ଓଡିଶା

odisha

ETV Bharat / state

ଗଜରାଜ ସୁରକ୍ଷା ଚିନ୍ତା, ଗଜ ଉତ୍ସବରେ ଗଣମାଧ୍ୟମ ଭୂମିକାକୁ ଗୁରୁତ୍ବ - GAJ UTSAV ANGUL

ହାତୀ ସୁରକ୍ଷା ପାଇଁ ଅନୁଗୋଳରେ ଗଜ ଉତ୍ସବ । ଗଜରାଜଙ୍କ ସୁରକ୍ଷା ପାଇଁ ଜନ ସଚେତନତା ଓ ଗଣମାଧ୍ୟମର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

Gaj Utsav
Gaj Utsav (ETV Bharat Odisha)

By ETV Bharat Odisha Team

Published : Nov 8, 2024, 12:55 PM IST

ଅନୁଗୋଳ: ରାଜ୍ୟରେ ବଢୁଛି ହାତୀ-ମଣିଷ ଲଢେଇ । କେତେବେଳେ ହାତୀ ଉପରେ ମଣିଷ ଭାରି ପଡୁଛନ୍ତି ତ ଆଉ କେତେ ବେଳେ ମଣିଷ ଉପରେ ହାତୀ । ଚଳିତ ବର୍ଷ ଅସ୍ଵାଭାବିକ ଭାବରେ ପାଖାପାଖି ୬୦ରୁ ଅଧିକ ହାତୀ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ହାତୀ ମୃତ୍ୟୁ ଉଦ୍‌ବେଗଜନକ ରହିଛି । ଏପରି ସ୍ଥିତିରେ ଗଜରାଜଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ଗଜ ଉତ୍ସବ । ସାରା ରାଜ୍ୟରେ ହାତୀ ବଂଶ ଏବେ ବିପଦରେ ଥିବା ବେଳେ ଅନୁଗୋଳରେ ଗଜରାଜଙ୍କ ସୁରକ୍ଷାକୁ ନେଇ ଆୟୋଜିତ ହୋଇଛି ଗଜ ଉତ୍ସବ । ବିଶେଷ କରି ଜିଲ୍ଲାରେ ହାତୀ ମଣିଷର ବିବାଦ ସବୁଠାରୁ ଉଗ୍ର ରୂପ ନେଇଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି WTI ।

ହାତୀ ସୁରକ୍ଷା ପାଇଁ ଗଜ ଉତ୍ସବ:

ଅନୁଗୋଳ ଜିଲ୍ଲାରେ ଉପୁଜିଥିବା ହାତୀ ମଣିଷ ବିବାଦରେ ଗଣମାଧ୍ୟମର କ'ଣ ଭୂମିକା ରହିଛି ତାକୁ ନେଇ ଆୟୋଜିତ ହୋଇଛି କର୍ମଶାଳା । ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ଗଜ ଉତ୍ସବ ନାମକ ଏକ କର୍ମଶାଳା ଆୟୋଜିତ ହୋଇଛି । କର୍ମଶାଳା ଆରମ୍ଭରେ ଗଜ ଉତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଭାରତୀୟ ବନ୍ୟଜୀବ ଟ୍ରଷ୍ଟର ଅରବିନ୍ଦ ସାମଲ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ହାତୀ ସମେତ ବନ୍ୟଜନ୍ତୁଙ୍କର ସୁରକ୍ଷା ଓ ପରିଚାଳନା ଏକ ସକାରାତ୍ମକ ମୂଳକ ସହଯୋଗ ଭିର୍ତ୍ତିରେ ହେବା ଆବଶ୍ୟକ ।

Gaj Utsav (ETV Bharat Odisha)

ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜଙ୍ଗଲ, ବନ୍ୟଜନ୍ତୁ, ଜୈବବିବିଧତା ସୁରକ୍ଷା ଏକ ବୈଷୟିକ, ବିଜ୍ଞାନ ସମ୍ମତ ଏବଂ ଆଇନ ଆଧାରିତ ପ୍ରସଙ୍ଗ ହୋଇଥିବାରୁ ଖବର କାଗଜରେ ସଠିକ ଖବର ପ୍ରକାଶିତ ହେବା ଏକାନ୍ତ ଆବଶ୍ୟକ ବୋଲି କର୍ମଶାଳାରେ ଆଲୋଚନା ହୋଇଥିଲା । ହାତୀ ଓ ବନ୍ୟଜୀବମାନଙ୍କ ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଅତିଥିମାନେ ମତ ରଖିଥିଲେ । ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି, ଭାରତୀୟ ବନ୍ୟଜୀବ ଟ୍ରଷ୍ଟ ଏବଂ ବନ ବିଭାଗର ମିଳିତ ପ୍ରଚେଷ୍ଟାରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା ।

