ଓଡିଶା

odisha

ETV Bharat / state

ଭୁବନେଶ୍ବରରେ ହେବ ସର୍ବଭାରତୀୟ ଡାକ୍ତର ସମ୍ମିଳନୀ - INDIAN MEDICAL ASSOCIATION

ନଭେମ୍ବର ୨୯ରୁ ଭୁବନେଶ୍ବରରେ ଅନୁଷ୍ଠିତ ହେବ ସର୍ବଭାରତୀୟ ଡାକ୍ତର ସମ୍ମିଳନୀ । ଡାକ୍ତରମାନେ ନେବେ ପ୍ରଶିକ୍ଷଣ । ଡାକ୍ତରଙ୍କୁ ମିଳିବ ୧୦ କ୍ରେଡିଟ ପଏଣ୍ଟ ।

Indian Medical Association
Indian Medical Association (ETV Bharat Odisha)

By ETV Bharat Odisha Team

Published : Nov 27, 2024, 9:28 PM IST

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେବ ଡାକ୍ତରଙ୍କ ସମ୍ମିଳନୀ । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଆମସ୍କନ (AMSCON) ସମ୍ମିଳନୀ ଆୟୋଜନ ହେବ । ଆମସ୍କନ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ହୋଇଥିବା ବେଳେ, ଏହି ସମ୍ମିଳନୀରେ ବିଭିନ୍ନ ବିଭାଗର ୨୫୦୦ ଡାକ୍ତର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୮୦୦୦ ପିଜି ଛାତ୍ରଛତ୍ରୀ ଆବେଦନ କରିଛନ୍ତି । ସମ୍ମିଳନୀଟି ନଭେମ୍ବର ୨୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧ ତାରିଖ ଯାଏଁ ଅନୁଷ୍ଠିତ ହେବ । ଏହି ୩ ଦିନିଆ ସମ୍ମିଳନୀକୁ କ୍ୟାପିଟାଲ ହସ୍ପିଟାଲ ସ୍ଥିତ ଆଇଏମଏ ବିଲଡିଂରେ କରିବା ପାଇଁ ଯୋଜନା କରାଯାଇଛି ।

ପ୍ରଥମ ଥର ପାଇଁ ସର୍ବଭାରତୀୟ ସ୍ତରର ଡାକ୍ତର ସମ୍ମିଳନୀ:

IAM ସଂପାଦକ ପ୍ରଫେସର ଅଭୟ କୁମାର ସାହୁ କହିଛନ୍ତି, "ଏହି ସର୍ବଭାରତୀୟ ସ୍ତରର ସମ୍ମିଳନୀ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଆୟୋଜନ ହେବ । ଏହି ସମ୍ମିଳନୀର ବିଶେଷତ୍ବ ହେଉଛି କୌଣସି ଗୋଟିଏ ବିଭାଗର ଡାକ୍ତର ଏଥିରେ ଯୋଗୋଦେଉ ନାହାନ୍ତି, ଅର୍ଥାତ୍ ସମସ୍ତ ବିଭାଗର ଡାକ୍ତର ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମଣିଷ କିଭଳି ସୁସ୍ଥ ରହିପାରିବ ଏବଂ ଏକ ସୁସ୍ଥ ସମାଜ ଗଠନ କରିପାରିବ ତାହା ଉପରେ ହିଁ ବିଶେଷ ଗୁରୁତ୍ବ ଦିଆଯିବ । "ସ୍ବାସ୍ଥ୍ୟ ହିଁ ସମ୍ପଦ" କେବଳ କଥାରେ ରହିଲେ ହେବ ନାହିଁ, ବରଂ କିପରି ଏହି ସ୍ବାସ୍ଥ୍ୟର ଯତ୍ନ ନିଆଯାଇ ପାରିବ ଏବଂ ମାନବ ସମ୍ବଳକୁ ରକ୍ଷା କରାଯାଇ ପାରିବ ତାହାହିଁ ବିଶେଷ ଗୁରୁତ୍ବପୂର୍ଣ୍ଣ ।"

Indian Medical Association (ETV Bharat Odisha)

ଏହାମଧ୍ୟ ପଢ଼ନ୍ତୁ...DG ସମ୍ମିଳନୀ, ଓଡ଼ିଶାରେ 3 ଦିନ ରହିବେ ପ୍ରଧାନମନ୍ତ୍ରୀ ମୋଦି

ଏହାମଧ୍ୟ ପଢ଼ନ୍ତୁ...ଫେରିଲା ବାଂଲାଦେଶୀ ଟେନସନ: ଆଗକୁ DG ସମ୍ମିଳନୀ, ପୋଲିସ ପାଇଁ ହେବ କି ଚ୍ୟାଲେଞ୍ଜ ?

ଅଭିଜ୍ଞ ବିଶେଷଜ୍ଞମାନେ ଦେବେ ପ୍ରଶିକ୍ଷଣ:

ପ୍ରଫେସର ଅଭୟ କୁମାର ସାହୁ କହିଛନ୍ତି, "ଏହି ଡାକ୍ତରଙ୍କ ସମ୍ମିଳନୀରେ ସ୍ବାସ୍ଥ୍ୟ ଏବଂ ମାନବ ସମ୍ବଳ ଉଭୟକୁ ନେଇ ଅନୁଷ୍ଠିତ ହେଉଛି । ଅଭିଜ୍ଞ ବିଶେଷଜ୍ଞମାନେ ତଥ୍ୟ ଭିଭିକ ଗବେଷଣାକୁ ଉପସ୍ଥାପନ କରିବେ । ଯାହାଦ୍ବାରା ଓଡିଶାର ସ୍ବାସ୍ଥ୍ୟ ଭିତ୍ତିଭୂମି ଉନ୍ନ‌ତ ହେବା ସହିତ ଲୋକମାନେ ଉନ୍ନ‌ତ ମାନର ଚିକିତ୍ସା ପାଇପାରିବେ । NMCର ଗାଇଡଲାଇନ ଅନୁସାରେ, ଡାକ୍ତରଙ୍କୁ ବର୍ଷକୁ କିଛି ମାତ୍ରାରେ ସେମିନାର ବା ପ୍ରଶିକ୍ଷଣ ନେବାର ରହିଛି । ଏଥିରେ ଡାକ୍ତରଙ୍କୁ ୧୦ କ୍ରେଡିଟ ପଏଣ୍ଟ ମିଳିଥାଏ । ଏଥିରେ ଯେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କୁ ୧୦ କ୍ରେଡିଟ ପଏଣ୍ଟ ମିଳିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details