ଓଡିଶା

odisha

ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ, ଏହି ଦିନଠୁ ବଢ଼ିବ ବର୍ଷା - Heavy Rain In Odisha

By ETV Bharat Odisha Team

Published : Sep 18, 2024, 8:15 PM IST

Odisha Weather Update: ଆସୁଛି ଆଉ ଏକ ଲଘୁଚାପ । ବଢ଼ିପାରେ ବର୍ଷାର ପରିମାଣ । ଏହିଦିନ ଲଘୁଚାପ ସୃଷ୍ଟି ହେବେ । ଅଧିକ ପଢ଼ନ୍ତୁ

Odisha Weather Update
Odisha Weather Update (ETV Bharat Odisha)

ଭୁବନେଶ୍ବର: ଲଗାଣ ବର୍ଷା ପ୍ରଭାବରେ ଉତ୍ତର ଓଡ଼ିଶାରେ କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ହାଲୁକରୁ ମଧ୍ୟମ ବର୍ଷା ଜାରି ରହିଥିବା ବେଳେ ପୁଣି ବଢିବ ବର୍ଷାର ପରିମାଣ । ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା । କିଛି ଦିନ ମଧ୍ୟରେ ବଙ୍ଗୋପସାଗରରେ ଆଉ ଗୋଟିଏ ଘୂର୍ଣ୍ଣିବଳୟର ହେବାର ସମ୍ଭାବନା ରହିଛି ।

Odisha Weather Update (ETV Bharat Odisha)

ପୁଣି ଲଘୁଚାପ!

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ପୁଣି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।ମନୋରମା ମହାନ୍ତି କହିଛନ୍ତି, "ଆଗାମୀ ୨୨ ତାରିଖ ବେଳକୁ ବଙ୍ଗାପୋସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ହୋଇପାରେ । ଯଦିଓ IMD ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ, କିନ୍ତୁ ଲଘୁଚାପ ହେବାର ସମ୍ଭାବନା ରହିଛି । ଯଦି ଲଘୁଚାପ ସୃଷ୍ଟି ହୁଏ ତେବେ ବର୍ଷାର ପରିମାଣ ବୃଦ୍ଧି ପାାଇବ । ଘୂର୍ଣ୍ଣିବଳୟ ସ୍ଥିତି ନେଇ ଆଗକୁ ସୂଚନା ଜିରି କରିବ ପାଣିପାଗ ବିଭାଗ ।"

ବର୍ଷା ଆଲର୍ଟ:

ଆଜି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏନେଇ କଟକ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କନ୍ଧମାଳ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏଥିପାଇଁ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ଼ ଓ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଆକାଶ ମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ ଓ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ - CM Balasore Flood Aerial Survey

ଏହି ଦିନଠାରୁ ବଢ଼ିବ ବର୍ଷା:

ସେହିପରି ୨୧ ତାରିଖରେ ମଧ୍ୟ ବର୍ଷା ସହ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବ । ଏଥିପାଇଁ କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ସେହିପରି ୨୨ ତାରିଖରେ ବର୍ଷାର ପରିମାଣ ବଢ଼ିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏଥିପାଇଁ କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ବନ୍ୟାରେ ବେହାଲ ଉତ୍ତର ଓଡ଼ିଶା; ବୋଟରେ ଉଦ୍ଧାର କାର୍ଯ୍ୟ ଜାରି - Odisha flood situation

ଏହା ମଧ୍ୟ ପଢ଼ନ୍ତୁ...ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ମୋହନ: ବୁଲିଲେ ବନ୍ୟାଞ୍ଚଳ, ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ - CM Mohan Visits Malkangiri

ନିଅଣ୍ଟିଆ ବର୍ଷା:

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୯୯୮.୬ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୦୭୬.୬ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଥବା ବେଳେ ଢେଙ୍କାନାଳରେ ସର୍ବାଧିକ ବର୍ଷା ୧୨୮.୨ ମିମି ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details