଟ ଲିଫ୍ଟର:

ଓଡ଼ିଶାର ପ୍ରତିଯୋଗୀମାନେ ବିଭିନ୍ନ ବର୍ଗରେ ୭ଟି ସ୍ବର୍ଣ୍ଣ ପଦକ, ୮ଟି ରୌପ୍ୟ ପଦକ ଓ ୩ଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏଥିରେ ଓଡ଼ିଶାର ମୀନା ସାନ୍ତା ଯୁବ ବିଭାଗରେ ବେଷ୍ଟ ଲିଫ୍ଟର ଓ ସ୍ନେହା ସୋରେନ ବରିଷ୍ଠ ବିଭାଗରେ ବେଷ୍ଟ ଲିଫ୍ଟର ଭାବରେ ପୁରସ୍କୃତ ହୋଇଛନ୍ତି । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାରତୀୟ ଭାରୋତ୍ତୋଳନ ସଂଘର ସଭାପତି ସହଦେବ ଯାଦବ ଯୋଗ ଦେଇଥିଲେ । ପୂର୍ବରୁ ଖେଳାଳିମେନେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ବିଭିନ୍ନ ରାଜ୍ୟକୁ ଯାଉଥିଲେ ।ହେଲେ ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଶା ନିଜେ ଆୟୋଜନ କରିଥିଲା । ତେବେ କୃତି ଖେଳାଳୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଖେଲୋ ଇଣ୍ଡିଆ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଆଙ୍କ କମାଲ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଭାଗ ନେଲେ ୩୯ଟି ଦଳ - STATE LEVEL BADMINTON TOURNAMENT

ଏହା ମଧ୍ୟ ପଢନ୍ତୁ...କଟକରେ ହେବ ସିନିୟର ଜାତୀୟ କବାଡି ଚମ୍ପିଆନସିପ, ଭାଗ ନେବେ 35 ଟିମ - 71ST SENIOR NATIONAL KABADDI

ଏହା ମଧ୍ୟ ପଢନ୍ତୁ...ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ: ଓଡ଼ିଶାକୁ ୪ ସ୍ୱର୍ଣ୍ଣ, ୨ ରୌପ୍ୟ - KHELO INDIA WEIGHTLIFTING

  • 'ଉନ୍ନତମାନର ପ୍ରଶିକ୍ଷଣ ଦ୍ବାରା ହିଁ ଏହା ସମ୍ଭବ':

ଏନେଇ ଅର୍ଜୁନ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତିକ ଭାରୋତ୍ତୋଳକ କେ.ରବି କୁମାର କହିଛନ୍ତି," ପ୍ରଥମ ଥର ପାଇଁ ଓଡ଼ିଶା ଭାରୋତ୍ତଳନ ସଂଘ ପକ୍ଷରୁ ବ୍ରହ୍ମପୁର ଷ୍ଟାଡ଼ିୟମଠାରେ ଆୟୋଜିତ ହୋଇଥିଲା । ୨୬ଟି ରାଜ୍ୟ ଭାଗ ନେଇଥିବାବେଳେ ସବୁଠାରୁ ଅଧିକ ପଦକ ପାଇଛି ଓଡ଼ିଶା । ମୁଖ୍ୟତଃ ଓଡ଼ିଶାର କ୍ରୀଡାବିତଙ୍କ ସଫଳତା ପାଇଁ ସ୍ଥାନୀୟ ଷ୍ଟାଡ଼ିୟମରେ ଉପଲବ୍ଧ ଥିବା ଅତ୍ୟାଧୁନିକ ବ୍ୟବସ୍ଥାଠାରୁ ଆରମ୍ଭ କରି ପ୍ରତିଯୋଗୀମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦ୍ବାରା ଏହା ସମ୍ଭବ ହୋଇପାରିଛି ।"

WOMEN WEIGHTLIFTING LEAGUE (ETV Bharat Odisha)

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details