କେନ୍ଦୁଝର: ସରକାର ସାଧାରଣ ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏହି ଟଙ୍କା ବ୍ୟୟ ବରାଦ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ମଧ୍ୟ ଚାଲୁଅଛି । କିନ୍ତୁ ଏହି ଟଙ୍କାର ସଠିକ ବିନିଯୋଗ ହେଉ ନଥିବା ନେଇ ବହୁବାର ଅଭିଯୋଗ ହେଉଛି । ଏବେ କେନ୍ଦୁଝର ଜିଲ୍ଲାର ଗାଁ ଗୁଡ଼ିକରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଲଗାଇବାରେ ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ ହୋଇଛି ।
ରାଜ୍ୟ ସରକାରଙ୍କ ଦ୍ଵାରା ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ପ୍ରତି ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ଲାଗିବା ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିସରେ ଯୋଜନା ହୋଇଥିଲା । ଏହି ଯୋଜନାରେ ରାଜ୍ୟର ପ୍ରତି ପଞ୍ଚାୟତରେ ପ୍ରତି ବର୍ଷ ୧୦ଟି ଷ୍ଟ୍ରିଟ ଲାଇଟ (୮୦ୱାଟ) ଲାଗିବା ପାଇଁ ଟେଣ୍ଡର ଆହ୍ବାନ ହୋଇଥିଲା । ଟେଣ୍ଡର ବି ହେଲା ପ୍ରତି ପଞ୍ଚାୟତରେ ଲାଇଟ ବି ଲାଗିଲା । କିନ୍ତୁ ଏହି ଲାଇଟ ଲାଗିବାର ମାତ୍ର କିଛି ମାସ ମଧ୍ୟରେ ଲାଇଟ ଗୁଡ଼ିକ ଖରାପ ହୋଇ ଖୁଣ୍ଟ ଗୁଡିକରେ ଝୁଲି ରହିଛି । ଏନେଇ ଗ୍ରାମବାସୀ ବିଜୁଳି ବିଭାଗ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଏହା ତାଙ୍କର ଲାଇଟ ନାହିଁ କହି ଫେରାଇ ଦେଇଛନ୍ତି । ପଞ୍ଚାୟତ ଗୁଡିକରେ ରାସ୍ତା କଡ଼ରେ ଲାଇଟ ଲାଗିଛି କିନ୍ତୁ ଏହି ଲାଇଟ ଗୁଡ଼ିକ ବନ୍ଦ ରହିଛି । ଲୋକେ ନିଜ ଖର୍ଚ୍ଚରେ ଲାଇଟ ଗୁଡ଼ିକ ମରାମତି କରି ଥିବା ପ୍ରକାଶ କରିଛନ୍ତି । କିନ୍ତୁ ଏହି ଲାଇଟ ଗୁଡ଼ିକ ବିଲ ପଞ୍ଚାୟତ ପ୍ରତି ମାସ ଦେଉଥିବା ସରପଞ୍ଚ କହିଛନ୍ତି । ପଞ୍ଚାୟତ ଟଙ୍କା ଅଯଥା ବ୍ୟୟ ହେଉଥିବା କ୍ଷୋଭ ପ୍ରକାଶ କରିଛନ୍ତି ପଞ୍ଚାୟତ ।
ସୂଚନା ଅଧିକାର କର୍ମୀ ହିମାଂଶୁ ନାୟକ ସୂଚନା ଅଧିକାର ଆଇନ ଜରିଆରେ ଏହି ଷ୍ଟ୍ରିଟ ଲାଇଟ ଲଗାଇବା ଖର୍ଚ୍ଚରେ ହୋଇଥିବା ଘୋଟଲାକୁ ପର୍ଦ୍ଦାଫାସ କରିଛନ୍ତି । ଏନେଇ ବିଭିନ୍ନ କାଗଜପତ୍ର ସହ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ହିମାଂଶୁ ନାୟକ । ଏହି ଟେଣ୍ଡର ପ୍ରକିୟାରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ଷ୍ଟ୍ରିଟ ଲାଇଟରେ ଅତ୍ୟାବଶ୍ୟକ ଯନ୍ତ୍ରାଂଶ ଲାଗି ନଥିବା ଅଭିଯୋଗ କରିଛନ୍ତି ହିଂମାଶୁ । ଏହା ସହ ବିଜୁଳି ବିଲ ପାଇଁ ଏନର୍ଜି ମିଟର ଲାଗି ନଥିବା ବେଳେ ଏହାର ମରାମତି ନକରି ଅର୍ଥ ଚଳୁ ହୋଇଥିବା ଅଭିଯୋଗ କରିଛନ୍ତି ହିଂମାଶୁ ନାୟକ ।
ହିଂମାଶୁ ନାୟକ କରିଛନ୍ତି ଯେ, ସାଧାରଣତଃ ଏନର୍ଜି ମିଟର ଥିଲେ ମିଟର ରିଡିଂ ଅନୁସାରେ ବିଲ୍ ଆସିଥାଏ । ମାତ୍ର ଯେଉଁଠି ମିଟର ନ ଥାଏ ସେଠାରେ ବିଦ୍ୟୁତ୍ ବିଭାଗ ଲୋଡ ଫ୍ୟାକ୍ଟର ନିୟମରେ ବିଲ କରେ । ଅର୍ଥାତ ଷ୍ଟିଟ୍ ଲାଇଟ୍ ସାଧାରଣତଃ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଚାଲିବାକୁ ବ୍ୟବସ୍ଥା ଥିବାରୁ ଲୋଡ ଫ୍ୟାକ୍ଟର ନିୟମରେ ଏହି ଷ୍ଟ୍ରିଟ୍ ଲାଇଟ୍ର ବିଲ୍ ୧୨ ଘଣ୍ଟା ହିସାବରେ ହେଉଛି । ଏମିତିକି କେନ୍ଦୁଝର ଭଳି ହାତୀ ପ୍ରବଣ ଜିଲ୍ଲାରେ ଚମ୍ପୁଆ, ସଦର, ବାଂଶପାଳ, ତେଲକୋଇ, ପାଟଣା, ସାହରପଡା, ଘଟଗାଁ, ହରିଚନ୍ଦନପୁର ଭଳି ବ୍ଲକରେ ଫସଲ ଅମଳ ସମୟରେ ହାତୀ ପାଇଁ ରାତି ୮ଟାରୁ ସକାଳ ୬ ପର୍ଯ୍ୟନ୍ତ ପ୍ରାୟତଃ ବିଜୁଳି କଟାଯାଇଥାଏ । ଯଦି ଏନର୍ଜି ମିଟ୍ର ଥାନ୍ତା, ତେବେ ଏହି ବିଜୁଳି କଟିବା ସମୟର ବିଲ୍ ଆସି ନ ଥଥାନ୍ତା କି ଏହି ବିଏଲ୍ର ବୋଝ ପଞ୍ଚାୟତ ଉପରେ ପଡି ନ ଥାନ୍ତା ।