ଓଡିଶା

odisha

ETV Bharat / state

ରାଜ୍ୟକୁ ଫେରିଲା ତାତି, ଆସନ୍ତା 5 ଦିନ ପାଗ ଶୁଖିଲା - Odisha Weather

Odisha Weather Update: ରାଜ୍ୟକୁ ତାତି ଫେରିଥିବା ବେଳେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ହେଲେ 25 ତାରିଖରେ କିଛି ଜିଲ୍ଲାରେ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗର ଆକଳନ । ଅଧିକ ପଢନ୍ତୁ

Odisha Weather Update
Odisha Weather Update

By ETV Bharat Odisha Team

Published : Mar 23, 2024, 6:37 PM IST

ରାଜ୍ୟକୁ ଫେରିଲା ତାତି, ଆସନ୍ତା 5 ଦିନ ପାଗ ଶୁଖିଲା

ଭୁବନେଶ୍ବର: ରାଜ୍ୟରେ ପୁଣି ଫେରିଛି ଗ୍ରାଷ୍ମ ପ୍ରବାହ । ପାରଦ ଉପରମୁହାଁ ହେବା ସହ ବଢୁଛି ତାତି । ଏପରିକି କେତେକ ସ୍ଥାନରେ ୩୫ ରହିଛି ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ବର୍ତ୍ତମାନ ଓଡ଼ିଶା ଉପରେ ପାଣିପାଗର କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ପ୍ରଭାବ ନଥିବା ବେଳେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାଜ୍ୟରେ ଖରା ବଢିବା ସହ ଗରମ ଅନୁଭୂତ ହେବାକୁ ଥିବା ବେଳେ 25 ତାରିଖ ସୁଦ୍ଧା କାଳବୈଶାଖୀ ପ୍ରଭାବରେ କିଛି ଜିଲ୍ଲାରେ ହାଲୁକା ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ଖରା ବଢିବା ସହ ଗରମ ଅନୁଭୂତ ହେବାକୁ ଥିବା ବେଳେ ୨୫ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କିଛିକାଂଶରେ କାଳବୈଶାଖୀ ଜନିତ ହାଲୁକା ବର୍ଷା ହୋଇପାରେ । ସେହିପରି ୨୬ ତାରିଖରେ ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁରରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ୪ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩ ଡିଗ୍ରୀରୁ ୫ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାସହ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୩୯ ଡିଗ୍ରୀ କିମ୍ବା ୪୦ ଡିଗ୍ରୀ ଛୁଇଁବା ଆକଳନ କରିଛି ପାଣିପାଗ ବିଭାଗ ।

ଏହା ବି ପଢନ୍ତୁ- ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଜଳିବ ପଶ୍ଚିମ ଓଡିଶା ! ଆସନ୍ତା 2 ଦିନରେ ବଢିବ ୧୦ଡିଗ୍ରୀ ତାପମାତ୍ରା

ଏହା ପରେ ଆଗକୁ ରାତିର ତାପମାତ୍ରାରେ ମଧ୍ୟ ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଥିବା ବେଳେ ଗଜପତି ଜିଲ୍ଲାର ଗୁମ୍ମାରେ ସର୍ବାଧିକ ୬.୦ ଵର୍ଷା ରେକର୍ଡ ହୋଇଛି । ସେହିପରି ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ମାଲକାନଗିରିରେ ସର୍ବାଧିକ ୩୭.୦୦ ତାପମାତ୍ରା ରେକର୍ଡ କରାଯାଇଥିବା ନେଇ ପାଣିପାଗ ବିଶେଷଜ୍ଞ ସଞ୍ଜୀବ ଦ୍ବିବେଦୀ ସୂଚନା ଦେଇଛନ୍ତି ।

ସେପଟେ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ପଶ୍ଚିମ ଓଡିଶା ଗରମରେ ଜଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡା, ଟିଟିଲାଗଡ଼ ଆଦି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାଗୁଡିକରେ ପାରଦ ୪୦ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରାଯାଉଛି । ୨୪ ତାରିଖ ବେଳକୁ ଦିନ ତାପମାତ୍ରା ପୁଣି ୩୮ ଡିଗ୍ରୀ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨୦୧୯ ଠାରୁ ଏହି ସମୟରେ ପଶ୍ଚିମାଝଡ଼ ସକ୍ରିୟ ରହୁଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details