ସମ୍ବଲପୁର:ସ୍ପଷ୍ଟ ଦିବାଲୋକରେ ଫାଇନାନ୍ସ କମ୍ପାନୀରୁ ସଶସ୍ତ୍ର ଡକାୟତି । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ଅଞ୍ଚଳର ମଣପୁରମ ଫାଇନାନ୍ସ ଲିମିଟେଡ଼ କମ୍ପାନୀରୁ ବଡ ଧରଣର ଚୋରି l ଆଜି ଦିନ ପ୍ରାୟ 10 ଟା ସମୟରେ 6 ରୁ 7 ଜଣ ହେଲମେଟ ପିନ୍ଧା ଡକାୟତ ଆସି ବନ୍ଧୁକ ମୁନରେ କମ୍ପାନୀର କର୍ମଚାରୀଙ୍କୁ ଧମକ ଦେଇ କୋଟି କୋଟି ଟଙ୍କାର ସୁନା ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।
ବନ୍ଧୁକ ଦେଖାଇ ଫାଇନାନ୍ସ କମ୍ପାନୀରୁ ଲୁଟ୍
ସମ୍ବଲପୁର ବୁଢାରଜା ମଣପୁରମ ଫାଇନାନ୍ସ ଲିମିଟେଡ଼ର ଆସିସଷ୍ଟାଣ୍ଟ ବ୍ରାଞ୍ଚ ହେଡ଼ ସୁଧୀର ନାଥ କହିବାନୁଯାୟୀ," ସବୁ ଦିନ ପରି ଆଜି ମଧ୍ୟ ଦିନ ପ୍ରାୟ ସାଢେ 9ଟା ସମୟରେ ଅଫିସ ଖୋଲା ଯାଇଥିଲା l ଏହି ସମୟରେ ଅଫିସରେ ବ୍ରାଞ୍ଚ ହେଡ଼, ନିଜେ ଆସିସଷ୍ଟଣ୍ଟ ବ୍ରାଞ୍ଚ ହେଡ଼ ସୁଧୀର ନାଥ ଓ ଜଣେ ମହିଳା କର୍ମଚାରୀ ଥିଲେ l ହଠାତ୍ 2 ରୁ 3 ଜଣ ଡକାୟତ ମୁଖା ଓ ହେଲମେଟ ପିନ୍ଧି ଗ୍ରାହକ ଭାବରେ ଅଫିସକୁ ପଶିଯାଇଥିଲେ l ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଡକାୟତମାନେ ବନ୍ଧୁକ ବାହାର କରି ସମସ୍ତଙ୍କୁ ଧମକ ଦେବା ସହ ମାଡ଼ ମାରିଥିଲେ ଓ ଚୁପ ଚାପ ରହିବାକୁ କହିଥିଲେ l ଏହାପରେ ଆଉ 4 ଜଣ ଡକାୟତ ମୁଖା ଓ ହେଲମେଟ ପିନ୍ଧି ବନ୍ଧୁକ ଧରି ଅଫିସକୁ ପଶିଥିଲେ l ବନ୍ଧୁକ ଦେଖାଇ ଆସିସଷ୍ଟାଣ୍ଟ ବ୍ରାଞ୍ଚ ହେଡ଼ଙ୍କୁ ଲକର ଖୋଲିବାକୁ କହିଥିଲେ l ଡକାୟତମାନେ ଲକରରୁ ପ୍ରାୟ 29 କେଜି ସୁନା ଓ 4 ଲକ୍ଷ 81 ହଜାର ଟଙ୍କା ନେଇ 3 ଟି ବାଇକ ଯୋଗେ ସେଠାରୁ ଅଇଁଠାପାଲି ଜାତୀୟ ରାଜପଥ ଆଡ଼କୁ ଫେରାର ହୋଇଯାଇଥିଲେ l"
ସିସିଟିଭି ଆଧାରରେ ତଦନ୍ତ
ଘଟଣା ସ୍ଥଳରେ ସମ୍ବଲପୁର ଉତ୍ତରାଞ୍ଚଳ ଆଜି ହିମାଂଶୁ ଲାଲ, ସମ୍ବଲପୁର ଏସପି ମୁକେଶ ଭାମୁ, ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର, ସଦର ଏସଡ଼ିପିଓ ତୁଫାନ ବାଗ ସହ ବରିଷ୍ଠ ପୋଲିସ ଅଧିକାରୀ ଆସି ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛନ୍ତି l
୨୫ରୁ ୩୦ କେଜି ସୁନା ଲୁଟ୍