ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

ଆନ୍ଦୋଳନ ପୂର୍ବରୁ ନର୍ସିଂ ଅଫିସରଙ୍କୁ କଡ଼ା ଚେତାବନୀ, ESMA ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ - Strict Action Warning

Action Against Striking Staff Under ESMA: ନର୍ସିଂ ଅଫିସର ଆନ୍ଦୋଳନ କଲେ ଏଣିକି ନିଆଯିବ କାର୍ଯ୍ୟାନୁଷ୍ଠାନ । କାଲିଠୁ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଥିବାବେଳେ ନର୍ସିଂ ନିର୍ଦ୍ଦେଶାଳୟ ଦେଇଛି କଡ଼ା ନିର୍ଦ୍ଦେଶ । ESMA ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଥିବାବେଳେ ଏବେ ନର୍ସିଂ ଅଫସିରଙ୍କ ଚିନ୍ତା ବଢିଛି । ଅଧିକ ପଢନ୍ତୁ

Warning To Nursing Staff
Warning To Nursing Staff (ETV Bharat Odisha)

ଭୁବନେଶ୍ବର: ଆନ୍ଦୋଳନ ପୂର୍ବରୁ କଡା ପଦକ୍ଷେପ ନେଲା ନର୍ସିଂ ନିର୍ଦ୍ଦେଶାଳୟ । ନର୍ସିଂ ଅଫିସର ଆନ୍ଦୋଳନ କଲେ ଏଣିକି ନିଆଯିବ କାର୍ଯ୍ୟାନୁଷ୍ଠାନ ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନକୁ ନେଇ ନର୍ସିଂ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ସମସ୍ତ ସରକାରୀ ହସ୍ପିଟାଲର ନିର୍ଦ୍ଦେଶକ, ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି ନର୍ସିଂ ନିର୍ଦ୍ଦେଶାଳୟ । ତେବେ ନର୍ସିଂରେ ଏସ୍‌ମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନର୍ସିଂ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି ।



ନର୍ସିଂଅଫିସରଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ:
ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନ ନେଇ ନର୍ସିଂ ନିର୍ଦ୍ଦେଶକ କଡା ନିର୍ଦ୍ଦେଶ ଦେଇଛନ୍ତି । "ସ୍ବାସ୍ଥ୍ୟ ବିଭାଗ ପାଇଁ ଏସ୍‌ମା ଲାଗିଥିବାରୁ ଆନ୍ଦୋଳନ କରିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଅଗଷ୍ଟ ୭ ତାରିଖରୁ ଏସ୍‌ମା ଲାଗିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୫ରୁ ଆନ୍ଦୋଳନ କରିବାକୁ କହିଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ" ବୋଲି ଚିଠି ମାଧ୍ୟମରେ କହିଛନ୍ତି ନର୍ସିଂ ନିର୍ଦ୍ଦେଶାଳୟ।

Warning To Nursing Staff (ETV Bharat Odisha)



ହସ୍ପିଟାଲକୁ ନିର୍ଦ୍ଦେଶ:
କଟକର AHPGIC ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ, RGH ରାଉରକେଲାର ନିର୍ଦ୍ଦେଶକ ସମେତ ସମସ୍ତ ସରକାରୀ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ସମେତ ରାଜ୍ୟରେ ଥିବା ସମସ୍ତ CDM ଏବଂ PHo ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।



କଣ ବନ୍ଦ ପାଇଁ ତାଗିଦ୍ କରିଛନ୍ତି ନର୍ସିଂ ସଙ୍ଘ:
ସମସ୍ତ ଜରୁରୀକାଳୀନ ବିଭାଗରେ ନର୍ସିଂ ସେବା ବନ୍ଦ କରାଯିବ। ଯାହା ଜେନେରାଲ ୱାର୍ଡ, ବିଭିନ୍ନ ବିଭାଗ , ଓପିଡି ସମେତ ଓଟି ଭଳି ସ୍ଥାନ ଗୁଡିକରେ ନର୍ସିଂ ଅଫିସରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ଯାହା ଆସନ୍ତା ୨୫ ତାରିଖ ଅର୍ଥାତ ଆସନ୍ତାକାଲି ଏବଂ ୨୬ ତାରିଖ ଦିନ ବନ୍ଦ ପାଇଁ ତାଗିଦ କରିଛନ୍ତି ନର୍ସିଂ ଅଫିସର ସଂଘ।

Nursing Staff (ETV Bharat Odisha)



୬ ମାସ ପାଇଁ ରହିଛି ଏସମା:
ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଓଡ଼ିଶା ଜରୁରୀ ସେବା (ରକ୍ଷଣାବେକ୍ଷଣ) ଅଧିନିୟମ ୧୯୮୮ (ଓଡିଶା ଆକ୍ଟ ୯ ର ୧୯୯୨) ର ସେକ୍ସନ୍ -୨ ସହିତ ଆକ୍ଟ ଅନୁଯାୟୀ ନର୍ସ, ପାରାମେଡିକାଲ ଷ୍ଟାଫ୍, ଟେକ୍ନିସିଆନ, ଅନ୍ୟ ତୃତୀୟ ଶ୍ରେଣୀ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିପାରିବେ ନାହିଁ। ଯାହା ନିର୍ଦ୍ଦେଶ ଅନୁଯାୟୀ ଛଅ ମାସ ଅବଧି ପାଇଁ ବଳବତ୍ତର ରହିଛି।

ଏହା ବି ପଢନ୍ତୁ...ରାଜଧାନୀରେ ଗର୍ଜିଲା ଓଡିଶା ନର୍ସିଂ ସଂଘ,୨୭ରୁ କାର୍ଯ୍ୟବନ୍ଦ ଚେତାବନୀ - ODISHA NURSING staff protest

ଏହା ମଧ୍ୟ ପଢନ୍ତୁ ....ଲାଗିଲା ESMA, ସ୍ବାସ୍ଥ୍ୟକର୍ମୀଙ୍କୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ମନା - Odisha government invokes ESMA

ଏହା ବି ପଢନ୍ତୁ... ଲାଗିଲା ESMA, ସ୍ବାସ୍ଥ୍ୟକର୍ମୀଙ୍କୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ମନା - Odisha government invokes ESMA

ଏହା ବି ପଢନ୍ତୁ...ସରକାର ଲଗାଇଲେ ଏସମା; ଧର୍ମଘଟକୁ ୬ ମାସ ପାଇଁ ନିଷିଦ୍ଧ - ESMA On Vet Strike


ବିଭିନ୍ନ ଦାବିକୁ ନେଇ ନର୍ସିଂ ଅଫିସର କରିବେ ଆନ୍ଦୋଳନ!
ଅନ୍ୟପଟେ ରାଜ୍ୟରେ ନର୍ସିଂ ଅଫିସରମାନେ ବୁଧବାର ଏବଂ ଗୁରୁବାର ଦୁଇ ଦିନ ଧରି ଆନ୍ଦୋଳନରେ ରହିବେ ବୋଲି ସୂଚନା ଦେଇଛନ୍ତି । ସେମାନଙ୍କର ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଉଛନ୍ତି ନର୍ସିଂ ଅଫିସର। ତେବେ ଏସମା ଲାଗୁ ରହିଥିବାବେଳେ କିଭଳି ନର୍ସିଂ ଅଫିସରମାନେ ଆନ୍ଦୋଳନ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details