Gaj Utsav (ETV Bharat Odisha)

ଏହା ବି ପଢ଼ନ୍ତୁ...ଓଡ଼ିଶାରେ ହାତୀଙ୍କୁ ମିଳୁନି ଜାଗା, ବଢୁଛି ହାତୀ-ମଣିଷ ଲଢ଼େଇ ଓ ମୃତ୍ୟୁ ସଂଖ୍ୟା: PCCF

ଏହା ବି ପଢ଼ନ୍ତୁ...ବଢୁଛି ଅସ୍ୱାଭାବିକ ହାତୀ ମୃତ୍ୟୁ, ଯାଞ୍ଚ କରିବାକୁ ଜଙ୍ଗଲ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଏହା ବି ପଢ଼ନ୍ତୁ...ଟ୍ରେନ ଧକ୍କାରେ ଆଖି ବୁଜିଲା ଛୁଆ ହାତୀ: ଭୁଲ କାହାର ? କହିଲେ PCCF

ସଠିକ ସୂଚନା ଖବରଦାତାମାନଙ୍କୁ ଜଣାଇବା ଜରୁରୀ :

ବିଭାଗୀୟ ଅଧିକାରୀମାନେ ବିଭିନ୍ନ ସମୟରେ ସଂରକ୍ଷଣରେ ହୋଇଥିବା ସରକାରୀ କାର୍ଯ୍ୟକ୍ରମ ଓ ଅପରାଧିକ ଘଟଣାର ସଠିକ ସୂଚନା ଖବରଦାତାମାନଙ୍କୁ ଜଣାଇବା ଆବଶ୍ୟକ ବୋଲି କହିଥିଲେ । ଅନୁରୂପ ଭାବେ ସଠିକ ଏବଂ ଠୋସ ସୂଚନା ନ ପାଇ ତରବରିଆ ଭାବେ ଖବର ପ୍ରକାଶ କରିବା ଦ୍ଵାରା ବେଳେ ବେଳେ ସଂରକ୍ଷଣ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିବା କର୍ମଶାଳାରେ ଆଲୋଚନା ହୋଇଥିଲା ।

ଢେଙ୍କାନାଳ ବନଖଣ୍ଡ ପରେ ଅନୁଗୋଳ ବନଖଣ୍ଡକୁ ଗଜ ଉତ୍ସବରେ ଗଜଦଣ୍ଡ ହସ୍ତାନ୍ତର କରାଯାଇଥିଲା । ଅନୁଗୋଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ଗଜ ଦଣ୍ଡକୁ ଗ୍ରହଣ କରିବା ସହିତ ଖବରଦାତା ଓ ବନ ବିଭାଗ ମଧ୍ୟରେ ସମନ୍ୱୟ ଓ ସୁସମ୍ପର୍କ ରହିବ ଦିଗରେ ଉପସ୍ଥାପନ କରିଥିଲେ । ହାତୀ ଓ ବନ୍ୟଜୀବମାନଙ୍କ ସୁରକ୍ଷା କ୍ଷେତ୍ରରେ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଅନୁଗୋଳ DFO ନିତିଶ କୁମାରଙ୍କ ସମେତ ପ୍ରଫେସର ଶାନ୍ତନୁ ସର, ପୂର୍ବତନ ବନ ଅଫିସର ଡା. ଅରୁଣ କୁମାର ମିଶ୍ର, ଭାରତୀୟ ବନ୍ୟଜୀଵ ଟ୍ରଷ୍ଟର ଜୀବ ବିଜ୍ଞାନୀ ସୁବ୍ରତ କୁମାର ବେହେରା, ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତିର ସମ୍ପାଦକ ପ୍ରସନ୍ନ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details