ରାଉରକେଲା: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ବୀଭତ୍ସ ହତ୍ୟାକାଣ୍ଡ ମାମଲା । ଦୀର୍ଘ 7 ବର୍ଷ ପରେ ଦଣ୍ଡାଦେଶ ଶୁଣାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ ସହ ଜରିମାନା ରାୟ ଶୁଣାଇଲେ ଅଦାଲତ । ୨୦୧୭ ମସିହାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରାଯାଇଥିଲା ।
ସୂଚନା ଅନୁସାରେ, ଗତ ୨୦୧୭ ମସିହା ଫେବୃଆରୀ ମାସ 12 ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଅଞ୍ଚଳର ଜଣେ 11 ନାବାଳିକା ସନ୍ଧ୍ୟା ସମୟରେ ତାର କିଛି ସାଙ୍ଗଙ୍କ ସହ ଖେଳୁଥିଲା । ଉକ୍ତ ଅଞ୍ଚଳର ସୁମିତ ମିଞ୍ଜ ନାମକ ଜଣେ ବ୍ୟକ୍ତି ନାବାଳିକାକୁ ଅପହରଣ କରି ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏହି ସମୟରେ ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଅଭିଯୁକ୍ତ ସୁମିତ ପ୍ରଥମେ ତଣ୍ଟି ଚିପି ନାବାଳିକାଙ୍କୁ ହତ୍ୟା କରିଥିଲା । ଏହା ପରେ ବୀଭତ୍ସ ଭାବେ ଏକ ଧାରୁଆ ଅସ୍ତ୍ରରେ ନାବାଳିକାର ମୁଣ୍ଡ କାଟି ଦେଇଥିଲା । ଏନେଇ ନାବାଳିକାର ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗର 2 ଦିନ ପରେ ପାଖ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେପଟେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସୁମିତ ମିଞ୍ଜକୁ ଗରଫ କରିଥିଲା । ପରେ ସୁମିତ କୋର୍ଟ ଚାଲାଣ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, 20ହଜାର ଟଙ୍କା ଜରିମାନା - Murder Case In Kalahandi