ଫୁଲବାଣୀ:ସୁରକ୍ଷା ଦେବା ବଦଳରେ ମାରପିଟ କଲା ପୋଲିସ । ପୋଲିସ ମାଡରେ ଲହୁଲୁହାଣ ହେଲେ ହୋଟେଲ କର୍ମଚାରୀ ।ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଅଞ୍ଚଳରୁ । ଗତକାଲି ଖଜୁରୀପଡ଼ା ଅଞ୍ଚଳରେ ଗୋଟିଏ ହୋଟେଲ ବିଳମ୍ବିତ ରାତି ଯାଏ ଖୋଲାଥିବାରୁ ଖଜୁରୀପଡ଼ା ଥାନା ଅଧିକାରୀ ଉକ୍ତ ହୋଟେଲରେ ଚଢାଉ କରିଥିଲେ ।
ଏହି ସମୟରେ ହୋଟେଲରୁ କିଛି ନ ମିିଳିବାରୁ ବଟି ମାଗିିଥିବା ଅଭିଯୋଗ ହୋଇଛି । ତେବେ ହୋଟେଲ ମାଲିକ ବଟି ଦେବାକୁ ବାରଣ କରିବାରୁ ତାଙ୍କୁ ଏବଂ ହୋଟେଲରେ କାର୍ଯ୍ୟରତ କର୍ମଚାରୀଙ୍କୁ ପୋଲିସ ମାରପିଟ କରିଥିବା ଅଭିଯୋଗ ହୋଇଛି । ତେବେ ଆଜି(ରବିବାର)ଦିନ ଉକ୍ତ ହୋଟେଲ ମାଲିକ ଖଜୁରୀପଡ଼ା ଥାନା ଅଧିକାରୀଙ୍କ ବିରୋଧରେ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ସୂଚନାଯୋଗ୍ୟ, ଖଜୁରୀପଡ଼ା ଥାନା ନିକଟସ୍ଥ ମୁଖ୍ୟ ରାସ୍ତାରେ ଥିବା ଏକ ହୋଟେଲରେ କିଛି ପୋଲିସ କର୍ମଚାରୀ ପହଞ୍ଚି ହୋଟେଲ କର୍ମଚାରୀ ଓ ମାଲିକ ସୁବ୍ରତ ସାହୁଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଟେଲ ଖୋଲାଥିବାରୁ ପୋଲିସ ହୋଟେଲରେ ପହଞ୍ଚିଥିଲା । ତେବେ ହୋଟେଲ କର୍ମଚାରୀମାନେ ଖାଉଥିବାରୁ ହୋଟେଲ ବନ୍ଦ ହେବାରେ ବିଳମ୍ବ ହେବା ନେଇ ମାଲିକ ସୁବ୍ରତ ପୋଲିସକୁ କହିଥିଲେ । ହେଲେ ପୋଲିସ କିନ୍ତୁ ସୁବ୍ରତଙ୍କ କଥା ଶୁଣି ନଥିଲା ।