ଓଡିଶା

odisha

ETV Bharat / state

ଆଜି ଅଁଳା ନବମୀ: ରାଧା ପାଦ ଦର୍ଶନ ପାଇଁ ଉତ୍ସବମୁଖର ସାକ୍ଷୀଗୋପାଳ - SAKHIGOPAL RADHAPADA DARSHAN

ଶ୍ରୀରାଧାଙ୍କର ଓଡିଆଣୀ ବେଶ ଦର୍ଶନ ପାଇଁ ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଆଜିର ଦିନରେ ରାଧାଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି ।

SAKHIGOPAL RADHAPADA DARSHAN
SAKHIGOPAL RADHAPADA DARSHAN (ETV Bharat Odisha)

By ETV Bharat Odisha Team

Published : Nov 10, 2024, 5:20 PM IST

ନିମାପଡା: ଆଜି ହେଉଛି ପବିତ୍ର ଅଁଳା ନବମୀ । ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଚଳଚଞ୍ଚଳ ହୋଇଉଠିଛି ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିର । ଏଠାରେ ବର୍ଷକରେ ଥରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ । ସେପଟେ ଭକ୍ତମାନଙ୍କର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଅଁଳା ନବମୀ:

SAKHIGOPAL RADHAPADA DARSHAN (ETV Bharat Odisha)

ଆଜିର ଦିନରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି ଭକ୍ତ । ଏଥିପାଇଁ ମଧ୍ୟ ରାତ୍ରରୁ ସାକ୍ଷୀଗୋପାଳ ଗୋପାଳଜୀଉ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ରାତ୍ର ୧ଟାରେ ଦ୍ଵାର ପୂଜା ପରେ ମଙ୍ଗଳ ଆଳତୀ, ଅବକାଶ ପରେ ନଟବର ବେଶ ସମାପ୍ତ ହେବା ପରେ ଭୋରୁ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ,ମଦନ ମୋହନ ଭୋଗ ପରେ ସକାଳ ୫ଟା ୪୫ ମିନିଟ ଠାରୁ ଭକ୍ତମାନଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା ।

ରାଧାଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ !

ଆଜିର ଦିନରେ ଶ୍ରୀରାଧାଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳିବା ସହିତ ମହିଳା ମାନେ ସୈାଭାଗ୍ୟବତୀ ହୁଅନ୍ତି ବୋଲି ବିଶ୍ଵାସ ରହିଛି । ଆଜିର ଦିନରେ ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରି ମାନସିକ ରଖି ସଂକଳ୍ପ କରିଥାନ୍ତି । କାର୍ତ୍ତିକ ମାସ ଶୁକ୍ଲ ନବମୀରେ ରାଧା ପାଦ ଦର୍ଶନ କଲେ ପରିବାର ମଙ୍ଗଳ ହୋଇଥାଏ ବୋଲି ବିଶ୍ଵାସ ରହିଛି । ସେହିପର ଆସନ୍ତାକାଲି ଠାରୁ କାର୍ତ୍ତିକ ପଞ୍ଚୁକ ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ ...କାର୍ତ୍ତିକ ମାସ ଶେଷ ଶନିବାର, କୋଣାର୍କ ନବଗ୍ରହ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଏହା ମଧ୍ୟ ପଢନ୍ତୁ ...ଭଦ୍ରକାଳୀଙ୍କ ମହାକାଳୀ ବେଶ, ଭକ୍ତଙ୍କୁ ଶାନ୍ତ ରଖିବାକୁ ମାଆଙ୍କ ଉଗ୍ରରୂପ

ଏହା ମଧ୍ୟ ପଢନ୍ତୁ ...ଉତ୍ସବମୁଖର ସିଲଭର ସିଟି ; ପୂଜା ପାଉଛନ୍ତି ମା' କାଳୀ

ସାକ୍ଷୀଗୋପାଳରେ କଡ଼ା ସୁରକ୍ଷା ବ୍ୟବସ୍ଥା:

ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏସପିଙ୍କ ନେତୃତ୍ଵରେ ୨୦ ପ୍ଲାଟୁନ ଫୋର୍ସ, ୨ ଜଣ ଅତିରିକ୍ତ ଏସପି,୩ ଜଣ ଡିଏସପି, ଇନ୍ସପେକ୍ଟର ୧୫ ଜଣ ସମେତ ଅନ୍ୟ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ଅଗ୍ନିଶମ ବାହିନୀ, ସ୍ଵାସ୍ଥ୍ୟ ବିଭାଗ ସହିତ ବିଭିନ୍ନ ସ୍ଵେଚ୍ଚାସେବୀ ସଂଗଠନ ନିୟୋଜିତ କରାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details