ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ଭକ୍ତଙ୍କୁ ଆର୍ଥିକ ଶୋଷଣ ! ଭିଡ଼ର ଫାଇଦା ନେଉଛନ୍ତି ମୁଷ୍ଟିମେୟ ସେବାୟତ - ଭକ୍ତଙ୍କୁ ଆର୍ଥିକ ଶୋଷଣ

Puri Shree Mandir: ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ବେଆନ୍ ଅର୍ଥ ଆଦାୟ । କିଛି ସେବାୟତ ଭକ୍ତଙ୍କ ଠାରୁ ଟଙ୍କା ନେଇ ପଶ୍ଚିମ ଦ୍ୱାର ପଟେ ପ୍ରବେଶ କରାଉଥିବା ଅଭିଯୋଗ ହୋଇଛି । ଅଧିର ପଢନ୍ତୁ

ଶ୍ରୀମନ୍ଦିରରେ ଭକ୍ତଙ୍କୁ ଆର୍ଥିକ ଶୋଷଣ ,ଭିଡ଼ର ଫାଇଦା ନେଉଛନ୍ତି ମୁଷ୍ଟିମେୟ ସେବାୟତ
ଶ୍ରୀମନ୍ଦିରରେ ଭକ୍ତଙ୍କୁ ଆର୍ଥିକ ଶୋଷଣ ,ଭିଡ଼ର ଫାଇଦା ନେଉଛନ୍ତି ମୁଷ୍ଟିମେୟ ସେବାୟତ

By ETV Bharat Odisha Team

Published : Feb 25, 2024, 9:49 PM IST

Updated : Feb 25, 2024, 10:00 PM IST

ଶ୍ରୀମନ୍ଦିରରେ ଭକ୍ତଙ୍କୁ ଆର୍ଥିକ ଶୋଷଣ ,ଭିଡ଼ର ଫାଇଦା ନେଉଛନ୍ତି ମୁଷ୍ଟିମେୟ ସେବାୟତ

ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କୁ ପ୍ରବେଶ ନେଇ ଆର୍ଥିକ ଶୋଷଣ । ଭିଡ଼ର ଫାଇଦା ନେଇଛନ୍ତି କିଛି ମୁଷ୍ଟିମେୟ ସେବାୟତ ଏବଂ ଅଣ ସେବାୟତ । ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ପ୍ରବେଶ କରାଉଥିବା ଅଭିଯୋଗ ହୋଇଛି । ଏଥିରେ ସହଯୋଗ କରୁଛନ୍ତି ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ । ଭକ୍ତଙ୍କୁ ପଶ୍ଚିମ ଦ୍ଵାର ପଟେ ପ୍ରବେଶ କରାଇ ମାଲାମାଲ୍ ହେଉଛନ୍ତି କିଛି ମୁଷ୍ଟିମେୟ ସେବାୟତ ଓ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ ।

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ କେବଳ ମନ୍ଦିର ସିଂହ ଦ୍ଵାର ପଟେ ପ୍ରବେଶ କରାଯାଉଛି । ପୂର୍ବରୁ ଚାରି ଦ୍ୱାର ଖୋଲାଯାଉ ଥିବାବେଳେ ଏହା ଏବେ ବନ୍ଦ ରହିଛି । ମହାପ୍ରଭୁଙ୍କ ନୀତି ଚାଲୁଥିବାବେଳେ ଶ୍ରୀମନ୍ଦିର ଭିତର ବେଢ଼ାକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯାଉନାହିଁ । ଫଳରେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ବେଶ୍ କଷ୍ଟ ଭୋଗୁଛନ୍ତି । ଭକ୍ତଙ୍କ ଅସୁବିଧା ସରକାରଙ୍କ ନଜରକୁ ଆସୁନାହିଁ । ଯାହାର ଫାଇଦା ନେଉଛନ୍ତି କେତେକ ସେବାୟତ ଓ ଅଣ ସେବାୟତ । ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ପ୍ରବେଶ କରାଉଛନ୍ତି ।

ପୁରୀର ବରିଷ୍ଠ ଆଇନଜୀବୀ ରମେଶ ପ୍ରସାଦ ମିଶ୍ର କହିଛନ୍ତି," ପ୍ରଶାସନ ନଜରରେ ସବୁକିଛି ହେଉଛି । ଏହା ଦ୍ବାରା ଭକ୍ତଙ୍କ ମଧ୍ୟରେ ପୋଲିସ ପ୍ରଶାସନ ଉପରେ ନକାରାତ୍ମକ ଭାବନା ସୃଷ୍ଟି ହେଉଛି । ଯଦି ଟଙ୍କା ଦ୍ଵାରା ପ୍ରବେଶ କରାଯାଉଛି , ତାହାଲେ ପ୍ରଶାସନ ଏ ନେଇ ବ୍ୟବସ୍ଥା କରୁ । ଏହା ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ଆୟ ମଧ୍ୟ ବୃଦ୍ଧି ହେବ । ତାହା ନ କରି ଟଙ୍କା ଆଦାୟ କରାଯାଇ ମନ୍ଦିର ପଶ୍ଚିମ ଦ୍ବାରରେ ପ୍ରବେଶ ଠିକ୍ ନୁହେଁ । "

ଏହା ମଧ୍ୟ ପଢନ୍ତୁ....ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ, ସ୍ଵାଗତ ପାଇଁ କୌଳିକ ପଣ୍ଡା ଉତ୍ସାହିତ

ସେହିପରି ସେବାୟତ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି, "ସ୍ଵଚ୍ଛତା ପାଇଁ ପ୍ରଶାସନ ଟିକେଟ ବ୍ୟବସ୍ଥା କରୁ । ଯେଉଁ ଭକ୍ତ ଚାହିଁବେ ଟଙ୍କା ଦେଇ ଶ୍ରୀମନ୍ଦିର ପ୍ରବେଶ କରିବେ ଏବଂ ମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯାଉ ।" ସେହିପରି ଏହି ଘଟଣାକୁ ନିନ୍ଦା କରିଛି ପୁରୀ ଜିଲ୍ଲା କଂଗ୍ରେସ । କଂଗ୍ରେସ କହିଛି, "ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଶ୍ରୀମନ୍ଦିର ଚାରି ଦ୍ଵାର ନ ଖୋଲନ୍ତି, ତାହାଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ।"


ଇଟିଭି ଭାରତ , ପୁରୀ

Last Updated : Feb 25, 2024, 10:00 PM IST

ABOUT THE AUTHOR

...view details