ଓଡିଶା

odisha

ETV Bharat / state

ଶିକ୍ଷାନୁଷ୍ଠାନରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ, 'ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବାଧ୍ୟତାମୂଳକ' - INTERNAL COMPLAINT COMMITTEE - INTERNAL COMPLAINT COMMITTEE

Internal complaint committees: ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଓ କର୍ମଜୀବୀ ମହିଳାଙ୍କ ସୁରକ୍ଷାକୁ ନେଇ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ । ୭ ଦିନରେ କଲେଜ ଓ ବିଶ୍ବବିଦ୍ୟାଳୟରେ ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି’ ଗଠନ ପାଇଁ ନିର୍ଦ୍ଦେଶ ।

ସମସ୍ତ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
ସମସ୍ତ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ (ETV Bharat Odisha)

By ETV Bharat Odisha Team

Published : Sep 24, 2024, 11:46 AM IST

Updated : Sep 24, 2024, 4:50 PM IST

ଭୁବନେଶ୍ବର: ରାଜ୍ୟରେଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ଯୌନ ନିର୍ଯାତନା କିମ୍ବା ଅନ୍ୟ କୌଣସି ଅପ୍ରିତିକର ସ୍ଥିତିର ସମ୍ମୁଖୀନ ହେଲେ ଛାତ୍ରଛାତ୍ରୀ କିମ୍ବା ମହିଳା କର୍ମଜୀବୀଙ୍କ କ୍ଷେତ୍ରରେ ଅଭିଯୋଗ ଜଣାଇବା ପାଇଁ ଶିକ୍ଷାନୁଷ୍ଠାନଗୁଡିକରେ ସେପରି କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ । ଏନେଇ ଆକ୍ସନମୋଡକୁ ଆସିଛି ଉଚ୍ଚଶିକ୍ଷା ବିଭାଗ । ଚଳିତମାସ (ସେପ୍ଟେମ୍ବର) ୩୦ ତାରିଖ ସୁଧା ସମସ୍ତ କଲେଜ, ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

  • କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ:

ଉଚ୍ଚଶିକ୍ଷା ବିଭାଗର ଅଧୀନରେ ଆସୁଥିବା ଅନେକ ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନରେ କୌଣସି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନାହିଁ । ଯାହାଫଳରେ କର୍ମସ୍ଥଳରେ ମହିଳା କର୍ମଚାରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁମାନେ ନିଜ କର୍ମକ୍ଷେତ୍ରରେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି, ସେମାନଙ୍କ ଅଭିଯୋଗକୁ ସିଧାସଳଖ ଭାବରେ ସରକାରଙ୍କ ନଜରକୁ ଅଣାଯାଇଛି । ଯାହା ସମାଧାନ ପାଇଁ ଦୀର୍ଘ ସମୟ ଲାଗୁଛି ବୋଲି କହିଛି ଉଚ୍ଚ ଶିକ୍ଷା ବିଭାଗ ।

ସମସ୍ତ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ (ETV Bharat Odisha)
  • ୧୬ ୟୁନିଭର୍ସିଟି ଓ ୮୨୨ ମହାବିଦ୍ୟାଳୟକୁ ନିର୍ଦ୍ଦେଶ:

ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ୧୬ ବିଶ୍ଵବିଦ୍ୟାଳୟ ସମେତ ୮୨୨ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନୂଆ କମିଟି ଗଠନ ହେବା ସହ ଯେଉଁ କଲେଜରେ କମିଟି ରହିଛି ତାହା ପୁନର୍ବାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଚଳିତ ମାସ ୩୦ ତାରିଖ ସୁଦ୍ଧା ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ମହିଳା ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମହାବିଦ୍ୟାଳୟର ଅଧକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଅଧ୍ୟାପକ କିମ୍ବା ମହିଳା କର୍ମଚାରୀ ନୁହନ୍ତି, ଏପରିକି ଛାତ୍ରଛାତ୍ରୀ ମଧ୍ୟ ଆବଶ୍ୟକ ସ୍ଥଳେ ଏହି କମିଟିରେ ଅଭିଯୋଗ କରିପାରିବେ ବୋଲି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :-ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଦେଶରେ ପ୍ରଥମ, ସମ୍ବଲପୁର IIM ରେ ପାଠ ପଢେଇବ AI ପ୍ରଫେସର - AI professor

ଏହା ମଧ୍ୟ ପଢନ୍ତୁ :- ଭରତପୁର ଥାନା କାଣ୍ଡ: ୩୦ରୁ ତଦନ୍ତ ଆରମ୍ଭ କରିବ ଚିତ୍ତରଞ୍ଜନ ଦାଶ କମିଶନ, ସରକାର ଦେଲେ ‘ଟର୍ମ ଅଫ ରେଫରେନ୍ସ’ - BHARATPUR PS CASE

ଏହା ମଧ୍ୟ ପଢନ୍ତୁ :- ଦେଢ ମାସ ପରେ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର, ଅଭିଯୋଗ ଶୁଣାଣିକୁ ନେଇ ଏମିତି ଇଚ୍ଛା ପ୍ରକାଶ କଲେ ମୋହନ - CM Grievance Cell

ସମସ୍ତ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ (ETV Bharat Odisha)
ସମସ୍ତ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ (ETV Bharat Odisha)
  • ବାଣୀ ବିହାରରେ ଆସିଥିଲା ଛାତ୍ରୀ ନିର୍ଯାତନା ଅଭିଯୋଗ:-

ସୂଚନା ଅନୁଯାୟୀ, ନିକଟରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଜୈନିକ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ବିରୋଧରେ ଏହି ଅଭିଯୋଗ ଆସିଥିଲା । କେବଳ ଉତ୍କଳ ବିଶ୍ଵବିଦ୍ୟାଳୟ ନୁହେଁ ରାଜ୍ୟର ଅନେକ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନାହିଁ । ତେବେ ବାରମ୍ବାର ଉଚ୍ଚଶିକ୍ଷା ବିଭାଗ ସମେତ ବିଶ୍ବବିଦ୍ୟାଳୟ ଅନୁଦାନ କମିଶନ(ୟୁଜିସି) ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କମିଟି ଗଠନ କରିବାରେ ଶିକ୍ଷାନୁଷ୍ଠାନଗୁଡିକ ପଛଘୁଞ୍ଚା ଦେଉଥିବା ଦେଖାଯାଉଛି । ତେବେ ଏନେଇ ଉଚ୍ଚଶିକ୍ଷା ବିଭାଗ ପୁଣିଥରେ କମିଟି ଗଠନ କରିବାକୁ କଡା ନିର୍ଦ୍ଦେଶ ଦେବା ପରେ କମିଟି କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି ।

ସମସ୍ତ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 24, 2024, 4:50 PM IST

ABOUT THE AUTHOR

...view details