କଟକ:ଦିନକୁ ଦିନ ବଢ଼ି ଚାଲିଛି ମହିଳାଙ୍କ ପ୍ରତି ନିର୍ଯାତନା । ବାରମ୍ବାର ନିର୍ଯାତନା ଓ ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ଏକ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି କଟକ ପୋପରଡା ଅଞ୍ଚଳରୁ । ତେବେ ଏହି ଦୁଷ୍କର୍ମ ଘଟଣାର ସତ୍ୟତା ନେଇ ଯାଞ୍ଚ କରୁଛି ପୋଲିସ । ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସେପଟେ ପୀଡିତାଙ୍କ ବୟାନ ରେକର୍ଡ ଆଧାରରେ ତଦନ୍ତ ଜାରି ରହିଥିବା ବେଳେ ଡାକ୍ତରୀ ମାଇନା ରିପୋର୍ଟକୁ ଅପେକ୍ଷା ରହିଛି ବୋଲି କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି ।
ସୂଚନା ଅନୁସାରେ, ଗତ 14 ତାରିଖ (ବୁଧବାର) ସକାଳ ପ୍ରାୟ 10ଟା ସମୟରେ କଟକ ପୋପରଡା ଅଞ୍ଚଳର ଜଣେ ନାବାଳିକା ଅନ୍ୟ ଜଣେ ନାବାଳିକାଙ୍କ ସହ ଘରକୁ ଆସୁଥିଲେ । ଏହି ସମୟରେ ୩ ଜଣ ଅଜଣା ବ୍ୟକ୍ତି ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ସ୍ଥାନୀୟ ମଧୁପାଟଣା ଥାନାରେ ଏତଲା ହୋଇଛି । ତେବେ ଘଟଣା ଦିନ ପୀଡିତା ଗୋଟିଏ ୫ ଟଙ୍କିଆ କଏନ ଗିଳି ଦେଇଥିଲେ । ଏହି କାରଣରୁ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା, ଯେଉଁଠି ତାଙ୍କ ଗୁପ୍ତାଙ୍ଗ ନିକଟରେ କ୍ଷତ ଥିବା ଦେଖିବା ପରେ ପୀଡ଼ିତାଙ୍କ ମାଆ ଗତକାଲି (ଗୁରୁବାର) ମଧୁପାଟଣା ଥାନାରେ ଏନେଇ ଏତଲା ଦାୟର କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.....ରାଉରକେଲାରେ ଲଜ୍ୟା, ପ୍ରେମ ବାହାନା କରି ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