ଓଡିଶା

odisha

ETV Bharat / state

ଉଦଯାପିତ ହେଲା ଆଦିବାସୀ ମେଳା, ୧୧ ଦିନରେ ୫ କୋଟିରୁ ଊର୍ଦ୍ଧ୍ବ ବ୍ୟବସାୟ

Adivasi Mela 2024: ଭୁବନେଶ୍ୱରେ ୧୧ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଉଦଯାପିତ ହୋଇଯାଇଛି । ଏହି ମେଳାରେ ୧୦୯ ଷ୍ଟଲ୍ ଲାଗିଥିବା ବେଳେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଥିଲା ୧୦ଟି ଜନଜାତିଙ୍କ ଘର । ଅଧିକ ପଢନ୍ତୁ

Adivasi Mela 2024
Adivasi Mela 2024

By ETV Bharat Odisha Team

Published : Feb 6, 2024, 7:38 AM IST

Updated : Feb 6, 2024, 9:55 AM IST

Adivasi Mela 2024

ଭୁବନେଶ୍ବର:ଉଦଯାପିତ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଭୁବନେଶ୍ୱରରେ ୧୧ ଦିନ ବ୍ୟାପୀ ଚାଲିଥିବା ଏହି ମେଳା ସୋମବାର ଶେଷ ହୋଇଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ଆନୁକୂଲ୍ୟରେ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ଭୁବନେଶ୍ୱର ଦ୍ୱାରା ଆଦିବାସୀ ମେଳା ଅନୁଷ୍ଠିତ ହୋଇଥିଲା । ୧୦୯ ଷ୍ଟଲ୍ ଲାଗିଥିବା ବେଳେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଥିଲା ୧୦ଟି ଜନଜାତିଙ୍କ ଘର ।

ସେହିପରି ଚଳିତ ବର୍ଷର ବାର୍ଷିକ ଆଦିବାସୀ ମେଳାର ମୁଖ୍ୟ ଆକର୍ଷଣ ଥିଲା ୩ ଦିନିଆ ବହୁଭାଷୀ ନାଟକ ମହୋତ୍ସବ । ଏହି ବହୁଭାଷୀ ନାଟକ ପ୍ରଥମ ଥର ପାଇଁ ପରିବେଷିତ ହୋଇଥିବା ବେଳେ ମହୋତ୍ସବରେ ସାନ୍ତାଳି, ଦେଶିଆ, ହୋ ଓ ମୁଣ୍ଡାରୀ ଭାଷାରେ ସାମାଜିକ ସଚେତନତା ଓ ବହୁସଂସ୍କୃତିକୁ ନେଇ ନାଟକ ମଞ୍ଚସ୍ଥ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ୪୦ଟି ଦଳ ଦ୍ୱାରା ଆଦିବାସୀ ସଂସ୍କୃତିର ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ ।

ଓଡ଼ିଶାର ଆଦିବାସୀ ଜୀବନ, ଭାଷା, କୃଷି ସମୃଦ୍ଧି, ଆଦିବାସୀ ମହିଳା ସଶକ୍ତୀକରଣ, ସାଂସ୍କୃତିକ ପ୍ରୋତ୍ସାହନ ଓ ସଂରକ୍ଷଣ, ଜୀବିକା ଓ ରୋଜଗାର ସୁଯୋଗକୁ ନେଇ ଆଦିବାସୀ ମେଳା ଆୟୋଜିତ ହୋଇଥିଲା । ସହରରେ ମିନି ଜନଜାତି ଗ୍ରାମର ଭ୍ରମ ସୃଷ୍ଟି କରିଥାଏ ଏହି ମେଳା । ଚଳିତ ବର୍ଷ ଏହି ମେଳାରେ ୨୦ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଏହି ମେଳାରେ ଚଳିତ ବର୍ଷ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା, ସ୍ମାର୍ଟସିଟିରେ ମହକିବ ଗାଁ ବାସ୍ନା

ସମାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅନୁସୂଚିତ ଜାତି/ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)ର ଉପଦେଷ୍ଟା ପ୍ରଦୀପ ମାଝୀ, ଅନୁସୂଚିତ ଜାତି/ଜନଜାତି ଜାତି ବିକାଶ ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ପଛୁଆ ବର୍ଗ ବ୍ୟାପାର ଉପଦେଷ୍ଟା ତାହେରା ଖାତୁନ, ଅନ୍ବେଶା ଓ ଆକାଂକ୍ଷା ଯୋଜନାର ଉପଦେଷ୍ଟା ଏଲିନା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏହି ଉତ୍ସବରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲର ୧୦୪ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଉଦଯାପନୀ ଦିବସରେ ପରିବେଷଣ କରୁଥିବା ଆଦିବାସୀ ନୃତ୍ୟ ଓ ନାଟକ ଦଳକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 6, 2024, 9:55 AM IST

ABOUT THE AUTHOR

...view details