ଓଡିଶା

odisha

ETV Bharat / state

ଆଚରଣ ବିଧି ଲାଗୁ ସତ୍ତ୍ୱେ ମଧ୍ୟ ହଟୁନି ରାଜ୍ୟ ସରକାରଙ୍କ ହୋଡିଂ, CEOଙ୍କୁ ଫେରାଦ ହେଲା BJP - BJP COMPLAINS TO CEO

State government banner still in public place: ଟ୍ବିନସିଟିରେ ଏକାଧିକ ସର୍ବସାଧାରଣ ସ୍ଥାନରେ ଲାଗିଛି ରାଜ୍ୟ ସରକାରଙ୍କ ବ୍ୟାନର ଓ ହୋଡିଂ । CEOଙ୍କୁ ଫେରାଦ ହେଲା BJP । ଅଧିକ ପଢନ୍ତୁ

ଆଚରଣ ବିଧି ଲାଗୁ ସତ୍ତ୍ୱେ ବି ହଟୁନି ରାଜ୍ୟ ସରକାରଙ୍କ ବ୍ୟାନର, CEOଙ୍କୁ ଫେରାଦ ହେଲା BJP
ଆଚରଣ ବିଧି ଲାଗୁ ସତ୍ତ୍ୱେ ବି ହଟୁନି ରାଜ୍ୟ ସରକାରଙ୍କ ବ୍ୟାନର, CEOଙ୍କୁ ଫେରାଦ ହେଲା BJP

By ETV Bharat Odisha Team

Published : Mar 21, 2024, 10:21 PM IST

ଆଚରଣ ବିଧି ଲାଗୁ ସତ୍ତ୍ୱେ ବି ହଟୁନି ରାଜ୍ୟ ସରକାରଙ୍କ ବ୍ୟାନର, CEOଙ୍କୁ ଫେରାଦ ହେଲା BJP

ଭୁବନେଶ୍ବର: ରାଜ୍ୟ ଓ ସମଗ୍ର ଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ସତ୍ତ୍ୱେ ମଧ୍ୟ ବିଭିନ୍ନ ସାର୍ବଜନୀନ ସ୍ଥାନରୁ ହଟୁନି ରାଜ୍ୟ ସରକାରଙ୍କ ପୋଷ୍ଟର ଓ ବ୍ୟାନର । ଏବେ ମଧ୍ୟ ଭୁବନେଶ୍ୱର ଓ କଟକର ପ୍ରାୟ ସମସ୍ତ ୱାର୍ଡ ଅଫିସରେ ଲାଗିଛି ଜାଗା ମିଶନ, ମୁକ୍ତା ଯୋଜନା ପରି ସରକାରୀ ପୋଷ୍ଟର । ସେହିପରି ଗ୍ରାମାଞ୍ଚଳରେ ବିଭିନ୍ନ କାନ୍ଥବାଡରେ ମଧ୍ୟ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଲେଖା ରହିଛି । ଏପରି କିଛି ଅଭିଯୋଗ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକରୀଙ୍କୁ ଭେଟି ଫେରାଦ ହୋଇ ତୁରନ୍ତ କାର୍ଯ୍ଯାନୁଷ୍ଠାନ ଦାବି କରିଛି ରାଜ୍ୟ ବିଜେପି ଟିମ ।


ବିଜେପି ରାଜ୍ୟ ଉପ-ସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ‘‘ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶ ସମେତ ରାଜ୍ୟରେ ମଧ୍ୟ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଲାଣି । କିନ୍ତୁ ଏଯାଏଁ ଶାସକ ‘ବିଜୁ ଜନତା ଦଳ’ର ହୋର୍ଡିଂ, ପୋଷ୍ଟର, ଦଳୀୟ ଚିହ୍ନ ତଥା ବିଜେଡି ସଭାପତିଙ୍କ ଫଟୋଚିତ୍ର ଥିବା ବଡ ବଡ ବିଜ୍ଞାପନ ବ୍ୟାନର ସାଧାରଣ ସ୍ଥାନରୁ ହଟାଯାଉନାହିଁ । ସର୍ବସାଧାରଣ ସ୍ଥାନ, ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଆଦି ସ୍ଥାନରୁ ଶାସକ ବିଜେଡିର ନିର୍ବାଚନୀ ପୋଷ୍ଟର ଓ ବ୍ୟାନର ହଟାନଯିବା ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଙ୍ଘନ । ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ।’’

ଏହା ମଧ୍ୟ ପଢନ୍ତୁ :-କେଜ୍ରିଓ୍ବାଲଙ୍କୁ ଗିରଫ କଲା ED, ବାହାରେ ସମର୍ଥକଙ୍କ ପ୍ରବଳ ହଙ୍ଗାମା - ARVIND KEJRIWAL ARRESTED


ଆହୁରି ମଧ୍ୟ ଲେଖାଶ୍ରୀ କହିଛନ୍ତି, ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଭୟମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଜାରି କରିଥିବା ନିୟମାବଳିକୁ ସମସ୍ତେ ପାଳନ କରିବା ଉଚିତ । ଆୟୋଗ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଲାଣି । ଯେଉଁ ଅନୁସାରେ ସର୍ବସାଧାରଣ ସ୍ଥାନ ଗୁଡିକରେ ଲଗାଯାଇଥିବା ବିଜ୍ଞାପନ ହୋର୍ଡିଂଗୁଡିକୁ ଖୋଲାଯିବାର ନିର୍ଦ୍ଦେଶନାମା ରହିଛି । କିନ୍ତୁ ସରକାରୀ ଦଳ ବିଜେଡି ଏହାର ଖୋଲାଖୋଲି ଉଲ୍ଲଘଂନ କରୁଛି । ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏହାକୁ ହଟାଯାଉ । ତେବେ ପୂର୍ବରୁ ମଧ୍ୟ ବିଜେପି ଟିମ କିଛି ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା । ଗୋଟିଏ ପଦବୀରେ 3 ବର୍ଷରୁ ରହିଥିବା ପୋଲିସ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ବଦଳି କରିବା ପାଇଁ ଦଳ ଦାବି କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details